-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ମୁକ୍ତିଲାଭ କଲା ସମ୍ବଲପୁରୀ ସର୍ଟଫିଲ୍ମ “ଆସମାନତାରା”

31-May-2024



ବାଲାଙ୍ଗୀର(ପ୍ରେରଣା ଖବର): ଆର.କେ.ମିଡିଆ ପ୍ରସ୍ତୁତ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେଙ୍କ ଲିଖିତ, ନିର୍ଦ୍ଦେଶିତ ଓ ଅଭିନୀତ ସମ୍ବଲପୁରୀ ସର୍ଟଫିଲ୍ମ ‘ଆସମାନତାରା’ ଇତିମଧ୍ୟରେ ମୁକ୍ତିଲାଭ କରି ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି । ୟୁଟୁବରେ ଅପଲୋଡ ହୋଇଥିବା ଏହି ଫିଲ୍ମକୁ ଖୁବ ଲୋକଆଦୃତି ମିଲୁଛି । ସମାଜରେ ଥିବା ଜାତିସମାଜର ବିଧିବ୍ୟବସ୍ଥା ସାଙ୍ଗକୁ ଗରୀବ ପରିବାରକୁ କିଭଳି ଏହା ନିଃଶେଷ କରିଦେଇଥାଏ

ସେହି ବିଷୟବସ୍ତୁ ଉପରେ ପର୍ଯ୍ୟବେଷିତ ଏହି ସର୍ଟଫିଲ୍ମ ନିର୍ମାଣ କରାଯାଇଛି । “ଆସମାନତାରା”ଏକ ଶାଢୀ ଯାହାକି ପଶ୍ଚିମଓଡିଶାର ଘରେ ଘରେ ମହିଳାଙ୍କ ପସନ୍ଦ ହୋଇଥାଏ । ମେହେର ସମ୍ପ୍ରଦାୟ ପକ୍ଷରୁ ହାତବୁଣା ଏହି ଶାଢୀ ମହିଳାଙ୍କ ଖୁବ ପସନ୍ଦ । ଫିଲ୍ମରେ ଜଣେ ସ୍ୱାମୀ ତା ସ୍ତ୍ରୀକୁ ଖୁସି ଦେଖିବା ପାଇଁ ତାର ସବୁ ସଂଗୃହିତ ଟଙ୍କା ଶାଢୀ କିଣିବାରେ ଖର୍ଚ୍ଚ କରିଦିଏ । ପରେ ବିଲକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରେ । ତାର ପତ୍ନୀ ସେହି ତାର ସ୍ୱାମୀଙ୍କ ଦ୍ୱାରା ପ୍ରଦତ୍ତ ମନପସନ୍ଦର ଶାଢୀକୁ ସ୍ୱାମୀର ଶୁଦ୍ଧିକ୍ରୀୟାରେ ଖର୍ଚ୍ଚ କରିବାକୁ ବନ୍ଧକ ଦିଏ । ମଣିଷ ଅଭାବ ସମୟରେ ଜମି,ସୁନା ବନ୍ଧକ କରିଥାଏ କିନ୍ତୁ ତାର ଶାଢୀକୁ ଶେଷରେ କିଭଳି ବନ୍ଧକ ଦେବାକୁ ପଡେ ତାହାର ଏକ ନିଖୁଣ ଚିତ୍ର ଏହି ସର୍ଟଫିଲ୍ମରେ ପ୍ରଦର୍ଶୀତ ହୋଇଛି । ତେବେ ସବୁଠୁ ବିଦାରକ ଦୃଶ୍ୟ ଆମ ସମାଜିକ ବ୍ୟବସ୍ଥାରେ କିଭଳି ଜାତିସମାଜ ଗୋଟିଏ ପରିବାରର ଅସହାୟତାକୁ ଦୃଷ୍ଟି ନଦେଇ ସେହି ସମୟରେ ଜାତି ଶୁଦ୍ଧି କରିବାକୁ କିଭଳି ଶୋଷଣ କରିଥାନ୍ତି ତାକୁ ନିଖୁଣ ଭାବରେ ଫିଲ୍ମଟିରେ ପ୍ରଦର୍ଶିତ ହୋଇଛି । ମେଣ୍ଡା ଗାଁର ଗୋବିନ୍ଦ ଦଣ୍ଡସେନା ଏହି ଫିଲ୍ମର ପ୍ରୟୋଜକ ଥିବା ବେଳେ ତାଙ୍କ ପତ୍ନୀ ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆର.କେ.ମିଡିଆ ପ୍ରସ୍ତୁତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀ ବରାଇ, ନାରାୟଣ ମହାକୁର, ସୁବର୍ଣ୍ଣା ସାହୁ, ଫିରୋଜ ଦାସ, ଅବିନାଶ

ଝାଙ୍କର, ଉମେଶ ପଧାନ,ପ୍ରଶାନ୍ତ ପଧାନ, ମାନସୀ ଭୁଏ, ସୁଭାଷ ଚିନ୍ଦା, ତ୍ରୀନାଥ ମହାକୁର, ଶିଶୁ କଳାକାର ଭାବେ ମେଣ୍ଡା ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ପିୟୁଷ ମହାକୁର, ପ୍ରୀୟାଂଶୁ ଶେଖର ପଣ୍ଡା, ସିଦ୍ଧିବିନାୟକ ପଧାନ, ଶାଳିନୀ ମିଶ୍ର, ମେଣ୍ଡା ଏମବିଆର କଲେଜର ଯୁକ୍ତଦୁଇର ଛାତ୍ରୀ ସିନ୍ଧୁସୁତା କୁଅଁର ଅଭିନୟ କରିଛନ୍ତି । ସେହିପରି ପ୍ରକାଶଚନ୍ଦ୍ର ସାହୁ ଏଥିରେ କଳାନିର୍ଦ୍ଦେଶନା ଦେଇଥିବା ବେଳେ ସୌମ୍ୟରଂଜନ ରଣା ସିନେମେଟୋଗ୍ରାଫି, ଏଡିଟିଂ ଓ ସାଉଣ୍ଡରେ ସହଯୋଗ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like