-+91-9937148622 |
prerana_bgr@rediffmail.com |
Monday 16th February 2026 |
R.N.I. Regd No. ODIODI/2010/46693
Breaking News
28-Oct-2024
ଆଗଲପୁର, (ବିନୋଦ ଦୀପ) ଆଗଲପୁର ବ୍ଲକ ର ସାଲେଭଟା ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ଆଗଲପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିଲେ l ଏହା ସହିତ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଶ୍ରୀ ଦୁର୍ଗା ପ୍ରସାଦ ମିଶ୍ର ଓ ଅରବିନ୍ଦ ମହାନ୍ତି, ବି ଏସ ଓ ଶ୍ରୀ ସୁଶାନ୍ତ ମହାକୁର, ସି ଡି ପି ଓ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶ୍ରୀ ଧୀରେନ୍ଦ୍ର ମେହେର ଓ ଅତିରିକ୍ତ ତହସିଲଦାର ଶ୍ରୀ ଫାଲଗୁନି ଶବର ମଧ୍ୟ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ l ଏହାସହ ବ୍ଲକ୍ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଅଭିଯୋଗ ଶୁଣାଣୀ ଶିବିର ସମୟରେ ଏକ ଭିନ୍ନକ୍ଷମ ମହିଳା ଦିପାଞ୍ଜଳି ପଧାନ୍ ଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ l ଆଜିର ଜନ ଶୁଣାଣି ଶିବିରରେ ସର୍ବ ମୋଟ 191 ଟି ଅଭିଯୋଗ ଉପରେ ଦରଖାସ୍ତ ଗ୍ରହଣ ହୋଇଥିଲା। ଅଭିଯୋଗ ଶୁଣାଣୀ ସରିଲା ପରେ ମଧ୍ୟ ବହୁ ଲୋକ ଶିବିର କୁ ଆସୁ ଥିବାର ଦେଖିବାକୁ ମିଳିଥିଲା। ଅନେକ ଲୋକ ଦରଖାସ୍ତ ଦେଇ ଯାଉଥିବା ବେଳେ ଅନେକ ଲୋକ ଫେରି ଯାଉ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଓ ଜମି ପାଇଁ ଅନେକ ଅଭିଯୋଗ ଦାଖଲ ହୋଇଥିବା ଜଣା ପଡିଛି l