-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||     

HOME   ଜିଲ୍ଲା

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଜିଲ୍ଳାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ -

18-Jun-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ର ମୁକାବିଳା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସରସାଇଜ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା  ଜରୁରୀକାଳୀନ ଶାଖା ଦ୍ଵାରା ଆହୂତ  ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ବିଭିନ୍ନ ବିଭାଗ ବନ୍ୟା ପୂର୍ବରୁ, ବନ୍ୟା ସମୟରେ ଓ ବନ୍ୟା ପରବର୍ତ୍ତୀ  ପଦକ୍ଷେପ ଉପରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ବିସ୍ତୃତ ତଥ୍ୟ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ବିଭାଗ ମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମର ତଥ୍ୟ ଗୁଡିକର  ପ୍ରତ୍ୟେକଟି ବିନ୍ଦୁ ଉପରେ ବିଷଦ ଭାବରେ ଆଲୋଚନା କରି ସମ୍ଭାବ୍ୟ ବନ୍ୟା ର ସଠିକ ଓ ସଫଳ ମୁକାବିଳା ନିମନ୍ତେ ବିପର୍ଯ୍ୟୟ ର ଅତ୍ୟନ୍ତ ଗୁରୁତର ପ୍ରଭାବ କୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇ ବନ୍ୟା ଆଶ୍ରୟ ସ୍ଥଳୀ ମାନଙ୍କରେ ସମୟ ପୂର୍ବରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସହିତ ବନ୍ୟା ସମ୍ୱନ୍ଧୀୟ ଯେ କୌଣସି ପୂର୍ବ ସୂଚନାର ବ୍ୟାପକ ଜନ ସଚେତନତା ଉପରେ  ଗୁରୁତ୍ୱାରୋପ କରିଛନ୍ତି I ସେ ଏହି ପରିପ୍ରେକ୍ଷୀରେ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସୁ ସମ୍ପର୍କ ରକ୍ଷା ପୂର୍ବକ କାର୍ଯ୍ୟ କରି ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱଦେବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ ପ୍ରସ୍ତୁତ ରହି ସ୍ଥିତି ପରିସ୍ଥିତି କୁ ଦେଖି ତ୍ୱରିତ ପଦକ୍ଷେପ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l କାର୍ଯ୍ୟ ର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ଜିଲ୍ଲାସ୍ତର, ଉପଖଣ୍ଡ ସ୍ତର ବ୍ଲକସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ କାର୍ଯ୍ୟାଳୟ ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ତଥା ବିଡ଼ିଓ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ବିଗତ ବର୍ଷର ଅଭିଜ୍ଞତା କୁ ନେଇ ନିଜ ବିଭାଗ ସମ୍ପୃକ୍ତ ସମ୍ବେଦନଶୀଳ କାର୍ଯ୍ୟକୁ ସମୟ ପୂର୍ବରୁ ବ୍ୟବସ୍ଥିତ କରିବାକୁ ନିର୍ଦେଶ ଦେଇଛନ୍ତି l କାର୍ଯ୍ୟକ୍ରମରେ  ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କର୍ତ୍ତୃପକ୍ଷ ର  ଆଶ୍ରୟସ୍ଥଳୀ ସଂଯୋଜକ ଶ୍ରୀ ସୁଦେଶ କୁମାର ସେଠୀ ଯୋଗଦାନ କରି ବିପର୍ଯ୍ୟୟ ର ମୁକାବିଳା ନିମନ୍ତେ ଓସଡ଼ମା ଓ ଏନଡିଆରଏଫ ର ଭୂମିକା ଉପରେ ଆଲୋକପାତ କରି ପ୍ରତ୍ୟେକ ବିଭାଗ ସଂଗଠିତ ହୋଇ ନିଜ ନିଜର ଦାୟିତ୍ୱ କୁ ନିଷ୍ଠା ର ସହ ସମ୍ପାଦନ କଲେ ଆମେ ନିଶ୍ଚିତ ସଫଳ ହେବା ବୋଲି କହିଥିଲେ l ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ବ୍ଲକ ସ୍ତର ସହ ମ୍ୟୁନିସିପାଲିଟି ସୋନପୁର, ଏନଏସି ବିନିକା ଓ ତରଭା ରେ ମଧ୍ୟ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି
ତା ୧୯/0୬/୨୪ ପୂର୍ବାହ୍ନ ୯ ଘଟିକା ସମୟରେ ଜିଲ୍ଲାରେ ଥିବା ୬ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ମକ ଡ୍ରିଲ ଅନୁଷ୍ଠିତ ହେବ l ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ , ଉପ ଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ପ୍ରମୁଖ ଯୋଗଦାନ କରି ନିଜ ନିଜର ସୁ ଚିନ୍ତିତ ମତବ୍ୟକ୍ତ କରି ସମ୍ଭାବ୍ୟ ବନ୍ୟାର ଉଚିତ ମୁକାବିଳା ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ଦୃଢ଼ ମାନସିକତା ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ପ୍ରତ୍ୟେକ ବିଭାଗ ନିଜ ସ୍ତରରେ ମାଇକ୍ରୋ ପ୍ଲାନିଂ କରି ବିଭାଗୀୟ କାର୍ଯ୍ୟର ଦାୟିତ୍ୱ ବଣ୍ଟନ କୁ ନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର,
କାର୍ଯ୍ୟନିର୍ବାହୀ ଅଧିକାରୀ ମ୍ୟୁନିସିପାଲିଟି ସୋନପୁର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ବିନିକା ଓ ତରଭା,ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲା ଜରୁରୀ ଶାଖା ଅଧିକାରୀ ଶୁଭଶ୍ରୀ ରଥ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ଜରୁରୀ ଶାଖାର ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ କାର୍ଯ୍ୟକ୍ରମ ର ରୂପରେଖ, ବ୍ୟବସ୍ଥିତ କାର୍ଯ୍ୟଖସଡ଼ା ଉପରେ ସୂଚନା ପ୍ରଦାନ କରିଥିଲେ l

:-  ବିପର୍ଯ୍ୟୟ ର ଅତ୍ୟନ୍ତ ଗୁରୁତର ପ୍ରଭାବ କୁ ଧ୍ୟାନରେ ରଖି ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ - 
ଜିରୋ କାଜୁଆଲିଟି ଉପରେ  ଗୁରୁତ୍ୱାରୋପ -


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026
  ଜିଲ୍ଲା  
ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   31-Oct-2026
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026

You Might Also Like