-+91-9937148622 |

prerana_bgr@rediffmail.com |

  Sunday 12th May 2024 |

| | | |

R.N.I. Regd No. ODIODI/2010/46693

Breaking News

ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ଦୁର୍ଘଟଣାରେ ୧୭ ଜଣ ଗୁରୁତର   (12-May-2024)       ||      ପାଟଣାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନୀ ପ୍ରଚାର    (12-May-2024)       ||      ଆଜି ସିନ୍ଧେକେଲା ଆସିବେ ମୁଖ୍ୟମନ୍ତ୍ରୀ   (12-May-2024)       ||      ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ    (11-May-2024)       ||      ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   (11-May-2024)       ||      ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   (11-May-2024)       ||      Hhj   (11-May-2024)       ||      ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   (11-May-2024)       ||      ଖୁଣ୍ଟିଗୋରା ଫ୍ଲଡ଼ ଲାଇଟ କ୍ରିକେଟ ଉଦଯାପିତ ସିଂହାରୀକୁ ହରାଇ ଉତ୍ତରବାହାଲ ଚମ୍ପିଆନ   (11-May-2024)       ||      ଅବକାରୀ ବିଭାଗ ଦ୍ୱାରା ୭ କ୍ଵିଣ୍ଟାଲ ୨୦ କେଜି ମହୁଲ ଜବତ, ଜଣେ ଗିରଫ l   (11-May-2024)       ||      ସୋନପୁର ବିଜେପି ର ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା   (11-May-2024)       ||      ନିର୍ବାଚନ ସୁ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ :-   (11-May-2024)       ||      ଭକ୍ତ ଙ୍କ ମାରାଥନ ପ୍ରଚାରରେ ଭୋଟର ଉତ୍ସାହିତ , ଯୁବ ଭୋଟର ଓ ମହିଳା ଙ୍କ ବିପୁଳ ସ୍ୱାଗତ . ବିରୋଧୀ ଶିବିର ଭକ୍ତଙ୍କ ରଣକୌଶଳ   (11-May-2024)       ||      ବଲାଙ୍ଗୀରରେ ବ୍ରାହ୍ମଣସମାଜ ପକ୍ଷରୁ ଭଗବାନ ପର୍ଶୁରାମ ଜୟନ୍ତି,ସହରରେ ବିଶାଳ ଶୋଭାଯାତ୍ରା   (11-May-2024)       ||      ଜିଲ୍ଲାରେ ଅନୁଷ୍ଠିତ ହେଲା ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ    (11-May-2024)       ||      *ଡ଼. ଶିବରାମ ନାୟକ* ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:   (11-May-2024)       ||      ବିଜେପିର ବିଜୟ ସଂକଳ୍ପ ସମାବେଶ.. ଦୁର୍ନୀତିଗ୍ରସ୍ତ ଓଡିଶାସରକାର ବଦଳିବା ଦରକାର-ପ୍ରଧାନମନ୍ତ୍ରୀ ମୋଦୀ   (11-May-2024)       ||      ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀ ର ୧୦ ଟି ଗାଁ ର ନାଁ କହି ପାରିବେ ନି , ଏପରି ମୁଖ୍ୟମନ୍ତ୍ରୀ ଙ୍କୁ ବାଜା ବଜାଇ ବିଦା କରନ୍ତୁ    (11-May-2024)       ||      ସ୍ଵାଧୀନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ଶେଷ ନିର୍ବାଚନ ପ୍ରଚାର, ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ   (11-May-2024)       ||      ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଙ୍କ ନିର୍ବାଚନ ପ୍ରଚାର   (11-May-2024)       ||     

HOME   ଜିଲ୍ଲା

କେବେ ପଡିବ ବେଆଇନ ଚୋରା ମଦର ପୂର୍ଣ୍ଣଚ୍ଛେଦ, ଅଭିଯୋଗ କଲେ ମଧ୍ୟ ଅବକାରୀ ବିଭାଗ ଶୁଣୁ ନାହାନ୍ତି , ଅଂଚଳରେ ଦେଶୀ ବିଦେଶୀ ମଦର ବନ୍ୟା, ସଚେତନ ମହଲରେ କ୍ଷୋଭ

27-Apr-2024



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା  ୬ଟି ବ୍ଲକ ମଧ୍ୟରୁ ଡୁଙ୍ଗୁରିପାଲି ବିଭିନ୍ନ କ୍ଷେତ୍ରରେ ଏହାର ସ୍ୱତନ୍ତ୍ରତା ରହିଛି । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବାଣିଜ୍ୟ ବ୍ୟବସାୟ, ରାଜନୈତିକ , କୃଷି ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଏହି ବ୍ଲକ ତାର ସ୍ୱତନ୍ତ୍ର  ଗାରିମ ରକ୍ଷା କରି ଆସୁଅଛି । ଏଠାକାର ସରଳ,ପରୋପକାର, ସହ ଯୋଗୀ ମନୋଭାବ ଯୋଗୁଁ ଏହି ଅଂଚଳକୁ ଲୋକେ କାର୍ଯ୍ୟ କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ଶାନ୍ତିପ୍ରିୟ ଅଂଚଳରେ ବେଆଇନ, ବେଧଡକ ନିଶାକାରବାର ଯୋଗୁଁ ଅଶାନ୍ତ ହୋଇ ଉଠୁଛି । ଗତ କିଛି ଦିନ ମଧ୍ୟରେ ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଗଞ୍ଜେଇ ଚାଲାଣ, କଫ ସିରଫ ଗୋଷ୍ଠିକୁ ଧରିବାରେ ସଫଳ ହୋଇଥିବା ବେଳେ ନିଜର ମୂଳ କର୍ତ୍ତବ୍ୟ ହୋଇଥିବା ଅବକାରୀ ବିଭାଗର ଦେଖା ନାହିଁ । ଡୁଙ୍ଗୁରିପାଲି ବ୍ଲକରେ ପଣ୍ଡକିଟାଲ ଏବଂ ଡୁଙ୍ଗୁରିପାଲିରେ ଦୁଇଟି ବିଦେଶୀ ମଦ ଦୋକାନ ରହିଛି । ଉଭୟ ଦୋକାନରୁ ବେଧଡ ଭାବରେ ଖୋଲାଖୋଲି ଭାବରେ ଚଢା ଦରରେ ୨୪ଘଣ୍ଟିଆ ମଦ ବିକ୍ରୀ ଚାଲିଛି । ଯାହାକି ଉଦ୍ୱେଗ ଜନକ । ଗତ ହୋଲିର ପୂର୍ବ ଦିନ ସଂଧ୍ୟାରେ ଏଠାରୁ ଟାଟା ଏସ ଗାଡିରେ ବାହାରକୁ ବିଦେଶୀ ମଦ ଚାଲାଣ ହେଉଥିଲା । ଏ ସଂପର୍କରେ ଜିଲ୍ଲା ଅବାକାରୀ ଅଧିକ୍ଷକ, ବିନିକା ଅବକାରୀ ବିଭାଗକୁ ଜଣାଇ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରବୀର କୁମାର ସାମଲ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ବିନିକା ବିଭାଗକୁ ଦେଇଥିବା ପ୍ରକାଶ କରିଥିଲେ ।  ଏ ସଂପର୍କରେ ବିନିକା ଅବକାରୀ ବିଭାଗ କର୍ମଚାରୀ ଅଭାବ ଦର୍ଶାଇ ତଦନ୍ତକୁ ବିଳମ୍ବ କରିଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ତଦନ୍ତ ହୋଇଛି କି ନାହିଁ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆମ ପ୍ରତିନିଧିର ଫୋନ ଉଠାଉ ନାହାନ୍ତି ।  ଆହୁରି ମଧ୍ୟ ଏଠାରେ ଥିବା  ଦେଶୀ ମହୁଲି ଭାଟି ଖୂଣ୍ଟପାଲି, ସୁନାପାଲି, ମହୁଲପାଲି, ଗିଧମାଲ ପ୍ରମୁଖ ଭାଟି ଗୁଡିକରେ ରାତି ଅଧିଆ ଖୋଲା ମଦ ବିକ୍ରି ଚାଲିଛି । ଏହା ସହିତ ପଡୋଶୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୈନିକ ଶହ ଶହ ଲିଟର ଦେଶୀ ରନ୍ଧା ମଦ ଏହି ବ୍ଲକକୁ ଆସୁଅଛି । ଏଠାକାର ଦେଶୀ ଭାଟି ଗୁଡିକ ମଧ୍ୟ ବସ୍ତା ବସ୍ତା ମଦ ବିଭିନ୍ନ ଗ୍ରାମର କୁଚିଆ ମଦ ବେପାରୀଙ୍କ ଠାରେ ବିକ୍ରୀ କରୁଛନ୍ତି । ଯାହାକୁ ଏହାର ଗାଇଡ ଲାଇନକୁ ଉଲଙ୍ଘନ ସହିତ ଅଂଚଳରେ  ଏହାର କୁପ୍ରଭାବ ପଡୁଛି । ବିଦେଶୀ ଭାଟି ଗୁଡିକରେ ମଧ୍ୟ ଚଢା ଦରରେ ବିନା ବିଲରେ ମଦ ବିକ୍ରୀ କରିଚାଲିଛନ୍ତି । ବିଲ ମାଗିଲେ  ଜିଏସଟିର ନାଁରେ ଅଧିକ ହେବ କହି ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ଏ ସଂପର୍କରେ ବିଭିନ୍ନ ସଚେନତ ବ୍ୟକ୍ତି କ୍ଷୋଭ ପ୍ରକାଶ କରି ସେମାନେ ନିଜର ମତବ୍ୟକ୍ତ କରିଛନ୍ତି ।
 

୧. ବିପ୍ରଚରଣ ସାହୁ , ବ୍ଲକ କୃଷକ ସଂଘ ସଭାପତି- ବେଆଇନ ଦେଶୀ ବିଦେଶୀ ମଦର ପ୍ରାବଳ୍ୟ ଯୋଗୁଁ ଅଂଚଳରେ ଅଶାନ୍ତି ସୃଷ୍ଟି କରୁଛି ।  ସଂଧ୍ୟା ସମୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ମନେ କରି ବାହାରି ପାରୁ ନାହାନ୍ତିା ସଂଧ୍ୟା ନଇଁଲେ ଗାଁ ଗୁଡିକରେ ମଦୁଆମାନଙ୍କ କବ୍ଚାକୁ ଗାଁ ଚାଲି ଯାଉଛି । ଅବକାରୀ ବିଭାଗ ନିଜର ମାସିକିଆ କୋଟା ପାଇ ଖୁସ ଥିବା ବେଳେ ନିରିହ ଗ୍ରାମବାସୀ ଏହାର ଦୁଃଖ ଭୋଗୁଛନ୍ତି ।  ଅଭିଯୋଗ କିମ୍ବା ଗଣମାଧ୍ୟମରେ ଖବର ପ୍ରକାଶ ହେଲେ ମଧ୍ୟ କେହି ନଶୁଣିବା ଅଧିକ ଦୁଃଖ ଦାୟକ ଅଟେ । ଏଣୁ  ଉଚ୍ଚକର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଉଚିତ । 
 

୨. କିସନ କୁମାର ଅଗ୍ରୱାଲ- ବରିଷ୍ଠ ସାମ୍ବାଦିକ- ସରକାରଙ୍କ ଗାଇଡ ଅନୁସାରେ ସବୁକିଛି ହେବା କଥା । ମନଇଚ୍ଛା ନିଜକୁ ସୁହାଇଲା ଭଳି ବିକ୍ରୀ କରିବା ଠିକ୍ ନୁହେଁ ।  ନିର୍ଦ୍ଦିଷ୍ଟ ସମୟ ଏବଂ ଅନୁପାତରେ ବିକ୍ରି ହେବା କଥା । ସକାଳରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ମନ ଇଚ୍ଛା ଏବଂ ଯିଏ ଯେତେ ଚାହିଁଲା ତାଙ୍କୁ ସେତିକି ଦେବା ଠିକ୍ ନୁହେଁ । ଗ୍ରାମାଞ୍ଚଳରେ ଏହାର ବହୁଲ ବିକ୍ରୀ ଯୋଗୁଁ  ଚୋରୀ, ଡକାୟତି, ରାହାଜାନୀ ପ୍ରଭୃତି ଘଟଣା ଦେଖିବାକୁ ମିଳୁଛି । ଏଣୁ ସରକାରଙ୍କ ଗାଇଡ ଲାଇନକୁ ଦୃଷ୍ଟି ଦେଇ ଦେଶୀ ବିଦେଶୀ ମଦ ଦୋକାନ ଚଳାଇବା ସହିତ ବିଭିନ୍ନ ସମୟରେ  ଚାଢାଉ, ଧଡପଗଡ କରାଯାଉ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ ଦୁର୍ଘଟଣାରେ ୧୭ ଜଣ ଗୁରୁତର   12-May-2024
  ଜିଲ୍ଲା  
ପାଟଣାଗଡରେ ବିଜେଡି ବିଧାୟକ ପ୍ରାର୍ଥୀ ଙ୍କ ନିର୍ବାଚନୀ ପ୍ରଚାର   12-May-2024
  ରାଜନୀତି  
ଆଜି ସିନ୍ଧେକେଲା ଆସିବେ ମୁଖ୍ୟମନ୍ତ୍ରୀ   12-May-2024
  ଜିଲ୍ଲା  
ବେଲପଡା ବ୍ଲକ ର ବିଭିନ୍ନ ଗ୍ରାମ ରେ ନିର୍ବାଚନୀ ପ୍ରଚାର କରୁଛନ୍ତି ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ   11-May-2024
  ଜିଲ୍ଲା  
ଦୟନୀୟ ଅବସ୍ଥାରେ ଠାକୁରପୁର ରାସ୍ତା, ଲୋକଙ୍କ ଯିବା ଆସିବା ରେ ହେଉଛି ଅସୁବିଧା   11-May-2024
  ଜିଲ୍ଲା  
ନିର୍ବାଚନ କାମରେ ଆସି ଦୁର୍ଘଟଣାରେ ଚାଲିଗଲା ଜୀବନ   11-May-2024
Hhj   11-May-2024
  ଜିଲ୍ଲା  
ବଲାଙ୍ଗିରରେ ସମରେନ୍ଦ୍ର ଙ୍କ ଭୋଟ ଭିକ୍ଷା, ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ - ସମରେନ୍ଦ୍ର   11-May-2024
  ଜିଲ୍ଲା  
ଖୁଣ୍ଟିଗୋରା ଫ୍ଲଡ଼ ଲାଇଟ କ୍ରିକେଟ ଉଦଯାପିତ ସିଂହାରୀକୁ ହରାଇ ଉତ୍ତରବାହାଲ ଚମ୍ପିଆନ   11-May-2024
  ଜିଲ୍ଲା  
ଅବକାରୀ ବିଭାଗ ଦ୍ୱାରା ୭ କ୍ଵିଣ୍ଟାଲ ୨୦ କେଜି ମହୁଲ ଜବତ, ଜଣେ ଗିରଫ l   11-May-2024
  ଜିଲ୍ଲା  
ସୋନପୁର ବିଜେପି ର ମିଶ୍ରଣ ପର୍ବ ଓ ନିର୍ବାଚନୀ ପ୍ରଚାର ଶୋଭାଯାତ୍ରା   11-May-2024
  ଜିଲ୍ଲା  
ନିର୍ବାଚନ ସୁ ପରିଚାଳନା ନିମନ୍ତେ ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଅଧ୍ୟକ୍ଷତାରେ ସେକ୍ଟର ଅଧିକାରୀ ଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ :-   11-May-2024

You Might Also Like