-+91-9937148622 |
prerana_bgr@rediffmail.com |
Thursday 10th July 2025 |
R.N.I. Regd No. ODIODI/2010/46693
Breaking News
05-Aug-2024
ବଲାଙ୍ଗୀର(ପ୍ରେରଣା ଖବର): କାର୍ଯ୍ୟକାରୀ ସଭାପତି ଭାବରେ ରାଜ୍ୟ ବଡି ବିଲଡିଂ ଆସୋସିଏସନ (ଓ.ବି.ବି.ଏ) ରୁ ନିର୍ବାଚିତ ହେଲେ ସଂଜୟ ଶତପଥି (ବୁଲୁ) । ଦିର୍ଘ ଦିନ ହେଲା ଜିଲ୍ଲା ସଂପାଦକ ପଦବୀରେ ରହି ରାଜସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ଓ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଆୟୋଜନ ସୂଚାରୁ ରୂପେ ପ୍ରତିପାଦନ କରୁଥିବା ସଂଜୟଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଜ୍ୟ ବଡି ବିଲଡିଂ ଆସୋସିଏସନ ରେ ପ୍ରଥମେ ଆୟୋଜକ ସଂପାଦକ ଥିବା ସଂଜୟ ଚଳିତ ବର୍ଷ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହେବା ଦ୍ୱାରା ଜିଲ୍ଲାର ବଡି ବିଲଡରମାନେ ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବି.ଡି.ଜି.ଏ. ର ସଂପାଦକ ସଂଗ୍ରାମ କେଶରୀ ବହିଦାର । ସଂଜୟଙ୍କ ଏହି ସଫଳତା ବଡି ବିଲଡିଂ ରେ ବଲାଙ୍ଗିର ର ନାମକୁ ଆଗକୁ ନେବେ ବୋଲି କହିଛନ୍ତି ସଂଗଠନର ବରିଷ୍ଠ ସଭ୍ୟ ରୂପକ କୁମାର ବରାଳ ।