-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
14-Aug-2024
ବ୍ରହ୍ମପୁର(କୈଳାଶଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଲାଞିପଲୀ ଓଭରବ୍ରିଜ୍ ତଳୁ ଜଣେ ଅଜଣା ଯୁବକର ଖଣ୍ଡବିଖଣ୍ଡିତ ଶବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି। ଯୁବକର ବୟସ ୩୦ ବର୍ଷ ହେବ ବୋଲି ପୋଲିସ କହିଛନ୍ତି। କୌଣସି ଏକ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଶବ ଉଦ୍ଧାର କରି ବ୍ୟବଛେଦ ହେବାପରେ ଶବକୁ ବଡ ଡାକ୍ତରଖାନା ଶବ ସଂରକ୍ଷଣ ଗୃହରେ ରଖାଯାଇଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।