-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
11-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ରୁଣ୍ଡିମହୁଲ ପଞ୍ଚାୟତର କାର୍ଯ୍ୟଳୟ ପରିସରରେ ରବିବାର ଚାଉଳ ବଣ୍ଟନ କରାଯାଇଛି l ଚାଉଳ ବଣ୍ଟନ ସମୟରେ ହିତାଧିକାରୀଙ୍କୁ ଚାଉଳ ସହିତ ଗୋଟିଏ ଲେଖାଏଁ ବ୍ୟାଗ ଦିଆଯାଇଥିଲା l ଏହି ବ୍ୟାଗରେ ଆମ ଓଡ଼ିଶା ନବୀନ ଓଡିଶା ଶଂଖ ଚିହ୍ନ ଥିବା ଲୋଗୋ ଦେଖି ସେଠାରେ ଉତ୍ତେଜନା ଦେଖା ଦେଇଥିଲା ।
କେନ୍ଦ୍ର ସରକାର ଜଣ ପ୍ରତି ୫ କେଜି ଚାଉଳ ଦେଉଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଚାଉଳ ସହ ବିଜେଡି ବ୍ୟାଗ୍ ବଣ୍ଟନ କରାଯାଉଛି କହି ବିଜେପିର କାର୍ଯ୍ୟକର୍ତ୍ତା ମାନେ ପ୍ରତିବାଦ କରିଥିଲେ ।କେନ୍ଦ୍ର ସରକାର ଚାଉଳ ଦେଉଥିବାବେଳେ ରାଜ୍ୟ ସରକାର ଲୋଗୋଥିବା ବ୍ୟାଗ ବାଣ୍ଟି ବାହା ବାହା ନେଉଥିବା ନେଇ ବିଜେପି କର୍ମକର୍ତ୍ତା ମାନେ ଦୃଢ଼ ନିନ୍ଦା କରିଥିଲେ । ଏ ସମ୍ପର୍କରେ କଣ୍ଟାମାଳ ବିଡ଼ିଓ
ସାମି ଜୟଶ୍ରୀ ରେଡ୍ଡୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା କୁ ଫୋନ୍ କରି ବ୍ୟାଗ୍ ବଣ୍ଟନ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଜେପି କର୍ମକର୍ତ୍ତା କିଛି ବ୍ୟାଗ୍ କୁ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ପୋଡିଦେଇ ପ୍ରତିବାଦ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ପ୍ରତିବାଦ ରେ ରାଜ୍ୟ ବିଜେପି କାର୍ଯ୍ୟକାରୀଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ମଣ୍ଡଳ ସଭାପତି ଅନୀଲ୍ ପ୍ରଧାନ, ନିରଂଜନ କର୍ଣ୍ଣ ଓ ବିଜେପି କର୍ମକର୍ତ୍ତା ମାନେ ସାମିଲଥିଲେ ।