-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ଶାରଦୀୟ ଅନ୍ତିମ ଦିନ ରେ ମହିଷାସୁର ମର୍ଦ୍ଦିନୀ ଵେଶ

11-Oct-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
"ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା  
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ"
ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।
ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ ଗୁଡିକରେ ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ସେଥିପାଇଁ ଦ୍ୱିତୀୟ ବାରାଣସୀ ସୁବର୍ଣ୍ଣପୁର ସହର ମଧ୍ୟରେ ରହିଥିବା ଦେବୀପୀଠ ସବୁରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା।ଶାରଦୀୟ ନବରାତ୍ରିର ଆଜି ହେଉଛି ନବମ ବା ଅନ୍ତିମ ଦିନ। ଏଣୁ ଏଥିପାଇଁ ମା'ସୁରେଶ୍ୱରୀ ଶାରଦୀୟ ପର୍ଵର ଅନ୍ତିମ ଦିନରେ ମହିଷାସୁର ମର୍ଦ୍ଦିନୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହାକୁ ନେଇ ଯାହା ଆମର ପୌରାଣିକ କଥା ରହିଛି ଏକଦା ଜଗତଜନନୀ ମହାମାୟା ଜଗଦମ୍ବିକା ଦେବତା ମାନଙ୍କୁ ଏକ ସମୟରେ ଭରସା ଓ ପ୍ରତିଶୃତି ପ୍ରଦାନ କରିଥିଲେ ଯେତେବେଳେ ଯେତେବେଳେ ଆସୁରିକ ଶକ୍ତି ମାନଙ୍କ ଦୌରାତ୍ମ୍ୟ ଓ ଅତ୍ୟାଚାର  ବିଶ୍ୱ ବ୍ରହ୍ମାଣ୍ଡରେ ଦେଖାଦେଇଥିବ,ସେତେବେଳେ ଏହି ଆସୁରିକ ଶକ୍ତିଙ୍କ କବଳରୁ ରକ୍ଷା କରିବା ପାଇଁ ମୋର ଧରାଧାମରେ ଅବତୀର୍ଣ୍ଣ ହୋଇବ।ସେଥିପାଇଁ ଯେତେବେଳେ ରମ୍ଭାସୁର ନାମକ ଅସୁରର ଏକପୁତ୍ର ଭାବରେ ମହିଷାସୁର ଜନ୍ମ ହୋଇ ବଡ଼ ହେଲା। ସେ ସର୍ବ ଶକ୍ତିଶାଳୀ ଓ ଅମରତ୍ୱ ପାଇଁ କଠିନ ତପସ୍ୟା କରିଥିଲା। ଫଳ ସ୍ୱରୂପ ତାକୁ ସୃଷ୍ଟିର ରଚୟିତା ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହୋଇଥିଲା ଯେ ତାହାର ମୃତ୍ୟୁ ଦେବତା ବା ପୁରୁଷଙ୍କ ଦ୍ୱାରା ହେବନାହିଁ ବୋଲି। ତାହାର ସୁଯୋଗ ନେଇ ସେ ତାହାର ଅତ୍ୟାଚାର ଆରମ୍ଭ କରିଦେଇଥିଲା। ତେଣୁ ଏହି ସମୟରେ ଦେବତାମାନେ ଭଗବାନ ବିଷ୍ଣୁ ଓ ମାତା ଭଗବତୀଙ୍କୁ ଆରାଧନା କରିଥିବା କଥା ରହିଛି।
ଦାନବ ମହିଷାସୁରର ଅତ୍ୟାଚାରରୁ ଦେବତା ମାନଙ୍କୁ ମୁକ୍ତି ପ୍ରଦାନ ତଥା ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ମହିଷାସୁରର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ମାତା ଭଗବତୀଙ୍କୁ ଦୁର୍ଗା ରୂପରେ ଅବତୀର୍ଣ୍ଣ ହୋଇଥିବା କଥା ପୌରାଣିକ କାହାଣୀରୁ ଜଣାଯାଏ।
ରୁକ୍ ବେଦ ରେ ଉଲ୍ଲେଖ ରହିଛି ,ମାତା ଦୁର୍ଗା ହେଉଛନ୍ତି ଆଦିଶକ୍ତି,ଯେକି ଅବିନାଶୀ ଅଟନ୍ତି।ଏହି ସଂସାରର ସମସ୍ତ କ୍ରିୟା କଳାପକୁ ସଞ୍ଚାଳନ କରୁଥିବା ଜଣାଯାଏ।
ସେଥିପାଇଁ ସେ ସର୍ବ ଶକ୍ତିଶାଳୀ ମହିଷାସୁରର ବଧ ସକାଶେ ଧରାଧାମକୁ ପୁଣିଥରେ ଅବତୀର୍ଣ୍ଣ ହୋଇ ନଅ ଦିନ ଧରି ଘମାଘୋଟ ଯୁଦ୍ଧ କରିଥିଲେ।ପ୍ରଥମେ ଯେତେବେଳେ ମହିଷାସୁର ସହିତ ଯୁଦ୍ଧ ସକାଶେ ଯୁଦ୍ଧ କ୍ଷେତ୍ରରେ ଓହ୍ଲାଇ ଥିଲେ ମା'ଦୁର୍ଗା, ସେତେବେଳେ ମାତା ଦୁର୍ଗାଙ୍କ ଅପରୂପ ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇ ମାତାଙ୍କୁ  ଯୁଦ୍ଧ ନ କରିବା ପାଇଁ ପ୍ରସ୍ତାବ ରଖି ମାତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।ସେତେବେଳେ ମାତା ଯୁଦ୍ଧ କରି ମୋତେ ପରାଜିତ କରିପାରିଲେ ତାହା ସମ୍ଭବ ବୋଲି କହି ପ୍ରଚଣ୍ଡ ଯୁଦ୍ଧ ଆରମ୍ଭ କରି ଦେଇଥିଲେ।ଶେଷରେ ମାତାଙ୍କ ହାତରେ ତାହାର ମୃତ୍ୟୁ ହୋଇଥିଲା। ମହିଷାସୁରକୁ ବଧ କରିବା ପାଇଁ ମାତାଙ୍କୁ ନଅ ଦିନଧରି ଯୁଦ୍ଧ କରିବାକୁ ପଡିଥିଲା।ସେଥିପାଇଁ ହିନ୍ଦୁଧର୍ମାବଲମ୍ବୀ ମାନେ ଉକ୍ତ ସମୟକୁ ପ୍ରତ୍ୟେକ ବର୍ଷ ନଅ ଦିନଧରି ଦୁର୍ଗାପୂଜା କରିବା ସହ ଦଶମଦିନକୁ ବିଜୟାଦଶମୀ ଭାବରେ ପାଳନ କରିଥାନ୍ତି।
ସୁତରାଂ ଏହି ନବରାତ୍ରିସମୟରେ ମାତା ଦୁର୍ଗା ଦେବୀଙ୍କ ପୂଜା ଉପାସନାର ଅନେକ ମହତ୍ଵ ବହନ କରିଥାଏ।
ଏହିସମୟରେ ମାତା ଦୁର୍ଗା ଦେବୀଙ୍କୁ ନିଷ୍ଠାର ସହିତ ପୂଜା ଉପାସନା କରିବା ଦ୍ୱାରା ଦୈନନ୍ଦିନ ଜୀବନରେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like