-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଚରମ ଅବ୍ୟବସ୍ଥା ଓ କଳାକାରନାମା ଭିତରେ ଲାଠୋର କଲେଜ, କ୍ଲାର୍କ ଓ ପିଅନଙ୍କ ଡବଲ ରୋଲ୍, ୬ ବର୍ଷ ଧରି କାର୍ଯ୍ୟ କରୁଥିଲେ ଭୂତ ଖେଳ ଶିକ୍ଷକ, ସ୍କୁଲ ମେନେଜମେଂଟ କମିଟିକୁ ଅନ୍ଧାରରେ ରଖି ଚାଲିଥିଲା ଅନ୍ଧାରୀ ରାଜ୍

07-Sep-2024



ଲାଠୋର୍(ପ୍ରେରଣା ଖବର): ଶିକ୍ଷା କ୍ଷେତ୍ରରେ ଅନ୍ଧାରରେ ରହିଥିବା ପଛୁଆ ଲାଠୋର ଅଂଚଳରେ ଶିକ୍ଷାର ପ୍ରଦୀପ ଜାଳିଥିବା ଲାଠୋରର କିଛି ମହାନୁଭବଙ୍କ ଦ୍ୱାରା ୧୯୯୭ ମସିହାରେ ସ୍ଥାପିତ ହୋଇଥିଲା ଲାଠୋର ପଂଚାୟତ କଲେଜ।ଲାଠୋରବାସୀଙ୍କ ସହଯୋଗରେ ଏହି କଲେଜଟି ପରିଚାଳିତ ହେଉଥିବା ବେଳେ ଏବେ ଏହି କଲେଜ ପରିଚାଳନାଗତ ତୃଟି ଯୋଗୁଁ ତାର ପୂର୍ବ ଗୌରବ ହରାଇବାରେ ଲାଗିଛି। କଲେଜରେ ଅଧ୍ୟାପକ ନିଯୁକ୍ତି ଠାରୁ ଆରମ୍ଭ କରି କଲେଜ ସଂପର୍କିତ କାଗଜପତ୍ରରେ ଅନେକ ଅନିୟମିତତା ରହିଥିବା ଜଣାପଡିଛି।ତତ୍କାଳୀନ କଲେଜର ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କ ଏକଚାଟିଆ ମନୋଭାବ ଯୋଗୁଁ କଲେଜରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ୧୯୯୭ ମସିହାରେ ଏହି କଲେଜରେ ଏକ ରିଜୋଲେସନ୍ ବଳରେ ଛତ୍ରପାଲ ଗିରି ନାମକ ଜଣେ ବ୍ୟକ୍ତିଙ୍କୁ ଖେଳ ଶିକ୍ଷକ ଭାବରେ ନିଯୁକ୍ତି ଦିଆ ଗଲା। ପରେ ୨ଠଠ୪ ମସିହାରେ ଗୁଣମଣି ସାହୁ ନାମକ ଆଉଜଣେ ବ୍ୟକ୍ତି ଖେଳ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ। ତେବେ ରହସ୍ୟର ବିଷୟ ହେଲା ପୂର୍ବରୁ ୧୯୯୭ ମସିହାରୁ ଖେଳ ଶିକ୍ଷକ ଥିବା ଛତ୍ରପାଲ ଗିରି ଲାଠୋରରେ ଭୂତ ଖେଳ ଶିକ୍ଷକ ଭାବେ କାମ କରୁଥିଲେ।ତାଙ୍କ ନାମରେ ଦରମା ଆସୁଥିଲା କିନ୍ତୁ ଛତ୍ରପାଳ ଗିରି ନାମଧାରୀ ଏପରି କୌଣସି ବ୍ୟକ୍ତି ସ୍ୱଦେହରେ କେବେ ଏଠାରେ କାମ କରି ନ ଥିଲେ କି ଏହି କଲେଜ ମଧ୍ୟ ଦେଖି ନଥିଲେ। ଛତ୍ରପାଲ ଗିରି ଏହି କଥାକୁ ହାୟର ଏଜୁକେସନ ନିର୍ଦ୍ଦେଶକଙ୍କ ଠାରେ ସ୍ପଷ୍ଟ ମଧ୍ୟ କରିଛନ୍ତି। ଜାଲ ସାଟିର୍ଫିକେଟ ବଳରେ ଏପରି କାମ ସବୁ ଏଠାରେ ବେଶ ସୁରୁଖୁରୁରେ ଚାଲିଥିଲା। ତେବେ ଏଠାରେ ପ୍ରଶ୍ନ ଉଠେ ଦୀର୍ଘ ୬ ବର୍ଷ ଧରି ଭୂତ ଖେଳ ଶିକ୍ଷକ ଭାବେ ଲାଠୋର କଲେଜରେ କାମ କରୁଥବା ଛତ୍ରପାଳଙ୍କ ଦରମା ନେଉଥିଲା କିଏ ଏବଂ ଏତେସବୁ କାରନାମା ପଛର ମାଷ୍ଟର ମାଇଣ୍ଡ ଜଣକ କିଏ ? ଆଜି ପର୍ଯ୍ୟନ୍ତ ଏ ସଂପର୍କରେ  ସରକାରୀ ସ୍ତରରେ କୌଣସି ତଦନ୍ତ ହୋଇନି  କି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଠିକ ସେହିପରି ୧୯୯୭ ମସିହାରୁ  ଲାଠୋର କଲେଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିବା ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ତାଙ୍କ ସ୍ତ୍ରୀ ନମିତା ସାହୁଙ୍କୁ କେଉଁ ନିୟମ ବଳରେ ଏଠାରେ ଓଡ଼ିଆ ବିଭାଗର ଅଧ୍ୟାପିକା ଭାବରେ ନିଯୁକ୍ତି ଦେଲେ, ତାହା ଏବେ ସମସ୍ତଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୧୯୯୭ ରୁ ୨ଠଠ୬ ପର୍ଯ୍ୟନ୍ତ ଏଠାରେ ଭୂତ ଓଡ଼ିଆ ଅଧ୍ୟାପକ ଭାବେ ହରିହର ସାହୁ କାର୍ଯ୍ୟ କରୁଥିବା ବେଳେ ୨ଠଠ୬ରେ ତତ୍କାଳୀନ କଲେଜର ଅଧ୍ୟକ୍ଷଙ୍କ ସ୍ତ୍ରୀ ନମିତା ସାହୁ ଓଡ଼ିଆ ଅଧ୍ୟାପିକା ହେଲେ କିପରି ?ହରିହର ସାହୁଙ୍କ ନିଯୁକ୍ତି ଓ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କୁ କେହି କେବେ କଲେଜରେ ଦେଖି ନ ଥିବା ତଥା ସାର୍ଟିଫିକେଟକୁ ଛାଡ଼ି ଦେଲେ ଏଯାବତ୍ ତାଙ୍କର କୌଣସି ପତ୍ତା ନାହିଁ। ତେବେ ଏହି ଅଧ୍ୟାପକଙ୍କ ଦରମା ନେଉଥିଲା କିଏ  ? ଜଣେ ଓଡ଼ିଆ ଅଧ୍ୟାପକ ଥାଇ ଯଦି ୨୦୦୬ରେ ନମିତା ସାହୁ ଏହି କଲେଜରେ ଓଡ଼ିଆ ଅଧ୍ୟାପିକା ଭାବରେ ନିଯୁକ୍ତି ପାଇଲେ ତେବେ ସେ କେଉଁ ନିୟମ ବଳରେ ୨୦୧୧ ରେ କଲେଜରେ ଯଏନ୍ କଲେ ? ଏଠାରେ ବଡ ପ୍ରଶ୍ନ ହେଲା, ଏହି ୨୦୦୬ ରୁ ୨୦୧୧ ପର୍ଯ୍ୟନ୍ତ କେଉଁଠି ଥିଲେ ? କଲେଜର କାଗଜପତ୍ର ଅନୁସନ୍ଧାନରୁ ଜଣାପଡିଛି ଯେ, ଗତ ୧.୦୬.୨ଠଠ୪ ରେ ଚନ୍ଦମଣୀ ଭଇଁସାଲ ନାମକ ଜଣେ ବ୍ୟକ୍ତି ଏହି କଲେଜରେ ପିଅନ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ସମାନ ସମୟରେ ଏହି ସମାନ ବ୍ୟକ୍ତି ଜଣକ ଏଠାରେ କିପରି ଭାବରେ ଜୁନିୟର କ୍ଲାର୍କ ଭାବରେ କେଉଁ ନିୟମ ବଳରେ ଏକ ସଙ୍ଗେ ଦୁଇ ଗୋଟି ପୋଷ୍ଟ ର ଅଧିକାରୀ ହୋଇ କାମ କରୁଥିଲେ। ସେ କଣ ପିଅନ ଏବଂ କ୍ଲାର୍କ ପୃଥକ୍ ପୃଥକ୍ ଦୁଇ ପୋଷ୍ଟ ର ଦରମା ନେଉଥିଲେ କି ବୋଲି ଚର୍ଚ୍ଚା ହେଉଛି। ସୂଚନା ଆଇନ୍ ବଳରେ ମିଳିଥିବା ସୂଚନା ଅନୁଯାୟୀ ଚନ୍ଦ୍ରମଣି ଭଇଁସାଲ ୧.୬.୨୦୦୪ ରେ କଲେଜ ରେ ପିଅନ ଭାବେ ନିଯୁକ୍ତି ପାଇଥିବା ସମୟରେ ତାଙ୍କ ଜନ୍ମ ତାରିଖ ୧୦.୫.୧୯୮୭ ବୋଲି କଲେଜ ର ଷ୍ଟାଫ୍ ପୋଜିସନ୍ ( ନନ୍-ଟିଚିଂ)ରେ ଉଲ୍ଲେଖ ଅଛି।କିନ୍ତୁ ଚନ୍ଦ୍ରମଣି ପାଠ ପଢୁଥିବା ଲାଠୋର୍ ନୋଡାଲ ୟୁ ପି ସ୍କୁଲ ଏଡମିସନ୍ ରେଜିଷ୍ଟର ରେ ତାଙ୍କ ବୟସ ୧୬.୭.୧୯୭୯ ବୋଲି ଉଲ୍ଲେଖ ଥିବା ସୂଚନା ଆଇନ୍ ବଳରେ ମିଳିଛି।ତେବେ ଚନ୍ଦ୍ରମଣି କେଉଁ ଜନ୍ମ ସାର୍ଟିଫିକେଟ ବଳରେ ଚାକିରି ପାଇଲେ ତଦନ୍ତ ସାପେକ୍ଷ।ତତ୍କାଳୀନ କଲେଜ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏ ସମସ୍ତ ବିଷୟ ଜାଣି ଶୁଣି ନୀରବ ରହିଲେ କିପରି ? ତତ୍କାଳୀନ କଲେଜ ପରିଚାଳନା କମିଟିର ସେକ୍ରେଟେରୀ ଘାସିରାମ ଅଗୱାଲଙ୍କୁ ଏ ବିଷୟରେ ପଚାରିବାରୁ ସେ ଏ ବିଷୟରେ ଜାଣି ନ ଥିବା ତଥା ତାଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାଙ୍କୁ ଅନ୍ଧାରରେ ରଖି କଲେଜର ଯାବତୀୟ ହେରଫେର କାମ ଅନାୟସରେ କରିଥିବା କହିଥିଲେ। ଏଣୁ କଲେଜର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସେ ଅନୋନ୍ୟପାୟ ହୋଇ ଭିଜିଲାନ୍ସ ର ଦ୍ବାରସ୍ଥ ହୋଇଥିଲେ।ଏବେ ଭିଜିଲାନ୍ସ ବିଭାଗ ଏହି କଲେଜର ବ୍ୟାପକ ଅନିୟମିତତା ସଂପର୍କରେ ଖୋଲତାଡ ଜାରି ରଖିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like