-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||     

HOME   ଜିଲ୍ଲା

ସ୍ୱରାଜ ହସପିଟାଲରେ ପ୍ରସୂତୀଙ୍କୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଅଭିଯୋଗ, ଅଭିଯୋଗକୁ କତ୍ତୃପକ୍ଷଙ୍କ ଖଣ୍ଡନ

19-Jun-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଲାଲଟିକ୍ରାଠାରେ ଥିବା ସ୍ୱରାଜ ମଲ୍ଟିସ୍ପେସାଲିଟି ହସପିଟାଲରେ ବିରୁୁଦ୍ଧରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଜଣେ ପ୍ରସୂତୀଙ୍କୁ ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ଇନଫେକ୍ସନ ହୋଇ ରୋଗୀ ଜଣକର ମୃତ୍ୟୁ ହୋଇଥିବା ପ୍ରସୂତୀଙ୍କ ପରିବାର ଅଭିଯୋଗ କରି ଶବଧରି ରାତିରେ ଆନ୍ଦୋଳନ କରିବା ସହିତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତେବେ ଅଭିଯୋଗକୁ ହସପିଟାଲ କତ୍ତୃପକ୍ଷ ସଂପୂର୍ଣ୍ଣ ଖଣ୍ଡନ କରି ଚିକିତ୍ସlରେ କୌଣସି ଅବହେଳା କରାଯାଇ ନାହିଁ ବରଂ ରୋଗୀର ଅତ୍ୟଧିକ ରକ୍ତଚାପ ଯୋଗୁଁ ଏଭଳି ହୋଇଥିବା ଓ ରୋଗୀକୁ ଏଠାରେ ରେଫର କଲା ବେଳେ ବଞ୍ଚିଥିଲା ବୋଲି କୁହାଯାଇଛି। ଅଭିଯୋଗରୁ ଜଣାଯାଇଛି ଯେ,ପାଟଣାଗଡର ଶ୍ରଦ୍ଧାଞ୍ଜଳି ମହାନନ୍ଦ ନାମ୍ନୀ ଜଣେ ଗର୍ଭବତୀ ଗତ ଜୁନ ୧୨ ତାରିଖରେ ପ୍ରସବ ପାଇଁ ବଲାଙ୍ଗୀର ଲାଲଟିକ୍ରାସ୍ଥିତ ସ୍ୱରାଜ ମଲ୍ଟି ସ୍ପେସାଲିଟି ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ଅତ୍ୟଧିକ ରକ୍ତଚାପ ରହିଥିଲା। ସେଥିପାଇଁ ସେହି ଦିନ ହିଁ ତାଙ୍କର ସିଜରିଆନ ଅପରେସନ କରାଯାଇ ପ୍ରସବ କରାଯାଇଥିଲା। କିନ୍ତୁ ପରଦିନ ତାଙ୍କର ସ୍ୱାସ୍ଥ୍ୟସ୍ଥିତିରେ ଅବନତୀ ଘଟିଲା। ସେଥିପାଇଁ ଆଇସିୟୁରେ ତାଙ୍କୁ ରଖାଯାଇଥିଲା । ସେତେବେଳେ ରୋଗୀର ହୃଦରୋହ ଥିବା ସନ୍ଦେହ କରାଯାଉଥିବା ହସପିଟାଲ କତ୍ତୃପକ୍ଷ କୁଆଡେ କହିଥିଲେ। କିନ୍ତୁ ପରେ ପରେ ଶ୍ରଦ୍ଧାଞ୍ଜଳିଙ୍କ ସ୍ଥିତିରେ କୌଣସି ଉନ୍ନତି ନହୋଇ ବରଂ ଆହୁରି ବିଗିଡିବାରେ ଲାଗିଥିଲା। ଶେଷରେ ୧୭ ତାରିଖରେ ତାଙ୍କୁ ଅନ୍ୟ ବଡହସପିଟାଲକୁ ନେଇ ଚିକିତ୍ସା କରାଇବାକୁ ରେଫର କରି ଦିଆଗଲା । ନେବା ବେଳକୁ ରୋଗୀର ହୋସ ନଥିଲା । ରୋଗୀର ପରିଜନ ବରଗଡ ବିକାଶ ହସପିଟାଲକୁ ନେଇ ଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ବହୁ ସମୟ ପୂର୍ବରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିବା କହିଥିଲେ ବୋଲି ରୋଗୀର ପରିବାରବର୍ଗ ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକ ଶ୍ରଦ୍ଧାଞ୍ଜଳିଙ୍କ ଶବକୁ ଧରି ଆସି ସ୍ୱରାଜ ହସପିଟାଲ ସାମନାରେ ରଖି ଆନ୍ଦୋଳନ କରିଥିଲେ। ସ୍ୱରାଜ ହସପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଥିବା କାରଣରୁ ଶ୍ରଦ୍ଧାଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ କରିବା ସହିତ ହସପିଟାଲ କତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ କ୍ଷତିପୂରଣ ଦେବାକୁ ଦାବି କରାଯାଇଥିଲା । ଘଟଣାର ଖବର ପାଇ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ଟାଉନଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି । ସେପଟେ ଏଭଳି ଅଭିଯୋଗକୁ ସ୍ୱରାଜ ହସପିଟାଲ କତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଡ.ସୁଜ୍ଞାନ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ରୋଗୀ ଏପମିଟ ହେବା ସମୟରେ ଅତ୍ୟଧିକ ରକ୍ତଚାପ ରହିଥିଲା । ସେଥିପାଇଁ ସାଙ୍ଗେ ସାଙ୍ଗେ ତାର ସିଜରିଆନ କରାଯାଇଥିଲା । ଅମେ ସବୁ ପ୍ରକାର ଉଦ୍ୟମ କଲା ପରେ ମଧ୍ୟ ସ୍ୱାସ୍ଥ୍ୟରେ ଅବନତି ହେବାରୁ ଆମେ ରେଫର କରିଦେଲୁ । ସେମାନେ ବରଗଡ ବିକାଶ ହସପିଟାଲକୁ ନେଇ ଭର୍ତ୍ତି କରିଥିଲେ ଓ ସେଠାରେ ରୋଗୀକୁ ଚିକିତ୍ସା ମଧ୍ୟ କରାଯାଇଥିବା ପ୍ରମାଣ ଆମ ପାଖରେ ରହିଛି ବୋଲି ଡ.ସୁଜ୍ଞାନ ମିଶ୍ର କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026

You Might Also Like