-+91-9937148622 |

prerana_bgr@rediffmail.com |

  Monday 18th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   (18-May-2026)       ||      ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   (18-May-2026)       ||      ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   (18-May-2026)       ||      କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   (18-May-2026)       ||      ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (18-May-2026)       ||      ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ    (18-May-2026)       ||      ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   (18-May-2026)       ||      ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    (18-May-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ     (17-May-2026)       ||      ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ    (17-May-2026)       ||      ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ    (17-May-2026)       ||      ୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   (17-May-2026)       ||      ୧୪ ବର୍ଷ ରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଷଷ୍ଠ ଦିବସ   (17-May-2026)       ||      ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।   (17-May-2026)       ||      ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ବଣ୍ଟନ   (17-May-2026)       ||      ଡାବୁଗାଁ ରେ ଜଗନ୍ନାଥ ଲୋକ କଳା ପରିଷଦ ର ବୈଠକ   (17-May-2026)       ||      *ସୋନପୁର ଥାନାରେ ଜିଲ୍ଲା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ପ୍ରଦାନ*-   (17-May-2026)       ||      ଟ୍ରାକ୍ଟର ଦୁର୍ଘଟଣା ରେ ଚାଷୀ ମୃତ।   (17-May-2026)       ||      *ମାନିଗାଁ ରେ ଆରମ୍ବ ହେଲା ନିଶା ମୁକ୍ତ ଅଭିଯାନ*   (17-May-2026)       ||      ଅପରାଧୀଙ୍କ ନିକଟରେ ଖୁବ୍ ଶୀଘ୍ର ପହଂଚି କାବୁ କରିବା ପାଇଁ ନୂଆବାଜର ଛକରେ ପୋଲିସ ପକ୍ଷରୁ ମକ ଡ୍ରିଲ୍   (17-May-2026)       ||     

HOME   ଜିଲ୍ଲା

ଅତାବିରା ବ୍ଲକ ରେ ଓଷ୍ଟା ମେଧା ବୃତ୍ତି ପରୀକ୍ଷା

27-Nov-2024



ଅତାବିରା(ଆକାଶ ମିଶ୍ର): ଓଡିଶା ମାଧ୍ଯମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ପରିଚାଳିତ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଓଷ୍ଟା ମେଧାବୃତ୍ତି ପରୀକ୍ଷା ଅତାବିରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟାର ଅତାବିରା ବ୍ଲକ ସମ୍ପାଦକ ଓକିଲ ପ୍ରଧାନ ଓ ସଭାପତି ଯାଦବ ପ୍ରଧାନ ତଥା  କେନ୍ଦ୍ର ସୁପରିଷ୍ଟେଣ୍ଡେଣ୍ଟ ମନୋଜ ହରପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ବାହାର ଜିଲ୍ଲା ତଥା ବ୍ଲକ ମାନଙ୍କରୁ ପର୍ଯ୍ୟବେକ୍ଷକ ମାନେପରୀକ୍ଷା କେନ୍ଦ୍ର ମାନଙ୍କରେ ଦାୟିତ୍ଵ ନିର୍ବାହ କରିଥିଲେ। ଭଟଲି ବ୍ଲକର କାର୍ଯ୍ୟକାରିଣୀ ସଭ୍ୟ ତଥା ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ତେଜାଗୁଲାର ପ୍ରଧାନ ଶିକ୍ଷକ ଦେବାନନ୍ଦ ବିଶି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଉଚ୍ଚବିଦ୍ୟାଳୟର  ପ୍ରଧାନଶିକ୍ଷକ  ଶ୍ରୀଯୁକ୍ତ ହରପlଲ ତତ୍ବାବଧାରକ ଭାବେ ପରୀକ୍ଷା କେନ୍ଦ୍ରର ଦାୟିତ୍ୱ ନେଇ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରି  ଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ଅତାବିରା ବ୍ଲକର ୧୨୫ ଜଣ, ବରଗଡ଼ ବ୍ଲକର ୧୧ ଜଣ ଓ ଭଟିଲି  ବ୍ଲକର ୮ ଜଣ  ମୋଟ ୧୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଷ୍ଟା ପକ୍ଷରୁ  ସ୍ୱତନ୍ତ୍ର ଭାବରେ ଏହି ମେଧା ଅନ୍ୱେଷଣ ପରୀକ୍ଷା କରାଯାଉଛି। ଅଷ୍ଟମ ଶ୍ରେଣୀ ରେ ୬୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ନମ୍ୱର୍ ରଖି ପାସ କରିଥିବା ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥିଙ୍କ ମଧ୍ୟରୁ ବେଷ୍ଟ ୧୦୦ ବା ଶ୍ରେଷ୍ଠ ଶହେ ଜଣଙ୍କୁ ପ୍ରମାଣପତ୍ର ସହ ବୃତ୍ତିରାଶି ପ୍ରଦାନ କରାଯାଇ ଥାଏ। ଏହି ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ମାନସିକ ଦକ୍ଷତା ୧୦ ମାର୍କ, ସାଧାରଣ ଜ୍ଞାନ ୧୦ ମାର୍କ, ଓଡ଼ିଆ ଭାଷା ସାହିତ୍ୟ ୧୫ ମାର୍କ, ଇଂରାଜୀ ୧୦ ମାର୍କ, ବିଜ୍ଞାନ ୨୦ ମାର୍କ, ଗଣିତ ୨୦ ମାର୍କ ଏବଂ ସାମାଜିକ ବିଜ୍ଞାନ ୧୫ ଏହିପରି ମୋଟ୍ ୧୦୦ ମାର୍କର ପରୀକ୍ଷା ହୋଇଥିଲା । ପରୀକ୍ଷା ର ସମୟ ଅବଧି ୨ ଘଣ୍ଟା ରହିଥିଲା । ସକାଳ ୧୧ ଟା ରୁ  ଆରମ୍ଭ  ହୋଇ ଅପରାହ୍ନ ଗୋଟାଏରେ ଶେଷ ହୋଇଥିଲା ।  ଏହି ପରୀକ୍ଷାରେ ବ୍ଲକ କାର୍ଯ୍ୟକାରୀ ସଭ୍ୟ ବଳରାମ ସାହୁ, ଜିଲ୍ଲା ଉପସଭାପତି ଅନୁସୂୟା ଦେବତା, ଜିଲ୍ଲା ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ, ହିମାଂଶୁ ଶେଖର ସାହୁ, ବାଳମୁକୁନ୍ଦ ସାହୁ, ପୁରନ୍ଦର ପ୍ରଧାନ, ପ୍ରସନ୍ନ ବେହେରା, ଲଳିତ ଗଡତିଆ, ପ୍ରଦୀପ ଗଡତିଆ, ସରମା ନାଏକ,ସୁବାସ ରଣା ପ୍ରମୁଖ ସହଯୋଗ କରିଥିଲେ । ରାଜ୍ୟରେ  ୯୨ ଟି କେନ୍ଦ୍ରରେ ମୋଟ ୮୯୦୦ ଛାତ୍ରଛାତ୍ରୀ ଏହି ମେଧା ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ମେଧାଜ୍ଞାନ  ସର୍ବସାଧାରଣରେ ତାର ଜ୍ଞାନର ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ମେଧା ଅନ୍ୱେଷଣ ପରୀକ୍ଷା ଓଷ୍ଟା ପକ୍ଷରୁ  କରାଯାଇଥାଏ । କିନ୍ତୁ ଅନେକ ବିଦ୍ୟାଳୟ ମାନଙ୍କରେ  ପ୍ରଧାନ ଶିକ୍ଷକ ମାନେ  ବିଭିନ୍ନ ସଂଘୀୟ ପ୍ରକାର ଭେଦଭାବ ପୋଷଣ କରି  ପିଲାଙ୍କୁ ଏହି ପରୀକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରୁ ନାହାନ୍ତି, ଫଳରେ ଛାତ୍ରଛାତ୍ରୀ ମାନେ ଏଭଳି  ଏକ ସୁଯୋଗରୁ ବଞ୍ଚିତ  ହେବା ସହ ଅଭିଭାବକ ମହଲରେ  ଅସନ୍ତୋଷ ପ୍ରକାଶ ପାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଳା ପଲସର ଆତଙ୍କ ଆସିଲେ ଝାମ୍ପିଲେ   18-May-2026
  ଜିଲ୍ଲା  
ବାଲି ମାଫିଆଙ୍କ ଘରେ ବଡ ଧରଣର ରେଡ୍, ୨୫ ଲକ୍ଷ ଟଙ୍କା ଜବତ   18-May-2026
  ରାଜ୍ୟ  
ପେଟ୍ରୋଲ ପମ୍ପରେ ସଙ୍କଟ, ଖୁଚୁରା ଦୋକାନରେ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି: ଅଞ୍ଚଳରେ ବଢ଼ୁଛି ଚର୍ଚ୍ଚା   18-May-2026
  ଜିଲ୍ଲା  
କଟକ ଟାଙ୍ଗି ବ୍ଲକରେ ଅରିନ୍ଦମ ରାୟ ଓ ଅଭୟ ବରିକଙ୍କୁ ଗରଫ ଦାବିରେ ବ୍ଲକ୍ କର୍ମଚାରୀଙ୍କ କଲମ ଛାଡ଼ ଆନ୍ଦୋଳନ   18-May-2026
  ରାଜ୍ୟ  
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ; ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   18-May-2026
  ଜିଲ୍ଲା  
ଦୁଲଦୁଲି କଲା ପରିଷଦ ପକ୍ଷରୁ ନବମ ଲୋକକଳା ଉତ୍ସଵ ୨୧ ରୁ   18-May-2026
  ଅପରାଧ  
ସହରରେ ଆରମ୍ଭ ହେଲା କନଭେ ପାଟ୍ରୋଲିଂରାତି ସାଢ଼େ ୧୦ରେ ଦୋକାନ ବନ୍ଦ*   18-May-2026
  ରାଜ୍ୟ  
ପ୍ରବଳ ଗରମରେ ଘନ ଘନ ବିଦ୍ୟୁତ କାଟ୍ ଅଫିସରେ ଅଭିଯୋଗ କଲେ କାର୍ଣ୍ଣପାତ କରୁ ନଥିବା ଅଭିଯୋଗ    18-May-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ    17-May-2026
  ଜିଲ୍ଲା  
ଦଶମ ସିବିଏସସି ପରୀକ୍ଷାର ଏ-ୱାନ ଛାତ୍ର ଶିବାଶିସ ବାଘ ସମ୍ବର୍ଦ୍ଧିତ   17-May-2026
  ରାଜ୍ୟ  
ଓଡ଼ିଆ କବିତାରେ ନବରସ♦️ ସାହିତ୍ୟ ଅକାଦେମି ଏବଂ ଓଡିଶା ସାହିତ୍ୟ ଏକାଡେମୀର ଆବିଷ୍କାର କାର୍ଯ୍ୟକ୍ରମ   17-May-2026
  ରାଜ୍ୟ  
୬୬ତମ ଓଡିଶା ରାଜ୍ୟ ସିିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍‌ଯାପିତ   17-May-2026

You Might Also Like