-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

କେନ୍ସର ରୋଗୀ ଓ ପୀଡିତ ପରିବାରଙ୍କ ମନୋବଳ ବୃଦ୍ଧି ପାଇଁ ଫାଇଟର୍ସ ଗୃଫର ନିଆରା ଉଦ୍ୟମ

20-Sep-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡର Cancer Survivors ମାନଙ୍କ ଦ୍ଵାରା ଗଠିତ  Fighters Group ଆଗାମୀ ୨୯ ସେପ୍ଟେମ୍ବର ରବିବାର, ୯ ଘଣ୍ଟା ୩୦ ମିନିଟ ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ  କେନ୍ସର ରୋଗୀ ଓ ପୀଡିତ ପରିବାରବର୍ଗଙ୍କୁ ମାନସିକ ସ୍ତରରେ ମଜବୁତ କରି ମନୋବଳ ବୃଦ୍ଧି କରିବାର ପ୍ରୟାସ କରି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଅଣ୍ଟା ଭିଡିଛି ଯାହାକି ସାରା ଓଡିଶାରେ ପ୍ରଥମ ଥର ପାଇଁ ବରଗଡ ସହରରେ ହେବାକୁ ଯାଉଛି।ଏନେଇ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଫାଇଟର୍ସ ଗୃଫ ପକ୍ଷରୁ ସୂଚନା ଦିଆଯାଇଛି ।ସାମାଜିକ ଓ ମାନସିକ ସ୍ତରରେ କେନ୍ସର ରୋଗୀ ଓ ତାଙ୍କ ପରିବାରର ମନୋବଳ ବୃଦ୍ଧି ପାଇଁ ଆୟୋଜିତ ଏହି "ମନୋବଳ ବୃଦ୍ଧି କାର୍ଯ୍ୟକ୍ରମ"  (Psycho-Social Support to Cancer patients and family Event )ର ମୁଖ୍ୟ ଆକର୍ଷଣ ହେଉଛନ୍ତି ଓଡିଶାର ବାଗଚୀ ଶଙ୍କରାଶ୍ରୟ  Psycho- Oncologist ଡାକ୍ତର ଶ୍ରୀମତୀ କେଶବ ଶର୍ମା । ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ Psycho- Oncologist ମାନେ ଯୋଗଦେଇ କେନସର ଚିହ୍ନଟ ହେବା ମୂହୁର୍ତ୍ତରୁ ଚିକିତ୍ସା ର ପ୍ରତ୍ୟେକ ପର୍ଯ୍ୟାୟରେ ନିଜକୁ କିଭଳି ମାନସିକସ୍ତରରେ ମଜବୁତ କରିପାରିବେ ସେ ସଂପର୍କରେ ପିଡୀତ ଓ ପରିବାରଙ୍କ ସହିତ ଆଲୋଚନା କରିବେ।  ସେହିପରି ରାୟପୁର ବାଲକୋ ହସ୍ପିଟାଲରୁ ସାଇକୋଲୋଜିଷ୍ଟ ଡାକ୍ତର ଅମୃତ ମଜୁମଦାର,ବୁର୍ଲା ଭୀମସାରରୁ ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ବିଶ୍ଵରଞ୍ଜନ ରାଉତରାୟ,ସମ୍ବଲପୁର ବିଶ୍ଵବିଦ୍ୟାଳୟର ଆସିଷ୍ଟେନ ପ୍ରଫେସର ସୋସିଓଲୋଜି ସ୍ପେଶିଆଳିଷ୍ଟ ଡାକ୍ତର ମଧୁମିତା ବିଶ୍ଵାଳ,ଭୁବନେଶ୍ବର ବାଗଚୀ ଶଙ୍କରାଶ୍ରୟ ସାଇକୋଲୋଜିକାଲ କାଉନ୍ସିଲର ରାଜନନ୍ଦିନୀ ଘୋଷ ଏବଂ ଭୁବନେଶ୍ବର "ଉମିଦେ " ର ଫାଉଣ୍ଡର ନିତାଇ ଗୌର ପାଣିଗ୍ରାହୀ ଉପସ୍ଥିତ ରହି କେନ୍ସର ରୋଗୀ ଏବଂ ପୀଡିତ ପରିବାରଙ୍କ ସହିତ ଆଲୋଚନା କରିବେ ।କେନ୍ସର ରୋଗ ସହିତ ଲଢେଇକରି ବିଜୟୀ ହୋଇଥିବା କେନ୍ସର ସରଭାଇଭର ମାନଙ୍କ ଦ୍ଵାରା ଗଠିତ ବରଗଡର ଫାଇଟର୍ସ ଗୃଫ ଆଜି ପର୍ଯ୍ୟନ୍ତ ଅନ୍ୟ କେନ୍ସର ରୋଗୀଙ୍କୁ  ଉନ୍ନତ ଚିକିତ୍ସା କ୍ଷେତ୍ରରେ ରାହା ଦେଖାଇ ସାହାଯ୍ୟର ହାତବଢାଇ ଆସିଥିଲା ଓ ବରଗଡରେ କେନ୍ସର ସହଯୋଗ କେନ୍ଦ୍ର ଖୋଲି ନିଆରା ପ୍ରୟାସ କରିଥିଲା ମାତ୍ର କେନ୍ସର ରୋଗୀ ଓ ପରିବାର ମାନସିକ ଓ ସାମାଜିକ କ୍ଷେତ୍ରରେ ଯେଉଁ ସମସ୍ୟାର ସାମନା କରିଥାନ୍ତି ତାହା ପୁରା ପରିବାରକୁ ଅସ୍ତବ୍ୟସ୍ତ କରି ପକାଇଥାଏ ତେଣୁ ଫାଇଟର୍ସ ଗୃଫ ପୁଣି ନିଆରା ପ୍ରୟାସ କରିଛି କେନ୍ସର ରୋଗୀ ଓ ପୀଡିତ ପରିବାରଙ୍କୁ ମାନସିକ ସ୍ତରରେ ମଜବୁତ କରିବାକୁ।ତେବେ ଜିଲ୍ଲା ଓ ଜିଲ୍ଲା ବାହାରେ ରହିଥିବା କେନ୍ସର ରୋଗୀ ତଥା ରୋଗୀଙ୍କ ପରିବାର ବର୍ଗ ଆସନ୍ତା ୨୯ ତାରିଖରେ ହେବାକୁଥିବା ଏହି ମନୋବଳ ବୃଦ୍ଧି କାର୍ଯ୍ୟକ୍ରମରେ ନିଶ୍ଚିତ ରୂପେ ଯୋଗଦାନ କରିବାକୁ ଆଜିର ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଫାଇଟର୍ସ ଗୃଫ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ "ଫାଇଟର୍ସ ଗୃଫ ଟ୍ରଷ୍ଟ ର ଅଧ୍ୟକ୍ଷ ଅଶ୍ଵିନୀ ଦର୍ଜି, ଭ୍ବବନେଶ୍ବର "ଉମିଦେ" ର ଫାଉଣ୍ଡର ନିତାଇ ଗୌର ପାଣିଗ୍ରାହୀ,ରବି ପଣ୍ଡା,କେନ୍ସର ସହଯୋଗ କେନ୍ଦ୍ରର କୋଡିନେଟର ଦୁର୍ଲଭି ବିଶ୍ଵାଳ,ଫାଇଟର୍ସ ଗୃଫର ସଦସ୍ୟ ପ୍ରତାପ ଦାସ ଏବଂ କେନ୍ସର କେୟାର ଭୋଲେଣ୍ଟିୟର ସେଖ ମହମ୍ମଦ ଗଜନବି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like