-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଛାତ୍ରଛାତ୍ରୀଙ୍କର ସନ୍ତରଣ ପାଇଁ ବଢୁଛି ଆଗ୍ରହ,ଦ୍ୱିତୀୟ ସନ୍ତରଣାଗାର କେବେ?

02-Jun-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ରାଜ୍ୟସରକାର କିଛି ପଦକ୍ଷେପ ନେଇଛନ୍ତି । ବଲାଙ୍ଗୀର ସହର ସମେତ ବିଭିନ୍ନ ସ୍ଥାନରେ କ୍ରୀଡା ଭିତ୍ତିଭୂମି ବଢାଯାଇ ପାରିଛି। ସେଥି ମଧ୍ୟରେ ବଲାଙ୍ଗୀର ସ୍ଥିତ ଆର. ଏନ. ସିଂଦେଓ ସ୍ପୋର୍ଷ୍ଟସ କମ୍ଲେକ୍ସ ଅନ୍ୟତମ । ଏଠାରେ ସନ୍ତରଣାଗାର, ସୁଟିଂ, ଫୁଟବଲ,ବେଡମିଣ୍ଟନ, ଲନବଲ,ଫେନ୍ସିଂ ଇତ୍ୟାଦି ଖେଳର ବ୍ୟବସ୍ଥା କରାଯାଇ ପାରିଛି। ତେବେ ସନ୍ତରଣ ପାଇଁ ବଲାଙ୍ଗୀର ଛାତ୍ରଛାତ୍ରୀଙ୍କ ଆଗ୍ରହ ବେଶି ପରିମାଣରେ ରହିଛି । ଏଠାରେ ୨୫ମିଟର ଲମ୍ବର ଥିବା ସନ୍ତରଣାଗାରରେ ଏବେ ପ୍ରାୟ ୯ଟି ସିଫ୍ଟରେ ୪୫୦ ଛାତ୍ରଛାତ୍ରୀ, ଯୁବକ ଓ ମହିଳା ଟ୍ରେନିଂ ନେଉଥିବା ସୂଚନା ମିଳିଛି। ଇତି ମଧ୍ୟରେ ବଲାଙ୍ଗୀରର ଅନେକ ପ୍ରତିଯୋଗୀ ରାଜ୍ୟରୁ ନେଇ ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଭାଗନେଇ ସଫଳ ହେଲେଣି। ତେଣୁ ଲୋକଙ୍କ ଚାହିଦାକୁ ଦେଖି ଆଉ ଏକ ବଡ (୫୦ମିଟର ଲମ୍ବ)ର ଆଉ ଏକ ସନ୍ତରଣାଗାର ନିର୍ମାଣର ଆବଶ୍ୟକତା ଦେଖା ଦେଇଛି l

ସୂଚନାଯୋଗ୍ୟ ଯେ, ୧୯୯୩ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଥିବା ବେଳେ ଶୈଳଶ୍ରୀ ପ୍ୟାଲେସ ପଛପଟେ ଥିବା ଏକ ବିସ୍ତୀର୍ଣ୍ଣ ପଡିଆରେ ଆର.ଏନ.ସିଂଦେଓ ସ୍ପୋର୍ଟସ କମ୍ଲେକ୍ସ ନିର୍ମାଣ ଆରମ୍ଭ କରାଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ ବେଡମିଣ୍ଟନ କୋର୍ଟ, ଗ୍ୟାଲେରୀ, ସ୍ପୋର୍ଟସ  ହଷ୍ଟେଲ ଇତ୍ୟାଦି ନିର୍ମାଣ ହୋଇଥିଲା। ଜିଲ୍ଲା କ୍ରୀଡାବିଭାଗ ଦ୍ୱାରା ପରିଚାଳିତ ଏହି ହଷ୍ଟେଲରେ ରହି ଏଠାରେ ତାଲିମ ନେଇ ଉଚ୍ଚକୋଟିର ଫୁଟବଲ ଖେଳାଳି ବାହାରିଲେ। ପରେ ପରେ ୨୦୧୧ ମସିହାରେ ପୁଣିଥରେ ବଲାଙ୍ଗୀର ବିଧାୟକ ତଥା ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓଙ୍କ ପ୍ରଚେଷ୍ଟାରେ ୬୦ଲକ୍ଷ ଟଙ୍କା ବିନିମୟରେ ଏକ ସନ୍ତରଣାଗାର ନିର୍ମାଣ କରାଗଲା, କିନ୍ତୁ ସେଥିରେ ପରିଚାଳନାଗତ ତୃଟିରୁ କିଛି ବର୍ଷ ବନ୍ଦ ହୋଇ ପଡ଼ରହିଲାକି । କିନ୍ତୁ ପରେ ପରେ ୨୦୧୮ ମସିହାରେ ପୁଣିଥରେ ଏହାର ପୁନଃରୁଦ୍ଧାର କରିବାକୁ ଉଦ୍ୟମ ହେଲା। ଯୁବନେତା ଅର୍କେଶ ନାରାୟଣ ସିଂଦେଓଙ୍କ ଉଦ୍ୟମରେ ରାଜ୍ୟସରକାର ପୁଣି ୨୬ ଲକ୍ଷ ଟଙ୍କାର ଅନୁଦାନ ଦେଇ ଏହାର ପୁନଃରୁଦ୍ଧାର କରାଇ ସ୍ଥାନୀୟ ଏକ କମିଟି ଜରିଆରେ ପରିଚାଳିତ କଲେ । ଏଠାରେ ତାଲିମ ନେଇ ଅନେକ ଯୁବକ ଯୁବତୀ ରାଜ୍ୟ ତଥା ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରତିଯୋଗୀତାରେ ଏବେ ଭାଗ ନେଉଛନ୍ତି । ସ୍ୱିମିଂକୁ ଏକ କ୍ରୀଡାକ୍ୟାରିୟର ଭାବରେ କିଛି ଯୁବକ/ଯୁବତୀ ନେବାକୁ ଚାହୁଁଛନ୍ତି । ତେଣୁୁ ଏଠାରେ ଆହୁରି ଭିତ୍ତିଭୂମିର ଆବଶ୍ୟକତା ରହିଛି । ରାଜ୍ୟସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ବିଭାଗ ଦ୍ୱାରା ପରିଚାଳିତ ଏହି ସ୍ୱିମିଂପୁଲକୁ ଜେଏସଡବ୍ଲୁ ସଂସ୍ଥା ଦାୟିତ୍ୱ ନେଇ ପରିଚାଳିତ କରୁଛି । ସରକାରୀ ପୋର୍ଟାଲରେ ପଞ୍ଜିକୃତ ହୋଇ ୪୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଯୁବକ/ଯୁବତୀ ଟ୍ରେନିଂ ନେଉଛନ୍ତି । ମୋଟ ୮ଜଣ ତାଲିମପ୍ରାପ୍ତ ଟ୍ରେନର, ଲାଇଫଗାର୍ଡ, ପୁଲଅପରେଟର ଓ ହାଉସକିପିଂ ନିଯୁକ୍ତି ହୋଇ ଏହାକୁ ପରିଚାଳନା କରୁଛନ୍ତି । ରାଜ୍ୟସ୍ତରରୁ ଚୟନ ହୋଇ ୧୫ଜଣ ଛାତ୍ରଛାତ୍ରୀ ଆସି ହଷ୍ଟେଲରେ ରହି ସ୍ୱିମିଂ ତାଲିମ ମଧ୍ୟ ନେଉଛନ୍ତି ବୋଲି ବଲାଙ୍ଗିର ଜିଲ୍ଲା 

କ୍ରୀଡାଅଧିକାରୀ ସ୍ଵାଧୀନ ବାଗ ସୂଚନା ଦେଇଛନ୍ତି । ତେବେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଆସୁଥିବାରୁ ଏଠାରେ ଆଉ ଏକ ବଡ(୫୦ମିଟର ଲମ୍ବର) ବିଶିଷ୍ଟ ସ୍ୱିମିଂପୁଲର  ଆବଶ୍ୟକତା ରହିଛି । ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି। ଏବେ ରାଜ୍ଯ ସରକାର ପ୍ରାୟ ୨କୋଟି ବ୍ୟୟରେ ଆର.ଏନ.ସିଂଦେଓ ସ୍ପୋର୍ଟସ କମ୍ଲେକ୍ସରେ ଲନବଲ,ଫେନ୍ସିଂ ପାଇଁ ଭିତ୍ତିଭୂମି ନିର୍ମାଣ କରାଉଛନ୍ତି । ଫୁଟବଲ ଖେଳ ପାଇଁ ପଡିଆକୁ ମଧ୍ୟ ସମତୁଳ କରାଯାଇ ଘାସ ଲଗାଯାଉଛି । ମୋଟ ଉପରେ ପୁନଃରୁଦ୍ଧାର କାମ ଆଗେଇ ଚାଲିଛି। ତେଣୁ ଦ୍ୱିତୀୟ ସନ୍ତରଣାଗାର ପାଇଁ ମଧ୍ୟ ପଦକ୍ଷେପ ନେବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like