-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||     

HOME   ଜିଲ୍ଲା

ସୁଭଦ୍ରା ରଥର ଉଦଘାଟନ କଲେ ଜିଲ୍ଲାପାଳ ଅମୃତ ଋତୁରାଜ

07-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀ) ରାଜ୍ୟରେ ମୋହନ ସରକାରଙ୍କର  ପ୍ରଥମ କରି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ସୁଭଦ୍ରା ଯୋଜନାର ଅୟମାରମ୍ଭା କରାଯାଇଛି | ରାଜ୍ୟରେ ସୁଭଦ୍ରା ଯୋଜନା କୁ ମହିଳାମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନାଭାବେ ଅଭିହିତକରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଆର୍ଥିକ କ୍ଷେତ୍ରରେ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି  | ମହିଳା ମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏବଂ ସଶକ୍ତିକରଣର ଭାବନା ସୃଷ୍ଟି କରିବା ପାଇଁ ସମସ୍ତ ହିତାଧୂକାରୀମାନଙ୍କୁ ଏକ ସୁଭଦ୍ରା କାର୍ଡ (ଏଟି ଏମ-ତଥା- ଡେବିଟ୍ କାର୍ଡ ପ୍ରଦାନ କରାଯିବ। ସେମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ହାରରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୁଦାୟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ, ଯଦି ସେମାନେ ପ୍ରତି ବର୍ଷ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି, ତାହେଲେ ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସ ଏବଂ ଦ୍ଵିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ) ରେ ୫ହଜାର ଟଙ୍କା ଲେଖାଏଁ ଡିବିଟି କାର୍ଡ ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ତା.୦୧.୦୭.୨୦୨୪ ରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠାରୁ ଅଧ‌ିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ, ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ଠାରୁ ୦୧.୦୭.୨୦୦୩ ପର୍ଯ୍ୟନ୍ତ ହେବା ଉଚିତ୍। ଯେଉଁ ମହିଳା ୦୧.୦୭.୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଅବଧୂର ଅବଶିଷ୍ଟ ବର୍ଷଗୁଡ଼ିକ ପାଇଁ ଏହି ସହାୟତା ଦିଆଯିବ ନାହିଁ ବୋଲି ସୁଭଦ୍ରା ନିର୍ଦ୍ଦେଶାବଳୀରୁ ଜଣାପଡ଼ିଛି ।
       ଆଜି ରାଜ୍ୟ ସରକାର ଙ୍କର ନିଷ୍ପତ୍ତି କ୍ରମେ ସୁଭଦ୍ରା  ଯୋଜନାର ବହୁଳ ପ୍ରଚାର ଓ ପ୍ରସାର ପାଇଁ  ଶିକ୍ଷା ସୂଚନା ଓ ଯୋଗାଯୋଗ ଭ୍ୟାନ୍ 'ସୁଭଦ୍ରା' ର ଶୁଭାରମ୍ଭ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍। ଏହି ଶୁଭାରମ୍ଭ ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟାଲକ୍ଷ୍ମୀ ବେହେରା, ବିଭାଗୀୟ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧୂମାନେ ଉପସ୍ଥିତ ଥିଲେ |  ଏହି ଭ୍ୟାନ୍ ଜିଲ୍ଲାରେ ଆଜି ଠାରୁ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୁଲିବ । ଜିଲ୍ଲାରେ ସମୁଦାୟ ୬ ଗୋଟି ସୁଭଦ୍ରା ରଥ ଜିଲ୍ଲାର ଗଳି କନ୍ଦିରେ ଭ୍ରମଣ କରି ପ୍ରଚାର କରି ସୁଭଦ୍ରା ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନ କରାଇବ ବୋଲି ଜଣାପଡ଼ିଛି  | ସୁଭଦ୍ରା ରଥ ଗୁଡ଼ିକ କେଉଁ କେଉଁ ସ୍ଥାନ ଦେଇ ଯିବ ସେଥ‌ିପାଇଁ ପ୍ରଶାସନ ଏକ ରୁଟ୍ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଥିବା ଜଣାପଡିଛି | 
    ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ କରି ସୁଭଦ୍ରା ଯୋଜନା ର ପ୍ରଚାର ପ୍ରସାର କରୁଥିବା ବେଳେ ସରକାର ଙ୍କର ସିଂଗିଲ ଉୟିଣ୍ଡୋ କେନ୍ଦ୍ର ଗୁଡିକରେ ନେଟ ୱାର୍କ ପ୍ରୋବ୍ଲେମ ଓ ସର୍ବଭାଇବର ଡାଉନ ରହୁଥିବା ଯୋଗୁଁ ଦିନକୁ ମାତ୍ର ତିନି ଚାରିଜଣ ମହିଳା ଙ୍କର ଆବେଦନ ହୋଇପାରୁନି, ଯାହା ଫଳରେ ପଂଚାୟତ କିମ୍ବା ସେବା କେନ୍ଦ୍ର ଗୁଡିକରେ ନାମ ପଞ୍ଜିକରଣ କରିବାକୁ ଅପେକ୍ଷା କରିଥିବା ଶହ ଶହ ମହିଳା ମାନେ ନିଜର ନାମ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ କରିନ ପାରି ତୀବ୍ର ଅସନ୍ତୋଷ ପ୍ରକାଶ କରି ଘରକୁ ଫେରିଯାଉଥିବା ଦେଖିବାକୁ ମିଳୁଛି  | ଏଣୁ ସୁଭଦ୍ରା ଯୋଜନାରେ ଅଧିକରୁ ଅଧୀକ ମହିଳା ମାନଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ଅନ୍ୟ ବିକଳ୍ପ ଜରିଆରେ କାର୍ଯ୍ୟ କଲେ ସିଂଗିଲ ଉଇଣ୍ଡୋ କେନ୍ଦ୍ର ଗୁଡିକରେ ଅଧିକରୁ ଅଧୀକ ମହିଳା ଆବେଦନ ବା ନିଜ ନାମ ପଞ୍ଜିକରଣ କରିପାରିବେ ଓ ସରକାର ଙ୍କର ସୁଭଦ୍ରା ଯୋଜନା ସଫଳ ହୋଇପାରିବ, ଯଦି ଏଭଳି ଆବେଦନ ବିଳମ୍ବ ହେବ ଓ ଦିନକୁ ଯଦି ହାତ ଗଣତି ଦୁଇ ତିନି ଜଣ ସିଂଗିଲ ଉଇଣ୍ଡୋ କେନ୍ଦ୍ରରେ ଆବେଦନ କରିପାରିବେ ତାହେଲେ ତାହେଲେ ସରକାର ମହିଳା ମାନଙ୍କୁ ପାଞ୍ଚ ବର୍ଷରେ ସୁଭଦ୍ରା ଯୋଜନା ମାଧ୍ୟମରେ ୫୦,୦୦୦ ଟଙ୍କା ଦେବା ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ତାକୁ ପୂରଣ କରିବାକୁ ହେଲେ ୧୦ ବର୍ଷରେ ମଧ୍ୟ୍ୟ ସରକାର ଙ୍କ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ, ଏବଂ ଏହା ଏକ ପ୍ରହସନ ରେ ପରିଣତ ହେବ ବୋଲି ସାଧାରଣ ରେ ଆଲୋଚନା ହେବାକୁ ଆରମ୍ଭ କଲାଣି ଏଣୁ ସିଂଗିଲ ଉଇଣ୍ଡୋ କେନ୍ଦ୍ର ଗୁଡିକରେ କିଭଳି ଆବେଦନ ତ୍ବରାନ୍ୟୁତ ହୋଇପାରିବ ସେଥିପ୍ରତି ସେଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026

You Might Also Like