-+91-9937148622 |

prerana_bgr@rediffmail.com |

  Saturday 9th December 2023 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   (09-Dec-2023)       ||      ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (09-Dec-2023)       ||      ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   (09-Dec-2023)       ||      ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ    (08-Dec-2023)       ||      ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   (08-Dec-2023)       ||      ୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   (08-Dec-2023)       ||      ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   (08-Dec-2023)       ||       ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   (08-Dec-2023)       ||      ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   (08-Dec-2023)       ||      ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   (08-Dec-2023)       ||      ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ    (08-Dec-2023)       ||      ସୁବଳୟା ସରସ୍ବତୀ ମନ୍ଦିରରେ ବାର୍ଷିକ ଉତ୍ସବ   (08-Dec-2023)       ||      ଉଗ୍ର ଆଂଚଳିକ ବୈଷମ୍ୟର ଶୀକାର, ସରକାରଙ୍କ ୧୯ଟି ସିଙ୍ଗଲ ୱିଣ୍ଡୋ ପ୍ରକଳ୍ପ ମଂଜୁରୀରୁ ବାଦ୍ ପଡିଲା ବଲାଙ୍ଗୀର, ନାଗରିକ କମିଟିର ତୀବ୍ର ପ୍ରତିକ୍ରିୟା    (08-Dec-2023)       ||      ନର୍ଲା ପ୍ରେସ ଆସୋସିଏସନ ର ଏକ ସାଧାରଣ ବୈଠକ ଅନୁଷ୍ଠିତ l   (08-Dec-2023)       ||      ତୃତୀୟ ଦିନରେ ମଦଭାଟିରେ ଆୟକର ଚଢାଉ... ୧୫୬ ବସ୍ତା ନୋଟରୁ ଗଣାଯାଇଛି ୬ଟି, ୭ମେସିନରେ ଚାଲିଛି ଗଣତି   (08-Dec-2023)       ||      ବଲାଙ୍ଗିର : ୧୦ ରୁ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟ     (08-Dec-2023)       ||      ପାଟଣାଗଡରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର। ବିଧାୟକ ଙ୍କ ଦ୍ଵାରା ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ।   (08-Dec-2023)       ||      ମଦବ୍ୟବସାୟୀଙ୍କ ଘରେ ଆୟକର ଚଢାଉ... ସୁଦପଡା ଭାଟିରୁ ପ୍ରାୟ ୨୦୦କୋଟି ଓ ଟିଟିଲାଗଡରୁ ୨୦କୋଟି ଟଙ୍କା ଜବତ   (08-Dec-2023)       ||      ବିଳାସପୁର-କିରକିଚିପାଲି ରାସ୍ତା ପାଲଟିଛି ମରଣଯନ୍ତା, ମାସେ ମଧ୍ୟରେ ରାସ୍ତା ନହେଲେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବେ ଗ୍ରାମବାସୀ    (08-Dec-2023)       ||     

HOME   ଦେଶ ବିଦେଶ

ଭାରତର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି : ଉତ୍କଳ ଭାରତୀ ତରଫରୁ ଦିଲ୍ଲୀରେ ସ୍ମୃତି ସଭା

15-Nov-2023



ନୂଆଦିଲ୍ଲୀ(ପ୍ରେରଣା ଖବର ): ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହୀଦ ବାଜି ରାଉତଙ୍କ ପ୍ରତି ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଉପଲକ୍ଷେ ଶ୍ରୀ ନୀଳାଚଳ ସେବାସଂଘର ସହଯୋଗ ରେ ମାସିକ ଇଂରାଜୀ ପତ୍ରିକା ଉତ୍କଳ ଭାରତୀ ତରଫରୁ ଆୟୋଜିତ ଏକ ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଥିବାର ଦେଖାଯାଇଥିଲା। ବାର ବର୍ଷର ବାଳୁତ ବାଜି ରାଉତଙ୍କୁ ଫିରଙ୍ଗୀ ଗୁଳି ଦ୍ଵାରା ମର୍ମନ୍ତୁଦ ହତ୍ୟାର ଲୋମହର୍ଷଣକାରୀ ଉପାଖ୍ୟାନକୁ ସ୍ମରଣ କରି ବରେଣ୍ୟ ବକ୍ତା ମାନେ ତାଙ୍କର ଶ୍ରେଷ୍ଠ ତ୍ୟାଗ, ଦୁର୍ଦ୍ଧଷ ବୀରତ୍ବ ଏବଂ ଅନନ୍ୟ ଦେଶପ୍ରେମର ଗୁଣଗାନ କରିଥିଲେ। ଆଜିର ଯୁବସମାଜ ସ୍ବର୍ଗତଃ ବାଜି ଙ୍କର ଆଦର୍ଶ ଜୀବନ ଦର୍ଶନରୁ ପ୍ରେରଣା ଲାଭ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ହାଉଜଖାସସ୍ଥିତ ଜଗନ୍ନାଥ

ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ମୁଖ୍ୟ ଆୟୋଜକ ଏବଂ କାର୍ଯ୍ୟକ୍ରମର ଆବାହକ ଉତ୍କଳ ଭାରତୀର ସମ୍ପାଦକ ଡଃ ନିର୍ମଳ ପଟ୍ଟନାୟକ, ଜାତୀୟ ସ୍ତରରେ ବାଜି ରାଉତ ଙ୍କର ଏକ ଭବ୍ୟ ସ୍ମୃତିପୀଠ ନିର୍ମାଣ କରାଯିବା ଉଦ୍ଦେଶ୍ୟରେ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରିକ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସମାଜସେବା ସକାଶେ ନୂଆଦିଲ୍ଲୀର ପୂର୍ବତନ ମୁଖ୍ୟ ଅଗ୍ନିଶମ ଅଧୀକାରୀ ଡଃ ଧରମ ପାଲ ଭରଦ୍ୱାଜ ଏବଂ ଦିଲ୍ଲୀ ପୁଲିସର ଏ. ସି. ପି ଦୀନେଶ କୁମାର ଙ୍କୁ ୨୦୨୩ ମସିହା ପାଇଁ ବୀର ବାଜି ରାଉତ ସମ୍ମାନ ପ୍ରଦାନ କରାଯାଇଥିଲା। ଉଭୟ ଡଃ ଭରଦ୍ୱାଜ ଓ ଶ୍ରୀ କୁମାର ସମ୍ମାନ ସ୍ୱୀକାର କରି ସେମାନଙ୍କର ପେଷାଗତ ଉତ୍ତରଦାୟିତ୍ୱ କୁ ନିର୍ବାହ କରିବା କାଳରେ ନିଜର ଜୀବନକୁ ବାଜି ଲଗାଇ ଥିବାର ଭୟଙ୍କର ଅନୁଭୂତି ଗୁଡ଼ିକୁ ବର୍ଣ୍ଣନା କରିଥିଲେ। ଦେଶ ଗଠନ ଓ ସମାଜ ର କଲ୍ୟାଣ ପାଇଁ ଉପସ୍ଥିତ ଜନସାଧାରଣ ଯତ୍ କିଞ୍ଚିତ ସମ୍ଭବ ରାଶି ପ୍ରତ୍ୟହ ଦାନ କରିବାକୁ ସେମାନେ ନିବେଦନ କରିଥିଲେ। ବାଜି ରାଉତଙ୍କୁ ଜାତୀୟ ଗୌରବ ଆଖ୍ୟା ଦେଇ ଏନ.ସି.ଇ.ଆର.ଟି ର ସଂଯୁକ୍ତ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ବର୍ତ୍ତମାନ ପିଢ଼ୀ ତାଙ୍କର ଦୃଢ଼ ଦେଶାତ୍ମବୋଧ ଆଭିମୁଖ୍ୟ ଏବଂ ମାତୃଭୂମି ପ୍ରତି ପ୍ରଗାଢ଼ ମମତା ଦ୍ଵାରା ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଦିଲ୍ଲୀ କମ୍ପ୍ୟୁଟର ବେପାରୀ ସଂଘର ସଭାପତି ମହିନ୍ଦର ଅଗ୍ରୱାଲ, ସମାଜର ମଙ୍ଗଳ ପାଇଁ ସକରାତ୍ମକ ଯୋଗଦାନ ପ୍ରଦାନ କରାଯିବା, ବାଜି ରାଉତଙ୍କ ପ୍ରତି ସଚ୍ଚା ଶ୍ରଦ୍ଧାଞ୍ଜଳି ହେବ ବୋଲି ଦର୍ଶାଇଥିଲେ। କଳିଙ୍ଗ ଶିକ୍ଷା ସମାଜର କୋଷାଧ୍ୟକ୍ଷ ଗଦାଧର ପ୍ରଧାନ ରାଜଧାନୀ ଦିଲ୍ଲୀ ର କୌଣସି ଏକ ରାସ୍ତା କିମ୍ବା ଅଟ୍ଟାଳିକାକୁ ବାଜି ରାଉତଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ଆଗତ କରିଥିଲେ।ସ୍ବର୍ଗତଃ ବାଜି ରାଉତ ଙ୍କ ଦ୍ଵାରା ଅନୁସୃତ ନୀତିର ଆଜିବି ପ୍ରାସଙ୍ଗିକତା ରହିଥିବା ଏସିଆ ପ୍ରାସିଫିକ ୟୁନିଭର୍ସ ର ମିସେସ କୁଇନ୍ ଉପାଧୀ ବିଜେତା ସୁରଂଜିତା ରଣା, ଲକ୍ଷ୍ନୌ ସ୍ଥିତ ଆଇ.ଆଇ.ଏମ ର ପ୍ରଫେସର ସତ୍ୟଭୂଷଣ ଦାଶ ଏବଂ ବିଜୟନୀ ପ୍ରତିଷ୍ଠାନର ପ୍ରତିଷ୍ଠାତ୍ରୀ ରୀତା ପାତ୍ର, ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥିଲେ। ବୈଠକରେ ଅର୍ଚ୍ଚନା ପରିଡ଼ା ଓ ଡଃ ଡ଼ିମ୍ପଲ ଗୋଏଲ କବିତା ଆବୃତ୍ତି କରି ବାଜିଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପ୍ରସିଦ୍ଧ ପରିବେଶବିତ୍ ପ୍ରବୋଧ ଚନ୍ଦେଲଙ୍କ ଦ୍ଵାରା ପ୍ରତିଷ୍ଠିତ ବୃକ୍ଷ ପଂଚାୟତ ର ସ୍ମରଣିକାକୁ ଅତିଥୀମାନେ ଉନ୍ମୋଚନ କରିଥିଲେ। ଉତ୍କଳ ଭାରତୀ ର କଳା ସମ୍ପାଦିକା ଅଳ୍ପନା ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଞ୍ଚାଳନା କରିଥିଲେ। ସାତ ବର୍ଷର ଛାତ୍ରୀ ମିମାଂଶା ପଟ୍ଟନାୟକ ଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଅଧିବେଶନ ର ଶୁଭାରମ୍ଭ ହୋଇଥିଲା।

ସମଗ୍ର ଆୟୋଜନ କୁ ସଫଳତା ସହିତ ପରିଚାଳନା କରିବାରେ ଡଃ ନିର୍ମଳ ପଟ୍ଟନାୟକ ଙ୍କୁ ଉତ୍ତମ କୁମାର ଦେଓ ଏବଂ ମଧୁସ୍ମିତା ପଟ୍ଟନାୟକ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ବିନାୟକ ଦାସ, ଦେବରାଜ ମହାନ୍ତି, ସଂଜୀବ ମହାନ୍ତି, ସଞ୍ଜୟ ଅଗ୍ରୱାଲ, ଡଃ ବିଷ୍ଣୁ ଶତପଥି, ଡଃ ପ୍ରଦ୍ୟୁମ୍ନ ସେଠି, ଡଃ ନମିତା ମିଶ୍ର, ଡଃ ନମିତା ସ୍ୱାଇଁ, ଡଃ କ୍ରୀଷ୍ଣା ଦତ୍ତ, ଡଃ ସର୍ବେଶ୍ୱର ପ୍ରଧାନ, ଡଃ ଗତିକୃଷ୍ଣ ମହନ୍ତ, ଡଃ ପ୍ରିୟମ୍ବଦା ପତ୍ରୀ , ଡଃ ସ୍ଵାଗତ ରାଉତ, ଡଃ ବସନ୍ତ ଦାସ, ଡଃ ସରୋଜିନୀ ଏକ୍କା, ଡଃ ନରେଶ ମଲ୍ଲିକ, ଡଃ ଆନ୍ନି ରାୟ, ଡଃ ଗିରିଧାରୀ ପାଲ,ଡଃ ଦୀପକ ଲାଲ କୁଜୁର ଓ ଡଃ ପୁନମ ଚନ୍ଦ୍ରା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ବ୍ଲକରେ ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ   09-Dec-2023
  ଜିଲ୍ଲା  
ଡାବୁଗାଁ ରେ ଭୀମଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଭାନପୁର ରେ ଏଚ୍.ଡି.ଏଫ୍. ସି ବ୍ୟାଙ୍କ୍ ର ୠଣ ମେଳା ଅନୁଷ୍ଠିତ   09-Dec-2023
  ଜିଲ୍ଲା  
ଯୁବକଙ୍କ ସଂଗଠନ ବିରୋଧୀ ମନ୍ତବ୍ୟ: ମାହେଶ୍ୱରୀ ସଂଗଠନ ତରଫରୁ ଥାନାରେ ଅଭିଯୋଗ   08-Dec-2023
  ଜିଲ୍ଲା  
ତୁରେକେଲା ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା (ନୂଆଁ ଓ) ଆନୁକୁଲ୍ୟରେ ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବୌଦ୍ଧ ଆଦର୍ଶ ଡ଼ିଗ୍ରୀ ମହାବିଦ୍ୟାଳୟରେ ନୁଆଁ -ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ତରଫରୁ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ   08-Dec-2023
  ଜିଲ୍ଲା  
୨୪ ପ୍ରହରୀ ନାମଯଜ୍ଞ ରେ ଯୋଗଦେଲେ ବିଧାୟକ   08-Dec-2023
  ଜିଲ୍ଲା  
ଲୋଇସିଂହା ମହାବିଦ୍ୟାଳୟ ରେ ନୂଆ-ଓ କାର୍ଯ୍ୟକ୍ରମ ତରଫରୁ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ   08-Dec-2023
  ରାଜ୍ୟ  
 ଦେଇଥିଲେ ମନ୍ତ୍ରୀ,  ଖାଇଦେଲେ ଯନ୍ତ୍ରୀ:   ଲରିଆବାହାଲ ସେମେଲ ବନ୍ଧ ମାଟି କାମରେ ମହାଦୁର୍ନୀତି ଅଭିଯୋଗ   08-Dec-2023
  ଜିଲ୍ଲା  
ସତ୍ୟବାଦୀ କଲେଜରେ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ   08-Dec-2023
  ଜିଲ୍ଲା  
ନାକ୍ଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ   08-Dec-2023
  ଜିଲ୍ଲା  
ବାଟଗାଁର ଯୁବକକୁ ଗାଡି ଚଢାଇ ହତ୍ୟା ଅଭିଯୋଗରେ ସାହେବୀ ସରପଞ୍ଚଙ୍କ ସମେତ ୩ ଗିରଫ , କୋର୍ଟ ଚାଲାଣ   08-Dec-2023

You Might Also Like