-+91-9937148622 |
prerana_bgr@rediffmail.com |
Saturday 24th October 2026 |
R.N.I. Regd No. ODIODI/2010/46693
Breaking News
02-Jan-2025
ବରଗଡ:(ନିରଞ୍ଜନ ତ୍ରିପାଠୀ)-ପ୍ରେମାନନ୍ଦ ବେହେରାଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ସ୍କୁଲରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ତା.୩୧/୧୨/୨୦୨୪ରିଖରେ ପୁରୀ ଟାଉନ ହଲଠାରେ ଶ୍ରୀଯୁକ୍ତ ବେହେରାଙ୍କୁ ଆନ୍ତର୍ଜାତିକ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି ।
ବିଦ୍ୟାଳୟର ଶିକ୍ଷକ ପଞ୍ଚାନନ ମାଝୀ, ଅର୍ଜୁନ ତାଣ୍ଡି , ସୁବଳ ଠାକୁର, ମୋହନ ପଧାନ, ରାମକୁମାର ପଟେଲ, ତିଲୋତ୍ତମ ବିଶି, ପ୍ରଫୁଲ୍ଲ କୁମାର ସାଗର, ରଜତ କୁମାର ଚୌହାନ, ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ, ମୋନାଲିସା ଠାକୁର, ନିହାରିକା ଯୋଶୀ, ମାମି ପଧାନ, ସ୍ବପ୍ନାରାଣୀ ଭୋଇ, ସସ୍ମିତା ଭୋଇ ଏବଂ କନିଷ୍ଠ ସହାୟକ ବୈଲୋଚନ ସେଠ୍ ତଥା ସମସ୍ତ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ଜ୍ଞାପନପୂର୍ବକ ଭବ୍ୟ ସ୍ବାଗତ କରିଥିଲେ ।