-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
31-May-2024
* (ଡୋଲୋଶ୍ବର ବାଗ)
ନୂଆପଡ଼ା ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ। ଆଦିବାସୀ ଙ୍କ ଜୀବନ ଜୀବିକା ସୁରକ୍ଷିତ କରିବା ପାଇଁ ଉଦ୍ୟାନ କୃଷି କୁ ଅଗ୍ରାଧିକାର ଦିଆଯାଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନେକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି। ହଲଦୀଖୋଲ ଗ୍ରାମ ରେ ଆଜକୁ ୧୫ ବର୍ଷ ପୂର୍ବେ ଆମ୍ବ ବଗିଚା ନିର୍ମାଣ ହୋଇଅଛି। ସେହି ଆମ୍ବ ଆଜି ସେହି ଆଦିବାସୀଙ୍କ ଆତ୍ମ ନିର୍ଭରଶିଳ ମାଧ୍ୟମ ପାଲଟିଛି।ଗ୍ରାମ ରେ ୬୦ ଗୋଟି ଆମ୍ବ ବଗିଚା ରହିଅଛି। ପ୍ରତ୍ୟେକ ବଗିଚା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ନେଇ ଉଠା ଜଳସେଚନ ବ୍ୟବସ୍ଥା ଯୋଗୁଁ ଗଭୀର ନଳକୂପ ଖନନ କରାଯାଇ ଅଛି। ନଳକୂପ ଜଳ ରେ ଆମ୍ବ ଉଦ୍ୟାନ ଚାଷ କରିଥାନ୍ତି।
ପ୍ରତ୍ୟେକ ଆମ୍ବ ବଗିଚାରେ ଚାଷୀ ମାନେ ୪୦/୫୦ ହଜାର ଟଙ୍କା ଆମ୍ବ ବିକ୍ରି କରି ଲାଭବାନ ହେଉଛନ୍ତି।ୱାଡ଼ି ଯୋଜନା ରେ ବିଶ୍ବ ବ୍ୟାଙ୍କ ରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଯୋଜନା ସଫଳ କାର୍ଯ୍ୟ ହେଉ ଥିବା ବେଳେ ପ୍ରତ୍ୟେକ ଫଳ ଚାଷୀ ଙ୍କ ଜମି ରେ ଖନନ ହୋଇଥିବା ଗଭୀର ନଳକୂପ ଅଚଳ ହୋଇ ପଡ଼ିଛି। ବିଭିନ୍ନ ପ୍ରଜାତିର ଆମ୍ବ ଗଛ ଢିପ ଜମିରେ ରୋପଣ କରି ଅଳ୍ପ ଜଳ ରେ ଧାନ ର ବିକଳ୍ପ ଚାଷ ପ୍ରଣାଳୀ ରୂପେ ପରିଚିତ ଅଟେ। ଚଳିତ ବର୍ଷ ଆମ୍ବ ଫଳ ରେ ବ୍ୟାପକ ଅମଳ ହେବା ନେଇ ଚାଷୀ ଆଶା ବାନ୍ଧିଛନ୍ତି।