-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||     

HOME   ଜିଲ୍ଲା

ପ୍ରଚଣ୍ଡ ରୌଦ୍ରତାପ, ତାପମାତ୍ରା ୪୬ ଉପରେ, ଜଣେ ମହିଳା ଅଂଶୁ ଘାତ ରେ ମୃତ୍ୟୁ

01-Jun-2024



ତରଭା(କପିଳାସ ସେଠ): ପଶ୍ଚିମାଞ୍ଚଲ ସମେତ ତରଭା ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧି ପାଇବ  ସହ ସନ୍ଧ୍ୟାରେ ଝାଂଜି ପବନ ବହୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି I ଦିନକୁ ଦିନ ତାପମାତ୍ରା ସଦାସର୍ବଦା ୪୫ରୁ ୪୬ଡିଗ୍ରୀ ତାପମାତ୍ରା ରହୁଛି I ଅଧିକାଂଶ ଅଞ୍ଚଳରେ ବନ୍ଧ, କଟା, ନାଳ, ଜୋର ଶୁଖିଲା ପଡିଛି  I ମଣିଷ ଠାରୁ ଆରମ୍ଭ କରି ପଶୁ, ପକ୍ଷୀ, ଜୀବ  ଜନ୍ତୁ ପାଣି ପାଇଁ ଡହକ ବିକଳ ହୋଇ ପଡୁଛନ୍ତି  I ପ୍ରଚଣ୍ଡ ରୌଦ୍ରତାପ ଓ ପାନୀୟ ଜଳ ଅଭାବ ଯୋଗୁଁ ଅଞ୍ଚଳ ରେ ଅଂଶୁଘାତ ଜନିତ ସମସ୍ୟା ସୃଷ୍ଟି ହେଉଛି  I ମିଲଥିବା ସୂଚନା ଅନୁଯାୟୀ ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥିବାର ଖବର ରହିଛି  I ତରଭା ପୋଲିସ ପକ୍ଷରୁ ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ କୁମ୍ଭାର ମୁଣ୍ଡା ଗ୍ରାମପଂଚାୟତର ବଡଫଟାମୁଣ୍ଡା ଗ୍ରାମରେ ଅ°ଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି I  ମୃତା ମହିଳା ଜଣଙ୍କ ହେଲେ ବଡଫଟାମୁଣ୍ଡା ଗ୍ରାମର କରୁଣା ଅମାତଙ୍କ ସ୍ତ୍ରୀ  ରୁପକାନ୍ତୀ ଅମାତ (୫୦) ବୋଲି ଜଣାପଡିଛି।  ବର୍ତ୍ତମାନ କେନ୍ଦୁପତ୍ର ତୋଳା ସମୟ ହୋଇ ଥିବାରୁ ରୁପକାନ୍ତୀ ଗୁରୁବାର ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ। ପ୍ରଚଣ୍ଡ ଖରାରେ ବୁଲିବୁଲି କେନ୍ଦୁପତ୍ର ତୋଳି ମଧ୍ୟାହ୍ନରେ ଘରକୁ ଫେରିଥିଲେ। କିଛି ସମୟ ପରେ ସେ ଅସୁସ୍ଥତା ଅନୁଭବ କରି ବାନ୍ତି କରିଥିଲେ। ଅତ୍ୟଧିକ ଅସୁସ୍ଥତା ଅନୁଭବ କରି ଗୂରୁତର ହେବାରୁ ତାଙ୍କୁ ସନ୍ଧ୍ୟା ସମୟରେ ଚିକିତ୍ସା ପାଇଁ ତରଭା ଡାକ୍ତରଖାନାକୁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କ ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ ମଧ୍ୟ ରାତି ହୋଇ ଯିବାରୁ ତଦନ୍ତ କରିପାରି ନ ଥିବା ବେଳେ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା  I ମହିଳାଙ୍କ ମୃତ୍ୟୁ ନେଇ  ପରିବାରଙ୍କ ପକ୍ଷରୁ ତରଭା ଥାନାରେ  ଲିଖିତ ଅଭିଯୋଗ ପରେ  ପୋଲିସ  ଆଜି ଶୁକ୍ରବାର  ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।  ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଏହି ମାମଲା ତଦନ୍ତ ଦାୟିତ୍ୱ ଦିଆଯାଇ ଥିବାର  ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି । ଏହି ପରି ବ୍ଲକର ବିଭିନ୍ନ ଗ୍ରାମରେ ଅଂଶୁଘାତ ଜନିତ ମୃତ୍ୟୁ ହେଉଥିଲେ ମଧ୍ୟ୍ୟ ଲୋକଙ୍କ ମଧ୍ୟ୍ୟରେ ସଚେତନତା ଅଭାବ ଯୋଗୁଁ ଲୋକଲୋଚନକୁ ଆସି ପାରୁନାହିଁ  I 
(ତରଭାରୁ କପିଳାସ ସେଠଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026

You Might Also Like