-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଦେବଦମ୍ପତି ଙ୍କ ବିବାହ ସଂପନ୍ନ ଆଜି ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା। ଦର୍ଶକ ଙ୍କ ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ସଜାଗ

11-Jun-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଗତ ୭ ତାରିଖ ଠାରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଛି। ଏଥିପାଇଁ ସମଗ୍ର ସହର ଏକ ଭକ୍ତି ଓ ଭକ୍ତ ଙ୍କ ଭାବ ସହ ଏକାଗ୍ରତା ରଖି ଏକ  ଉତ୍ସବ ମୁଖରିତ ହୋଇଛି। ଗତକାଲି ସଂଧ୍ୟାରେ ବରପିତାଙ୍କ ପ୍ରତିନିଧି ସ୍ଵରୂପ ରେ ଥିବା ପ୍ରଭାତ ଓ ଶିବାନୀ ବକ୍ସି ଙ୍କ ବାସଭବନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବ ୧୦୮ତୋଳା ସୁନା ନାଗ  ଙ୍କ ସହ ବରଯାତ୍ରୀ ଭାବରେ ମହଣ ମହଣ ରୂପା ରେ ନିର୍ମିତ ସହର ର ଅଷ୍ଟଶମ୍ଭୁ, ଅଷ୍ଟବିଷ୍ଣୁଙ୍କ ସହ ସମସ୍ତ ଦେବତା ଙ୍କ ଏକ ବିରାଟ ପଟୁଆର ଭେରୀ,ତୁରୀ,ଘଣ୍ଟ ଘଣ୍ଟା ,ପାରଂପାରିକ ଦୁଲଦୁଲି ବାଦ୍ୟ ଡିଜେ ସହ ଶତାଧିକ ଜନସାଧାରଣ କନ୍ୟାପିତା ଙ୍କ ସ୍ଵରୂପ ରେ ଏଥର ଧାର୍ଯ୍ୟ ଥିବା ରାମକୃଷ୍ଣ ନଗର ର ଗୋପାଳ ପ୍ରସାଦ ଓ ଅନୀତା ଭୂତ ଙ୍କ ବାସଭବନ ରେ ପହଞ୍ଚିଥିଲେ। ସେଠାରେ ସମସ୍ତ ବରଯାତ୍ରୀ ଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ସହ ସମସ୍ତ ଦେବତା ଙ୍କୁ ପୂଜାର୍ଚ୍ଚନା ସହ ମହାଦେବ ଙ୍କ ପାର୍ଶ୍ୱ ରେ ସ୍ଥାପନାକରି ପରେ ସମସ୍ତ ପୂଜାବିଧି ସହ ଦେବାଧିଦେବ ମହାଦେବଙ୍କ ସହ ମାତା ପାର୍ବତୀ ଙ୍କ ବିବାହ ପାଣିଗ୍ରହଣ କାର୍ଯ୍ୟ ସମସ୍ତ ବିଧିପୂର୍ବକ ସମାପନ କରିଥିଲେ। ଆଜି ସକାଳୁ ଦେବ ଦମ୍ପତି ଙ୍କଠାରେ ଷୋଡ଼ଶ ଉପଚାରରେ ପୂଜା ସହ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ଯୁଗଳ ମୂର୍ତ୍ତି ଙ୍କ ଦର୍ଶନ  ପାଇଁ ହଜାର ହଜାର ଶ୍ରଦ୍ଧାଳୁମାନେ ଉକ୍ତ ସ୍ଥାନରେ ପହଞ୍ଚି ଦେବଦମ୍ପତିଙ୍କସହ ବରଯାତ୍ରୀ ଭାବରେ ଆସିଏଠାରେ  ଦର୍ଶନ ଦେଇଥିବା ବାବା ସୁବର୍ଣ୍ଣମେରୁ, ରାମେଶ୍ବର, ବାଲୁଙ୍କେଶ୍ୱର,ରୁଦ୍ରନାଥ, ଲୋକନାଥ, ପଶ୍ଚିମ ସୋମନାଥ,ଗୋକର୍ଣେଶ୍ଵର ଙ୍କ ସହ ନୃସିଂହ ଭଗବାନ,ବଡ଼ ଜଗନ୍ନାଥ,ଗୋପାଳଜୀ, ଦଧିବାବନ,ରାମଜୀ, ଗୋପିନାଥ ବୃନ୍ଦାବନ ବିହାରୀ ଙ୍କ ସହ ସମସ୍ତ ଦେବତା ମାନଙ୍କୁ ଦର୍ଶନ କରି  ଭକ୍ତ‌ଓ ଶ୍ରଦ୍ଧାଳୁ ଭକ୍ତିଭାବରେ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା। ଦେବାଧିଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ  ସଂପୂର୍ଣ୍ଣ ରୀତିନୀତି ସହ ପାଳନ ପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି , ଦେବୋତ୍ତର ବିଭାଗ  ସମସ୍ତ   ଦାୟିତ୍ଵ ନିଭେଇ ଥିବାବେଳେ  ଯାତ୍ରା ରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ହଜାର ଶ୍ରଦ୍ଧାଳୁମାନେ ମହାପ୍ରଭୁ ଶିବ ପାର୍ବତୀ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି ।  ସୁବର୍ଣ୍ଣପୁର ର ଜିଲ୍ଲା କୋଷାଗାର ରୁ ଅଣାଯାଇଥିବା ୧୦୮ ତୋଳା ର ସୁନା ନାଗମୂର୍ତ୍ତି ବାବା ଚନ୍ଦ୍ରଶେଖର ଙ୍କୁ ଦେବୋତ୍ତର ବିଭାଗ ପୋଲିସ ପ୍ରଶାସନ ଓ ଦେବୋତ୍ତର କମିଟି ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ମଧ୍ୟରାତ୍ରିରେ ଅନୁଷ୍ଠିତ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରାରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଦେବ ଦମ୍ପତି ଶିବପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରା ର ବିଶେଷ ଆକର୍ଷଣ ୧୦୮ ତୋଳା ର ସୁନା ନାଗ ମୂର୍ତ୍ତି ଓ ଶିବ ପାର୍ବତୀ ଙ୍କ ସହିତ ସହର ର ସମସ୍ତ ଦେବା ଦେବୀ ଙ୍କୁ ମହଣ ମହଣ ରୂପା ରେ ନିର୍ମିତ ପାଲିଙ୍କି ରେ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ ମିଳିଥାଏ l ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ଭକ୍ତ ଶ୍ରଦ୍ଧାଳୁ ପାଇଥାନ୍ତି । ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ  ସହରର ବିଭିନ୍ନ ଛକରେ   ସାଂସ୍କୃତିକ କାର୍ଯ୍ୟକ୍ରମ ମାନ  ଆୟୋଜନ କରାଯାଇଛି । ବର୍ତ୍ତମାନ ସମଗ୍ର ସହର ଚଳଚଞ୍ଚଳ ରହିଥିବା ବେଳେ  ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ମହାପ୍ରଭୁ ମହାଦେବ ଓ ମାତା ପାର୍ବତୀ ଙ୍କୁ ଦର୍ଶନ କରୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like