-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଅତାବିରା ବ୍ଲକ ରେ ଓଷ୍ଟା ମେଧା ବୃତ୍ତି ପରୀକ୍ଷା

27-Nov-2024



ଅତାବିରା(ଆକାଶ ମିଶ୍ର): ଓଡିଶା ମାଧ୍ଯମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ପରିଚାଳିତ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ଓଷ୍ଟା ମେଧାବୃତ୍ତି ପରୀକ୍ଷା ଅତାବିରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଷ୍ଟାର ଅତାବିରା ବ୍ଲକ ସମ୍ପାଦକ ଓକିଲ ପ୍ରଧାନ ଓ ସଭାପତି ଯାଦବ ପ୍ରଧାନ ତଥା  କେନ୍ଦ୍ର ସୁପରିଷ୍ଟେଣ୍ଡେଣ୍ଟ ମନୋଜ ହରପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ବାହାର ଜିଲ୍ଲା ତଥା ବ୍ଲକ ମାନଙ୍କରୁ ପର୍ଯ୍ୟବେକ୍ଷକ ମାନେପରୀକ୍ଷା କେନ୍ଦ୍ର ମାନଙ୍କରେ ଦାୟିତ୍ଵ ନିର୍ବାହ କରିଥିଲେ। ଭଟଲି ବ୍ଲକର କାର୍ଯ୍ୟକାରିଣୀ ସଭ୍ୟ ତଥା ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ତେଜାଗୁଲାର ପ୍ରଧାନ ଶିକ୍ଷକ ଦେବାନନ୍ଦ ବିଶି କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ଉଚ୍ଚବିଦ୍ୟାଳୟର  ପ୍ରଧାନଶିକ୍ଷକ  ଶ୍ରୀଯୁକ୍ତ ହରପlଲ ତତ୍ବାବଧାରକ ଭାବେ ପରୀକ୍ଷା କେନ୍ଦ୍ରର ଦାୟିତ୍ୱ ନେଇ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରି  ଥିଲେ। ଏହି ପରୀକ୍ଷା କେନ୍ଦ୍ରରେ ଅତାବିରା ବ୍ଲକର ୧୨୫ ଜଣ, ବରଗଡ଼ ବ୍ଲକର ୧୧ ଜଣ ଓ ଭଟିଲି  ବ୍ଲକର ୮ ଜଣ  ମୋଟ ୧୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଷ୍ଟା ପକ୍ଷରୁ  ସ୍ୱତନ୍ତ୍ର ଭାବରେ ଏହି ମେଧା ଅନ୍ୱେଷଣ ପରୀକ୍ଷା କରାଯାଉଛି। ଅଷ୍ଟମ ଶ୍ରେଣୀ ରେ ୬୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ବ ନମ୍ୱର୍ ରଖି ପାସ କରିଥିବା ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥିଙ୍କ ମଧ୍ୟରୁ ବେଷ୍ଟ ୧୦୦ ବା ଶ୍ରେଷ୍ଠ ଶହେ ଜଣଙ୍କୁ ପ୍ରମାଣପତ୍ର ସହ ବୃତ୍ତିରାଶି ପ୍ରଦାନ କରାଯାଇ ଥାଏ। ଏହି ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ମାନସିକ ଦକ୍ଷତା ୧୦ ମାର୍କ, ସାଧାରଣ ଜ୍ଞାନ ୧୦ ମାର୍କ, ଓଡ଼ିଆ ଭାଷା ସାହିତ୍ୟ ୧୫ ମାର୍କ, ଇଂରାଜୀ ୧୦ ମାର୍କ, ବିଜ୍ଞାନ ୨୦ ମାର୍କ, ଗଣିତ ୨୦ ମାର୍କ ଏବଂ ସାମାଜିକ ବିଜ୍ଞାନ ୧୫ ଏହିପରି ମୋଟ୍ ୧୦୦ ମାର୍କର ପରୀକ୍ଷା ହୋଇଥିଲା । ପରୀକ୍ଷା ର ସମୟ ଅବଧି ୨ ଘଣ୍ଟା ରହିଥିଲା । ସକାଳ ୧୧ ଟା ରୁ  ଆରମ୍ଭ  ହୋଇ ଅପରାହ୍ନ ଗୋଟାଏରେ ଶେଷ ହୋଇଥିଲା ।  ଏହି ପରୀକ୍ଷାରେ ବ୍ଲକ କାର୍ଯ୍ୟକାରୀ ସଭ୍ୟ ବଳରାମ ସାହୁ, ଜିଲ୍ଲା ଉପସଭାପତି ଅନୁସୂୟା ଦେବତା, ଜିଲ୍ଲା ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ, ହିମାଂଶୁ ଶେଖର ସାହୁ, ବାଳମୁକୁନ୍ଦ ସାହୁ, ପୁରନ୍ଦର ପ୍ରଧାନ, ପ୍ରସନ୍ନ ବେହେରା, ଲଳିତ ଗଡତିଆ, ପ୍ରଦୀପ ଗଡତିଆ, ସରମା ନାଏକ,ସୁବାସ ରଣା ପ୍ରମୁଖ ସହଯୋଗ କରିଥିଲେ । ରାଜ୍ୟରେ  ୯୨ ଟି କେନ୍ଦ୍ରରେ ମୋଟ ୮୯୦୦ ଛାତ୍ରଛାତ୍ରୀ ଏହି ମେଧା ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ମେଧାଜ୍ଞାନ  ସର୍ବସାଧାରଣରେ ତାର ଜ୍ଞାନର ପ୍ରତିଭାକୁ ବିକଶିତ କରିବା ପାଇଁ ଏହି ମେଧା ଅନ୍ୱେଷଣ ପରୀକ୍ଷା ଓଷ୍ଟା ପକ୍ଷରୁ  କରାଯାଇଥାଏ । କିନ୍ତୁ ଅନେକ ବିଦ୍ୟାଳୟ ମାନଙ୍କରେ  ପ୍ରଧାନ ଶିକ୍ଷକ ମାନେ  ବିଭିନ୍ନ ସଂଘୀୟ ପ୍ରକାର ଭେଦଭାବ ପୋଷଣ କରି  ପିଲାଙ୍କୁ ଏହି ପରୀକ୍ଷା ଦେବା ପାଇଁ ସୁଯୋଗ ପ୍ରଦାନ କରୁ ନାହାନ୍ତି, ଫଳରେ ଛାତ୍ରଛାତ୍ରୀ ମାନେ ଏଭଳି  ଏକ ସୁଯୋଗରୁ ବଞ୍ଚିତ  ହେବା ସହ ଅଭିଭାବକ ମହଲରେ  ଅସନ୍ତୋଷ ପ୍ରକାଶ ପାଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like