-+91-9937148622 |
prerana_bgr@rediffmail.com |
Saturday 13th December 2025 |
R.N.I. Regd No. ODIODI/2010/46693
Breaking News
13-Nov-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା-କୁର୍ରିଚୁଆଁ ରାସ୍ତା କଡରେ ୨କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଓମ୍ ପୋଲିଟ୍ରି ଫାର୍ମ ବହୁ ଆଡମ୍ବର ସହ ଉଦଘାଟିତ ହୋଇଯାଇଛି।ଏ କ୍ରମରେ ଫୋଲିଟ୍ରି ଫାର୍ମ ପରିସରରେ ପ୍ରତିଷ୍ଠାତ୍ସୋବ ସକାଶେ ପଣ୍ଡିତ ବିମ୍ବାଧର ତ୍ରିପାଠୀ ପୂଜା କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିଥିବା ବେଳେ, କର୍ତ୍ତା ଭାବେ ଓମ୍ ପୋଲିଟ୍ରି ଫାର୍ମର ମାଲିକ ଶ୍ରୀମାନ ପିଣ୍ଟୁ ମେହେର ଏବଂ ତାଙ୍କ ସହଧର୍ମିଣୀ ଶତାବ୍ଦୀ ମେହେର ଯୋଗଦାନ କରି ପୂଜା କର୍ମ ସମ୍ପାଦନ କରିଥିଲେ।ଏପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଶାନ୍ତିଧର ମେହେର ନୂତନ ପୋଲିଟ୍ରି ଫାର୍ମକୁ ଆନୁଷଙ୍ଗିକ ଭାବେ ଫିତା କାଟି ଉଦଘାଟନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ,ଏଇ ପୋଲିଟ୍ରି ଫାର୍ମ ପଶ୍ଚିମଓଡିଶାର ଦ୍ୱିତୀୟ ବୃହତ୍ ପ୍ରତିଷ୍ଠାନ ଅଟେ। ଏକ୍ରମରେ ପଶ୍ଚିମଓଡିଶାର କୋଣ ଅନୁକୋଣରୁ ଅନେକ ବ୍ୟବସାୟୀଙ୍କ ସମେତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।