-+91-9937148622 |
prerana_bgr@rediffmail.com |
Thursday 23rd January 2025 |
R.N.I. Regd No. ODIODI/2010/46693
Breaking News
06-Dec-2024
ବଲାଙ୍ଗୀର(ପ୍ରେରଣା ଖବର): ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ହେବାକୁ ଯାଉଥିବା ପତିତପାବନ ଏକାଡେମୀର ହୀରକ ଜୟନ୍ତୀ ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ପ୍ରବନ୍ଧ ଓ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଆଜି ଅନୁଷ୍ଠିତ ସଙ୍ଗୀତ,ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଯଥାକ୍ରମେ ଗିରିଜା ସୁନା, ରାଜା ସାହୁ ଓ ଦମୟନ୍ତୀ ଖୁଆସ୍ l ଦ୍ଵିତୀୟ ସ୍ଥାନ ଅଧିକାର କରି ଥିଲେ ଗୁପ୍ତେଶ୍ଵର ଲେଙ୍କା,ସ୍ନେହା ସ ଓ ମନୋରଞ୍ଜନ ବ୍ରହ୍ମା l ତୃତୀୟ ସ୍ଥାନରେ ଶ୍ୟାମଳୀ ବରିହା, ଅଭିଷେକ ଚନ୍ଦନ ଓ ଶୁଭମ୍ ପଣ୍ଡା l ବିଚାରକ ଭାବେ ଯୋଗ ଦେଇଥିଲେ ଗୋପାଲ ପ୍ରଧାନ, ଅର୍ବାଜ ଖାଁ, ସାଏ ଦ ଅଫତlବେ ହୁସେନ୍, ନାସିର ଖାନ୍, ବିଚାରକ ପାଣିଗ୍ରାହୀ, ଦିବାକର ହୋତା, ସୁବ୍ରତ ଖଣ୍ଡୁଆଳ ଓ ଲକ୍ଷ୍ମଣ ଅଗ୍ରୱାଲ l ଆଜି ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କ ସଭାପତିତ୍ବରେ ଜୟନ୍ତୀ କମିଟି ଉପସଭାପତି ହେମନ୍ତ ପଣ୍ଡା ପ୍ରତିଯୋଗିତା କୁ ଉଦଘାଟନ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସେହିପରି ସ୍ମରଣିକା କମିଟିର ସଂଯୋଜକ ମନୋରଞ୍ଜନ ସାହୁ, ପ୍ରଦୀପ ସାହୁ, ମହେନ୍ଦ୍ର ଦର୍ଜି ଓ ରଘୁ ନନ୍ଦନ ସିଂହ ଓ ଅମିୟ ମିଶ୍ର ଉପସ୍ଥିତ ଥିଲେ l ଶିକ୍ଷୟିତ୍ରୀ ଅଂଶୁପା ଭୋଇ ଓ ଅନାନ୍ୟ ମିଶ୍ର ସଭା ପରିଚାଳନାରେ ସହାୟତା କରିଥିଲେ l