-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||     

HOME   ଜିଲ୍ଲା

ମାନବ ସେବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା - ଶିକ୍ଷାର୍ଥୀଙ୍କ ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର

30-Aug-2024



(ପ୍ରେରଣା ଖବର)
ବିଜ୍ଞାନ  ପ୍ରତି ଶିକ୍ଷାର୍ଥୀମାନଙ୍କ ଆଗ୍ରହ ବୃଦ୍ଧି କରିବା ପାଇଁ ତଥା ବିଜ୍ଞାନର ପ୍ରଚାର ଓ ପ୍ରସାର କରିବା ନିମନ୍ତେ କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବlଭୋନlରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଓ ବିଜ୍ଞାନ ନାଟିକା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ ଭୁକ୍ତାର ଅଧ୍ୟାପକ ଅନିଳ କୁମାର ଦେବତା, ମୁଖ୍ୟ ବକ୍ତା ଭାବରେ  ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡଃ ଜୟନ୍ତ କୁମାର ସାହୁ ଏବଂ ସମ୍ମାନିତ ଅତିଥି ଭାବରେ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାର ଅଧ୍ୟାପକ ଶୁଭେନ୍ଦୁ ସାହୁ ଓ ଜୟନ୍ତ କୁମାର ବାରିକ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ଗୋଷ୍ଠୀ ବିଜ୍ଞାନ ମଞ୍ଚର ଅଧ୍ୟକ୍ଷ ଶିକ୍ଷକ ସଂଜୟ ଖମାରୀ, ଗୋଷ୍ଠୀ ବିଜ୍ଞାନ ମଞ୍ଚର ସଂପାଦକ ଶିକ୍ଷକ ମନୋହର ସାହୁ ଏବଂ କେଦାରନାଥ  ଆଦିବାସୀ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରଥ ମଞ୍ଚାସୀନ ଥିଲେ। ଅମ୍ବାଭୋନା ସି ଆର୍ ସିସି ପୁନୀରାମ ଗଣ୍ଡ ସଭା କାର୍ଯ୍ଯ ପରିଚାଳନା କରିଥିବାବେଳେ  ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ  ବିଜ୍ଞାନ ନାଟିକା ଓ ଆଲୋଚନା ଚକ୍ର ଆୟୋଜନର ଉଦ୍ଦେଶ୍ଯ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବତା ଜନହିତକର କାର୍ଯ୍ୟରେ ବିଜ୍ଞାନର  ପ୍ରଯୋଗ କରିବା ପାଇଁ ମତବ୍ୟକ୍ତ କରିଥିଲେ।କୃତ୍ରିମ ବୁଦ୍ଧିମତ୍ତା ଉପରେ ଆଧାରିତ ବିଜ୍ଞାନ ଆଲୋଚନା ଚକ୍ରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ବାଭୋନାର ପାୟଲ ନାଏକ ପ୍ରଥମ, କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଅମ୍ବାଭୋନାର କିରନ୍ ମେହେର ଦ୍ବିତୀୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରୀର ଶ୍ରୁତି ପଟେଲ୍ ଓ ଦ୍ବାରିକାଧୀଶ ହାଇସ୍କୁଲର ପ୍ରତୀକ୍ଷା ପ୍ରଧାନ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।"ମାନବ ସେବାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା" ବିଷୟବସ୍ତୁ ଉପରେ ଆଧାରିତ ବିଜ୍ଞାନ ନାଟିକାରେ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ ,ଭୁକ୍ତା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଅମ୍ବାଭୋନା କେଦାରନାଥ ଆଦିବାସୀ ସରକାରୀ ଉଚ୍ଚ ବିଦ୍ୟାଳୟର  ଶିଶୁ କଳାକାର ଅଭିନୟ କରି ଯଥାକ୍ରମେ ପ୍ରଥମ ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରେଷ୍ଠ ଅଭିନେତା ଶୁଭମ୍ ବର୍ଗେ , ଶ୍ରେଷ୍ଠ ଅଭିନେତ୍ରୀ ତ୍ରିବେଣୀ ଭୁଏଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ବ୍ଲକର ବିଭିନ୍ନ ବିଦ୍ୟାଳୟର ବିଜ୍ଞାନ କ୍ଲବର ସଦସ୍ୟ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।ପରିଚାଳନାରେ ସି ଆର ସିସି ରାହୁଲ ସେଠ୍, ଶିକ୍ଷକ ସନ୍ତୋଷ ମାଝୀ,ଜନକରାମ ବାରିକ, ଭୀଷ୍ମଦେବ ପ୍ରଧାନ, ତସିଲ ବଗାର, ତପେଶ୍ୱର ପଧାନ, ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର,ଗୋଷ୍ଠୀ ବିଜ୍ଞାନ ମଞ୍ଚର ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କେଦାରନାଥ ଆଦିବାସୀ ସରକାରୀ ହାଇସ୍କୁଲର ଶିକ୍ଷକ ଚିନ୍ମୟ ସାହୁ , ମଧୁସୂଦନ ବାରିକ,ଶିକ୍ଷକ ଶୁଭାଶିଷ ଜଗତ,ଶିବ କୁମାର ଦାସ, କିରାଣୀ ମହାଦେବ ବାଗ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ରଥ, ଗୌରୀ ଶେଠ , ସୀମାରାଣୀ ସାହୁ,ନେପାଲ ସେଠଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ସି ଆର ସିସି କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026

You Might Also Like