-+91-9937148622 |

prerana_bgr@rediffmail.com |

  Thursday 12th March 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   (11-Mar-2026)       ||      ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ    (11-Mar-2026)       ||      ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   (11-Mar-2026)       ||      ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   (11-Mar-2026)       ||      ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   (11-Mar-2026)       ||      *ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   (11-Mar-2026)       ||      *ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   (11-Mar-2026)       ||      “ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   (11-Mar-2026)       ||      ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   (11-Mar-2026)       ||      ଶାସ୍ତ୍ରୀୟ ଭାଷା ଦିବସ ପାଳିତ    (11-Mar-2026)       ||      ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   (11-Mar-2026)       ||      ରକ୍ତଦାନ ଶିବିର ଅନୁଷ୍ଠିତ    (11-Mar-2026)       ||      ତାନଶ୍ରୀ ପାଣିଗ୍ରାହୀଙ୍କୁ ଜାତୀୟ ଉତ୍କଳ କାବ୍ୟ ରୌପ୍ୟ ରତ୍ନ ସମ୍ମାନ    (11-Mar-2026)       ||      *ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସୁଭଦ୍ରା ଶକ୍ତି ମେଳା ଶୁଭ ଉଦ୍ଘାଟିତ*   (11-Mar-2026)       ||      ରଶ୍ମିତା ପାଣ୍ଡେ ଶ୍ରେଷ୍ଠ ଯୁବ ମହିଳା ଏଚିଭର -୨୬ ରେ ସମ୍ମାନିତ   (10-Mar-2026)       ||      *ଅପରାଧ କୁ ନିୟନ୍ତ୍ରଣ ପାଇଁ ଅପରେସନ ସାଇବର କବଚ ଅଭିଜାନ ଉପରେ ସାମ୍ୱାଦିକ ସମ୍ମିଳନୀ*-   (10-Mar-2026)       ||      ଅଭିଭାବକ କୃତଜ୍ଞତା ଅର୍ପଣ ଉତ୍ସବ   (10-Mar-2026)       ||      ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬  ମହିଳା ଉଦ୍ୟୋଗୀତା ଓ ସାଂସ୍କୃତିକ ପରମ୍ପରାର ମହୋତ୍ସବ ଉଦ୍ଘାଟିତ    (10-Mar-2026)       ||      ୧୫ କିମି ସାଇକଲରେ ଯାଇ ଅଭିଯୋଗ ଶୁଣିଲେ ବିଡିଓ   (10-Mar-2026)       ||      ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଶ୍ରୀଜଗନ୍ନାଥ ଦର୍ଶନ’ ଯାତ୍ରାର ଶୁଭାରମ୍ଭ   (10-Mar-2026)       ||     

HOME   ଦେଶ ବିଦେଶ

ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି : ଉତ୍କଳ ଭାରତୀ ତରଫରୁ ଦିଲ୍ଲୀରେ ସ୍ମୃତି ସଭା

15-Nov-2023



ନୂଆଦିଲ୍ଲୀ(ପ୍ରେରଣା ଖବର ): ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗ ରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିବାର ଦେଖାଯାଇଥିଲା। ବାର ବର୍ଷର ବାଳୁତ ବାଜି ରାଉତଙ୍କୁ ଫିରଙ୍ଗୀ ଗୁଳି ଦ୍ଵାରା ମର୍ମନ୍ତୁଦ ହତ୍ୟାର ଲୋମହର୍ଷଣକାରୀ ଉପାଖ୍ୟାନକୁ ସ୍ମରଣ କରି ବରେଣ୍ୟ ବକ୍ତା ମାନେ ତାଙ୍କର ଶ୍ରେଷ୍ଠ ତ୍ୟାଗ, ଦୁର୍ଦ୍ଧଷ ବୀରତ୍ବ ଏବଂ ଅନନ୍ୟ ଦେଶପ୍ରେମର ଗୁଣଗାନ କରିଥିଲେ। ଆଜିର ଯୁବସମାଜ ସ୍ବର୍ଗତଃ ବାଜି ଙ୍କର ଆଦର୍ଶ ଜୀବନ ଦର୍ଶନରୁ ପ୍ରେରଣା ଲାଭ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ହାଉଜଖାସସ୍ଥିତ ଜଗନ୍ନାଥ

ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ଆୟୋଜକ ଏବଂ କାର୍ଯ୍ୟକ୍ରମର ଆବାହକ ଉତ୍କଳ ଭାରତୀର ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ, ଜାତୀୟ ସ୍ତରରେ ବାଜି ରାଉତ ଙ୍କର ଏକ ଭବ୍ୟ ସ୍ମୃତିପୀଠ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମାଜସେବା ସକାଶେ ନୂଆଦିଲ୍ଲୀର ପୂର୍ବତନ ମୁଖ୍ୟ ଅଗ୍ନିଶମ ଅଧୀକାରୀ ଡଃ ଧରମ ପାଲ ଭରଦ୍ୱାଜ ଏବଂ ଦିଲ୍ଲୀ ପୁଲିସର ଏ. ସି. ପି ଦୀନେଶ କୁମାର ଙ୍କୁ ୨୦୨୩ ମସିହା ପାଇଁ ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟ ଡଃ ଭରଦ୍ୱାଜ ଓ ଶ୍ରୀ କୁମାର ସମ୍ମାନ ସ୍ୱୀକାର କରି ସେମାନଙ୍କର ପେଷାଗତ ଉତ୍ତରଦାୟିତ୍ୱ କୁ ନିର୍ବାହ କରିବା କାଳରେ ନିଜର ଜୀବନକୁ ବାଜି ଲଗାଇ ଥିବାର ଭୟଙ୍କର ଅନୁଭୂତି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଦେଶ ଗଠନ ଓ ସମାଜ ର କଲ୍ୟାଣ ପାଇଁ ଉପସ୍ଥିତ ଜନସାଧାରଣ ଯତ୍ କିଞ୍ଚିତ ସମ୍ଭବ ରାଶି ପ୍ରତ୍ୟହ ଦାନ କରିବାକୁ ସେମାନେ ନିବେଦନ କରିଥିଲେ। ବାଜି ରାଉତଙ୍କୁ ଜାତୀୟ ଗୌରବ ଆଖ୍ୟା ଦେଇ ଏନ.ସି.ଇ.ଆର.ଟି ର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ବର୍ତ୍ତମାନ ପିଢ଼ୀ ତାଙ୍କର ଦୃଢ଼ ଦେଶାତ୍ମବୋଧ ଆଭିମୁଖ୍ୟ ଏବଂ ମାତୃଭୂମି ପ୍ରତି ପ୍ରଗାଢ଼ ମମତା ଦ୍ଵାରା ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଦିଲ୍ଲୀ କମ୍ପ୍ୟୁଟର ବେପାରୀ ସଂଘର ସଭାପତି ମହିନ୍ଦର ଅଗ୍ରୱାଲ, ସମାଜର ମଙ୍ଗଳ ପାଇଁ ସକରାତ୍ମକ ଯୋଗଦାନ ପ୍ରଦାନ କରାଯିବା, ବାଜି ରାଉତଙ୍କ ପ୍ରତି ସଚ୍ଚା ଶ୍ରଦ୍ଧାଞ୍ଜଳି ହେବ ବୋଲି ଦର୍ଶାଇଥିଲେ। କଳିଙ୍ଗ ଶିକ୍ଷା ସମାଜର କୋଷାଧ୍ୟକ୍ଷ ଗଦାଧର ପ୍ରଧାନ ରାଜଧାନୀ ଦିଲ୍ଲୀ ର କୌଣସି ଏକ ରାସ୍ତା କିମ୍ବା ଅଟ୍ଟାଳିକାକୁ ବାଜି ରାଉତଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ।ସ୍ବର୍ଗତଃ ବାଜି ରାଉତ ଙ୍କ ଦ୍ଵାରା ଅନୁସୃତ ନୀତିର ଆଜିବି ପ୍ରାସଙ୍ଗିକତା ରହିଥିବା ଏସିଆ ପ୍ରାସିଫିକ ୟୁନିଭର୍ସ ର ମିସେସ କୁଇନ୍ ଉପାଧୀ ବିଜେତା ସୁରଂଜିତା ରଣା, ଲକ୍ଷ୍ନୌ ସ୍ଥିତ ଆଇ.ଆଇ.ଏମ ର ପ୍ରଫେସର ସତ୍ୟଭୂଷଣ ଦାଶ ଏବଂ ବିଜୟନୀ ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ରୀତା ପାତ୍ର, ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ। ବୈଠକରେ ଅର୍ଚ୍ଚନା ପରିଡ଼ା ଓ ଡଃ ଡ଼ିମ୍ପଲ ଗୋଏଲ କବିତା ଆବୃତ୍ତି କରି ବାଜିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରସିଦ୍ଧ ପରିବେଶବିତ୍ ପ୍ରବୋଧ ଚନ୍ଦେଲଙ୍କ ଦ୍ଵାରା ପ୍ରତିଷ୍ଠିତ ବୃକ୍ଷ ପଂଚାୟତ ର ସ୍ମରଣିକାକୁ ଅତିଥୀମାନେ ଉନ୍ମୋଚନ କରିଥିଲେ। ଉତ୍କଳ ଭାରତୀ ର କଳା ସମ୍ପାଦିକା ଅଳ୍ପନା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ସାତ ବର୍ଷର ଛାତ୍ରୀ ମିମାଂଶା ପଟ୍ଟନାୟକ ଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଅଧିବେଶନ ର ଶୁଭାରମ୍ଭ ହୋଇଥିଲା।

ସମଗ୍ର ଆୟୋଜନ କୁ ସଫଳତା ସହିତ ପରିଚାଳନା କରିବାରେ ଡଃ ନିର୍ମଳ ପଟ୍ଟନାୟକ ଙ୍କୁ ଉତ୍ତମ କୁମାର ଦେଓ ଏବଂ ମଧୁସ୍ମିତା ପଟ୍ଟନାୟକ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବିନାୟକ ଦାସ, ଦେବରାଜ ମହାନ୍ତି, ସଂଜୀବ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ଡଃ ବିଷ୍ଣୁ ଶତପଥି, ଡଃ ପ୍ରଦ୍ୟୁମ୍ନ ସେଠି, ଡଃ ନମିତା ମିଶ୍ର, ଡଃ ନମିତା ସ୍ୱାଇଁ, ଡଃ କ୍ରୀଷ୍ଣା ଦତ୍ତ, ଡଃ ସର୍ବେଶ୍ୱର ପ୍ରଧାନ, ଡଃ ଗତିକୃଷ୍ଣ ମହନ୍ତ, ଡଃ ପ୍ରିୟମ୍ବଦା ପତ୍ରୀ , ଡଃ ସ୍ଵାଗତ ରାଉତ, ଡଃ ବସନ୍ତ ଦାସ, ଡଃ ସରୋଜିନୀ ଏକ୍କା, ଡଃ ନରେଶ ମଲ୍ଲିକ, ଡଃ ଆନ୍ନି ରାୟ, ଡଃ ଗିରିଧାରୀ ପାଲ,ଡଃ ଦୀପକ ଲାଲ କୁଜୁର ଓ ଡଃ ପୁନମ ଚନ୍ଦ୍ରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏକ ସାଇନବୋର୍ଡ ପାଲଟିଛି - ନରସିଂହ   11-Mar-2026
  ଜିଲ୍ଲା  
ବାଇକ ଧକ୍କାରେ କଲେଜେ ଛାତ୍ରୀଙ୍କ ମୃତ୍ୟୁ ପରେ ଚେତିଲା ପୋଲିସ♦️ ସ୍ପିଡ଼ ବାଇକର୍ ମାନଙ୍କୁ ସାବାଡ କରିବ ବଲାଙ୍ଗୀର ପୋଲିସ   11-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କ ଅସ୍ଥାୟୀ ବସଷ୍ଟାଣ୍ଡ ପରିଦର୍ଶନ* - *ବସ ଯାତ୍ରୀ ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଅଧିକାରୀ ଙ୍କ ଉପରେ ଗର୍ଜିଲେ ଜିଲ୍ଲାପାଳ*- -   11-Mar-2026
  ଜିଲ୍ଲା  
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ର ସହକାରୀ ଶିକ୍ଷକ ନିଲମ୍ବିତ* - *ଶିକ୍ଷକ ମହଲ ରେ କୋକୁଆ ଭୟ*-   11-Mar-2026
  ଜିଲ୍ଲା  
ଚୋରି କରିବା ପଡିଲା ମହଙ୍ଗା, ୫ ଜଣ ଗିରଫ ପରେ କୋର୍ଟ ଚାଲାଣ   11-Mar-2026
  ଜିଲ୍ଲା  
*ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା*   11-Mar-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଆଣ୍ଠେଇ ପଡ଼ିଲାଣି ମେଗା ପାନୀୟ ଜଳ ପ୍ରକଳ୍ପ*   11-Mar-2026
  ଜିଲ୍ଲା  
“ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମହିଳା ଦିବସ”   11-Mar-2026
  ଜିଲ୍ଲା  
ବିଚ ରାସ୍ତାରେ ଖଣ୍ଡା ବୁଲାଇ ଭୟଭୀତ କରୁଥିଲା ଦୃର୍ଵୣର୍ତ୍ତ   11-Mar-2026
  ଜିଲ୍ଲା  
ଶାସ୍ତ୍ରୀୟ ଭାଷା ଦିବସ ପାଳିତ   11-Mar-2026
  ଜିଲ୍ଲା  
ନର୍ଲା ଏକତା ସ୍ୱାଭିମାନ ସମିତି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ   11-Mar-2026
  ଜିଲ୍ଲା  
ରକ୍ତଦାନ ଶିବିର ଅନୁଷ୍ଠିତ   11-Mar-2026

You Might Also Like