-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

କେବୁଲ ମରାମତିବେଳେ ବିତ୍ୟୁତ ସଂସ୍ପର୍ଷରେ ଆସି ଟାଟାପାୱାର କମ୍ପାନୀର ଠିକାକର୍ମଚାରୀ ମୃତ କ୍ଷତିପୂରଣ ଦାବିରେ ପରିବାରବର୍ଗ ଓ କର୍ମଚାରୀଙ୍କ ଧାରଣା

03-Jun-2024



ବଲାଙ୍ଗୀର (ପ୍ରେରଣା ଖବର ): ବଲାଙ୍ଗୀର ସହରର ରୁଗୁଡିପଡାରେ ଏକ ଲାଇନକେବୁଲ ମରାମତି ବେଳେ ବିତ୍ୟୁତ ସଂସ୍ପର୍ଷରେ ଆଜି ଜଣେ ଠିକାକର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି । ମୃତ କର୍ମଚାରୀ ଜଣକ ମେହେରମୁଣ୍ଡା ଗ୍ରାମର ଅନୁପ ସିଂ(୨୮) ବୋଲି ଜଣାଯାଇଛି । ଘଟଣାକୁ ନେଇ ସହରରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଦାବିରେ ମେହେରମୁଣ୍ଡା ଗ୍ରାମବାସୀ ଓ ଠିକାକର୍ମଚାରୀ କଚେରୀଛକରେ ଦୀର୍ଘସମୟ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ପରେ ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଅଶିଷ ପଣ୍ଡା ତାଙ୍କ ସହ ଯୋଗୀ ଅଧିକାରୀମାନଙ୍କ ସହିତ ଆସି ଆଲୋଚନା କଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ମୃତକଙ୍କ ପରିବାରକୁ ୧ଲକ୍ଷ ଟଙ୍କା ନଗତ ଦେଇ କ୍ଷତିପୂରଣ ବାବଦକୁ ପରେ ୧୫ଲକ୍ଷ ଟଙ୍କା ସହିତ କମ୍ପାନୀର ବୀମାଇତ୍ୟାଦି ଦିଆଯିବ ବୋଲି ପ୍ରତିଶୃତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଟାଉନଥାନାରେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇ ଶବର ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ଆଜି ସଂଧ୍ୟାରେ ରୁଗୁଡିପଡାର ବିଦ୍ୟୁତ ସରବରାହରେ ବ୍ୟତିକ୍ରମ ଥିବା ନେଇ ଅଭିଯୋଗ ଆସିଥିଲା । ସାଥିମାନଙ୍କ ସହିତ ଅନୁପ ସିଂ ଯାଇ ବିତ୍ୟୁ ଖମ୍ବକୁ ଚଢି କେବୁଲ ସଜାଡୁଥିଲେ । ଦୁଃର୍ଭାଗ୍ୟ ବଶତଃ ତାଙ୍କ ହାତରେ ୧୧କେଭି ତାର ଲାଗିଯାଇଥିଲା । ଫଳରେ ସେ ବିଦ୍ୟୁତ ଖମ୍ବରୁ ତଳକୁ ପଡିଯାଇଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜକୁ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କୁଆଡେ ସେ ସର୍ଟଡାଉନ କରି କାମ କରୁଥିବା ବେଳେ କେହି ବିଦ୍ୟୁତ ଦେଇଦେଇଥିବା ଆଲୋଚନା ହେଉଛି । ଆଉ କିଛି ଲୋକ ବିଦ୍ୟୁତ ଖମ୍ବରୁ ଘରକୁ ଯାଇଥିବା ଡୋମେଷ୍ଟିକ ତାରରେ ଅସୁବିଧା ଥିଲା ତାକୁ ସଜାଡିବାକୁ କୌଣସି ସର୍ଟଡାଉନ କରାଯାଇନଥିଲା । ସେହି କାରଣରୁ କୌଣସି ପ୍ରକାରେ ତାଙ୍କ ଦେହରେ ତାର ଲାଗିଯାଇଥିଲା ଓ ଦୁର୍ଘଟଣା ଘଟିଥିଲା । ତେବେ ଏହି ଘଟଣା ପରେ ଅନେକଥର ଫୋନକଲ ପାଇ ସୁଦ୍ଧା ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳୁକୁ ଆସିନଥିଲେ । ତେଣୁ କର୍ମଚାରୀମାନଙ୍କ ତଥା ମେହେରମୁଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ଉତ୍ତେଜନା ପ୍ରକାଶ ପାଇଥିଲା । ଠିକାକର୍ମଚାରୀ ମାନେ ଅନୁପ ମୃତ୍ୟୁର କ୍ଷତିପୂରଣ ଦାବିରେ ଶବକୁ ଧରି କଚେରୀଛକରେ ଧାରଣାରେ ବସିଥିଲେ । ପରେ ଆଇଆଇସି ବିଶ୍ୱଜିତ ମନବୋଧଙ୍କ ହସ୍ତକ୍ଷେପ ପରେ ବିତ୍ୟୁତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଆଶିଷ ପଣ୍ଡା ତାଙ୍କ ନିର୍ବାହୀଯନ୍ତ୍ରୀ,ଏସଡିଓ,କନିଷ୍ଠଯନ୍ତ୍ରୀ ପ୍ରମୁଖଙ୍କୁ ଧରି ଧାରଣାସ୍ଥଳୁକୁ ପହଞ୍ଚି ଆଲୋଚନା କରିଥିଲେ । ମୃତକର ପରିବାରକୁ ନଗତ ୧ଲକ୍ଷ ଟଙ୍କା ଦିଆଯାଇଥିଲା ଓ ପରେ କ୍ଷତିପୂରଣ ବାବଦକୁ ୧୫ଲକ୍ଷ ଓ ବୀମାଇତ୍ୟାଦିର ଅର୍ଥରାଶି ପାଇବେ ବୋଲି ପ୍ରତିଶୃତି ଦିଆଯାଇଥିଲା । ଶେଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ରାତି ୯.୩୦ରେ ପୋଷ୍ଟମର୍ଟମ କରାଯାଇ ଶବକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ଖବର ନେବାରୁ ଜଣାଯାଇଛି ଯେ,ରାଜ୍ୟସରକାରଙ୍କ ପାଖରୁ ବିତ୍ୟୁତ ବଣ୍ଟନ ଓ ମେଣ୍ଟେନାନ୍ସ କାମ ଟାଟାପାୱାର କମ୍ପାନୀ ନେଇଛି । କିନ୍ତୁ ଟାଟାପାୱାର ପୁଣି ମେଣ୍ଟେନାନ୍ସ କାମ ଆଉ ଏକ ଠିକାସଂସ୍ଥା ସୂର୍ଯ୍ୟା କମ୍ପାନୀକୁ ଦେଇଛି । ସେହି ସୂର୍ଯ୍ୟାକମ୍ପାନୀ ଅଧିନରେ ଠିକାକର୍ମଚାରୀମାନେ କାମ କରୁଛନ୍ତି । ଏହି କର୍ମଚାରୀମାନଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଦିଆଯାଉନଥିବା ମଧ୍ୟ ଅଭିଯୋଗ ହେଉଛି । ଯାହାଫଳରେ ବହୁ ସମୟରେ ଠିକାକର୍ମଚାରୀମାନେ ମୃତ୍ୟୁବରଣ କରୁଛନ୍ତି । ଏଦିଗରେ ମଧ୍ୟ କମ୍ପାନୀ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like