-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଚାନ୍ଦିଲି ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଁ ମିଳିତ ଉଦ୍ୟମ ଦରକାର- ନରସିଂହ

02-Jan-2025



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲା ପ୍ରାକୃତି ସୌନ୍ଦର୍ଯ୍ୟରେ ଭରପୁର । ଅତିତରେ ଆମେ ଉଦ୍ୟମ କରି ଭୀମ ଡୁଙ୍ଗୁରିକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଆଣିବାରେ ସଫଳ ହୋଇଛୁଁ । ଚାନ୍ଦିଲି ପାହାଡ ମଧ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦିଗରୁ କୌଣସି ଗୁଣରେ କମ ନୁହେଁ । ତେଣୁ ଆସନ୍ତୁ ଏହାର ସଂରକ୍ଷଣ, ସୌନ୍ଦର୍ଯିକରଣ ଓ ଏହାକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ମିଳିତ ଉଦ୍ୟମ କରିବା, ଯାହା ଦ୍ୱାରା କି ଏ ଅଂଚଳ ଲୋକଙ୍କର ସମାଜିକ, ସଂସ୍କୃତିକ ଓ ଅର୍ଥନୈତିକ ବିକାଶ ରେ ଏହା ସହାୟକ ହେବ ବୋଲି ଆଜି ଦେଓଗାଁ ବ୍ଲକ ସ୍ଥିତ ଦେଷଣ୍ଢ ପଂଚାୟତର ଚାନ୍ଦଲି ପାହାଡ ବକ୍ଷଦେଶ ରେ ଅନୁଷ୍ଠିତ ଚାନ୍ଦିଲି ମହୋତ୍ସବ ସ୍ଥଳରେ ଉପସ୍ଥିତ ରହି ପୂର୍ବତନ ବଲାଙ୍ଗିର ବିଧାୟକ ତଥା ଓଡିଶା ସରକାର ଙ୍କ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ବି ଉତ୍ସବ କୌଣସି ବ୍ୟକ୍ତି କୌଣସି ଦଳର ନୁହେଁ ଏହା ସମସ୍ତଙ୍କର ତେଣୁ ଏ ଅଂଚଳର ଉନ୍ନତି ପାଇଁ ମଧ୍ୟ ସମସ୍ତଙ୍କ ସହଯୋଗ ଲୋଡା । ଏହି ଚାନ୍ଦିଲି ପାହାଡକୁ ଏକ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ସେ କଥା ହୋଇଛନ୍ତି । ଆସନ୍ତୁ ସମସ୍ତେ ଜାତି ଧର୍ମ ବର୍ଣ୍ଣ ରାଜନୈତିକ ଆଦର୍ଶ ଓ ଉଦ୍ଦେଶ୍ୟ ରୁ ଉର୍ଦ୍ଧ୍ୱରେ ମିଳିତ ହୋଇ ଏ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଁ ଉଦ୍ୟମ କରିବା । ବିଧାୟକ ଥିଲାବେଳେ ଏ ଅଂଚଳର ଲୋକେ ଏ ପାହାଡକୁ ମୋ ଦୃଷ୍ଟି ଗୋଚରକୁ ଆଣିଥିଲେ । ସେତେବେଳେ ଏହା ବିକାଶ ପାଇଁ ନିଜ ପାଣ୍ଠି ତଥା ସରକାରଙ୍କ ଠାରୁ ଅନେକ ଅନୁଦାନ ଅଣାଯାଇ କାମ ଗୁଡିକର ଭିତ୍ତି ପ୍ରସ୍ତର ଦିଆଯାଇଥିଲା କିନ୍ତୁ ନିର୍ବାଚନ ଆସିଯାଇଥିବାରୁ ତାହା କମ୍ ପଡିଥିଲା । ସେ କାମ ଗୁଡିକ ଏବେ ଆରମ୍ଭ ହୋଇଛି । ଏଠାରେ ମଣ୍ଡପ ସହ ପାହାଡ ଉପରେ ପ୍ରହରୀ ମଣ୍ଡପର ନିର୍ମାଣ କାମ ଚାଲିଛି । ତା ସହ ରାସ୍ତା କାମ ପାଇଁ ୨କୋଟି ୮୦ ଲକ୍ଷ ଟଙ୍କାର ଅନୁଦାନ ଅଣାଯାଇଥିଲା ଯାହାକି ବର୍ତ୍ତମାନ ପିଡବ୍ଲୁଡି ରାସ୍ତାରୁ ପାହାଡ ର ଚାରିକଡରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାର ନିକଟରେ ଥିବା ମେହେରକଟା ର ଉନ୍ନତିକରଣ ପାଇଁ ମଧ୍ୟ ସେ ସମୟରୁ ଉଦ୍ୟମ ଆରମ୍ଭ ହୋଇଥିଲା କେବଳ ଜଙ୍ଗଲ ବିଭାଗର ଅନୁମତି ପାଇଁ କାମ ଅଟକିଥିଲା । ବହୁ ଶିଘ୍ର ସେ ସବୁର ମଞ୍ଜୁରି ମିଳିବ ଏବଂ ମେହେରକଟାର ମଧ୍ୟ ଉନ୍ନତିକରଣ ସାଙ୍ଗକୁ ସୌନ୍ଦର୍ଯିକରଣ ଓ ଜଳଧାରଣ କ୍ଷମତା ବଢିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ରାମଜୀ ଚୈାଧୁରୀ, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, ସମିତି ସଭ୍ୟ ସକିର୍ତ୍ତନ ବାଗ, ସିଙ୍ଗାମୁଣ୍ଡା ସରପଂଚ ଜାନକୀ ମହାରଣା, ଦେଷଣ୍ଢ ସରପଂଚ ଯଶୋଦା ମେହେର, ସରପଂଚ ଜଗ ମେହେର, ସରପଂଚ ଗୋପାଲ ବାଗ, ଲିଟନ ହୋତା, ରାଧେଶ୍ୟାମ ମେହେର, ଦିନ ମେହେର, ରବିନ୍ଦ୍ର ମେହେର, ସ୍ୱୟମ୍ବର ମେହେର, ବନମାଲି ମେହେର, ରଘୁ ରଣା ଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026

You Might Also Like