-+91-9937148622 |
prerana_bgr@rediffmail.com |
Sunday 13th October 2024 |
R.N.I. Regd No. ODIODI/2010/46693
Breaking News
01-Oct-2024
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ୍ ଗ୍ରାମରେ ଝାଡାବାନ୍ତି ରେ ଅନେକ ଲୋକ ଆକ୍ରାନ୍ତ ହୋଇଥିବାର ଦେଖିବାକୁ ମିଳିଛି l ଗତ ତିନି ରୁ ଚାରି ଦିନ ହେବ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି l ଖବରପାଇବା ମାତ୍ରେ ଉକ୍ତ ଗ୍ରାମ ର ଗ୍ରାଉଣ୍ଡ ଜିରୋ ରୁ ଖବର ସଂଗ୍ରହ କରାଯାଇଛି l ଗ୍ରାମର ବହୁ ମହିଳା, ପୁରୁଷ ଓ ପିଲାମାନେ ଆକ୍ରାନ୍ତ ହୋଇଥିବାର ଦେଖିବାକୁ ପାଇଲୁ l ଲୋକଙ୍କୁ ଏ ବାବଦରେ ପଚାରି ବୁଝିବାରୁ ଆମ୍ଭ ଗ୍ରାମରେ ଅନେକ ଲୋକ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି l ଏ ବିଷୟରେ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଏକ ଟିମ୍ ଆସି ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି l ଜଣ କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ନିଆ ଯାଇଥିବା ବେଳେ ଅନ୍ୟ ଜଣକୁ ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତିକରି ଚିକିତ୍ସା କରା ଯାଉଥିବା ମଧ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି l ଆଉ ବାକି ଆକ୍ରାନ୍ତ ହୋଇଥିବା ରୋଗୀ ଙ୍କୁ ସ୍ବାସ୍ଥ୍ୟ ଉପକେନ୍ଦ୍ର ଉପରବାହାଳ ରେ ଚିକିତ୍ସା କରାଯାଉଛି l ବିଶେଷ କରି ଗ୍ରାମର ରଶ୍ମି ସାହୁ, ପ୍ରମିଳା ସାହୁ, ଦଧି ମାହାକୁର, ଯମୁନା ସାହୁ, ସେବତୀ ସାହୁ, ପଞ୍ଚମୀ ସାହୁ ଚିକିତ୍ସିତ ହେଉଥିବା ଉପରବାହାର ଆରୋଗ୍ୟ ଉପକେନ୍ଦ୍ର ର ଅଧିକାରୀ ସୂଚନା ଦେଇଛନ୍ତି l
ଦୂଷିତ ପାଣି ଯୋଗୁଁ ଗ୍ରାମରେ ଝାଡା ବାନ୍ତି ବ୍ୟାପୁଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ବନ୍ଧ ର ପାଣି ଗାଧୋଇବା ଓ ଖାଇବା ଦ୍ବାରା ଏପରି ହେଉଛି ବୋଲି ଗ୍ରାମବାସି ଅଭିଯୋଗ କରିଛନ୍ତି l ପୋଖରୀ ର ପାଣି ନମୁନା ସଂଗ୍ରହ କରି ତାକୁ ପରୀକ୍ଷା କରିବା ପାଇଁ ପଞ୍ଚାୟତ ର ଏମ ବି କେ ମଧ୍ୟ ଆସିଥିବାର ଦେଖିବାକୁ ମିଳିଛି l ଏକ ଡ଼ାକ୍ତରୀ ଟିମ୍ ଆସି ଗ୍ରାମ ରେ ଅନୁଧ୍ୟାନ କରି ଉଚିତ୍ ପଦକ୍ଷେପ ନେବାସହ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟିଦେବା ସହିତ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି l