-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଓସାକା ହାଇଦ୍ରାବାଦ୍‌ର ପାରମ୍ପାରିକ ଶୈଳୀରେ ନୂଆଁଖାଇ ଭେଟ୍‌ଘାଟ୍ ଆୟୋଜିତ

10-Oct-2023



ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ଧୂମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ ହୋଇଯାଇଛି । ବଂଜାରା ହିଲ୍‌ସ ସ୍ଥିତ କୁମ୍‌ରାମ ଭୀମୁ ଭବନଠାରେ ଆଠ ଅକ୍ଟୋବର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାର ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ମଧ୍ୟ ସହଯୋଗ କରାଯାଇଥିଲା । ପଶ୍ଚିମ ଓଡିଶାର ଆଦିବାସୀ ସଂସ୍କୃତିର ଝଲକ ସହ ଧର୍‌ତୀ ମାତା ପୂଜା ପାଇଁ ମହିଳା ମାନଙ୍କ ଶୋଭାଯାତ୍ରା ବେଳେ ବିଶେଷ ଆକର୍ଷଣୀୟ ଥିଲା ପ୍ରଥମ ଥର ପାଇଁ “ଛତର୍‌” ପ୍ରଦର୍ଶନ । ମାଁ ସମଲେଇ, ପାଟଣେଶ୍ୱରୀ, ମାଣିକେଶ୍ୱରୀ, ସୁରେଶ୍ୱରୀଙ୍କ ସମେତ ଇଷ୍ଟଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସମସ୍ତେ ତଳେ ବସି ପ୍ରାକୃତିକ ପତ୍ର ଖଲିରେ ନୂଆଁଖାଇ ଚୁରାକୁଣାଁ ପ୍ରସାଦ ସେବନ ଲୋକଙ୍କ ଭିତରେ ଏକ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ସମାନତାର ଭାବ ଭରିଦେଇଥିଲା । ଓସାକାର ସଭାପତି ରାମକୃଷ୍ଣ ବାରିକଙ୍କ ପ୍ରାରମ୍ଭିକ ନୂଆଁଖାଇ ବାର୍ତା ପରେ ପରେ ଆଦିବାସୀ ଲୋକନୃତ୍ୟ ଘୁଡ୍‌କା, ଢାପ୍‌, ଡାଲ୍‌ଖାଇ ଆଦି ପରିବେଷଣ କରିଥିଲେ ଜାତୀୟ ସ୍ତରରେ ପୁରଷ୍କୃତ ବଲାଙ୍ଗୀର ର ଦୁଲ୍‌ଦୁଲି କଳାପରିଷଦ । ବରିଷ୍ଠ କଳାକାର ନବୀନ କୁଅଁରଙ୍କ କଣ୍ଠରେ ପୁରୁଣା ସମ୍ବଲପୁରୀ ଗୀତ ଲୋକଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା । ସମ୍ବଲପୁରରୁ ଆସିଥିବା ଯୁବକଳାକାର ପଦ୍ମଶ୍ରୀ ଖଟେଇ, ପୁଷ୍ପରାଜ ସୁନା ଏବଂ ଚେତନାମୟୀ

ବେହେରାଙ୍କ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ । ଏହି ଅବସରରେ ଓସାକାର ସ୍ମରଣୀକା “ମାଟିର ମହକ୍‌” ମଧ୍ୟ ଉନ୍ମୋଚିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ ବହୁମୁଖୀ ପ୍ରତିଭା ଅର୍ଜୁନ ସାହୁ ଏବଂ ଉଦୀୟମାନ କଳାକାର ମାନସୀ ସାହୁ । କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ଆଧାରିତ କୁଇଜ ପ୍ରତିଯୋଗିତା ସହ ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପାଇଁ ଷ୍ଟଲ ମଧ୍ୟ ଲାଗିଥିଲା । ଶିଶୁ ମାନଙ୍କୁ ଉତ୍ସାହିତ ପାଇଁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରାଯାଇଥିଲା ।

ବରଗଡରୁ ଆସିଥିବା ଖାଦ୍ୟ ପ୍ରସ୍ତୁତି ଦଳ ଜୀବର୍ଦ୍ଧନ ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରସ୍ତୁତ ପଶ୍ଚିମ ଓଡିଶାର ପାରମ୍ପାରିକ ଖାଦ୍ୟ ବେଶ୍ ପ୍ରଶଂସନୀୟ ହୋଇଥିଲା । ସମସ୍ତ କଳାକାର ଓ ସହଯୋଗୀଙ୍କୁ ଓସାକା ତରଫରୁ ସମ୍ବଦ୍ଧିତ କରାଯାଇଥିଲା । ଉଦ୍‌ଯାପନୀ ସମୟରେ ହୋଇଥିବା ସମ୍ବଲପୁରୀ ଗୀତର ନନ୍‌ଷ୍ଟଫ୍ ଧମାକାରେ ସମସ୍ତ ଦର୍ଶକଙ୍କ ନୃତ୍ୟ ଏକ ରେକର୍ଡ ସୃଷ୍ଟି କରିଥିଲା । ସକାଳ ଦଶଟାରୁ ସନ୍ଧ୍ୟା  ଛଅଟା ପର୍ଯ୍ୟନ୍ତ  ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ସାତ ଶହ ପରିବାର ଯୋଗ ଦେଇଥିଲେ । ଶେଷରେ ଓସାକାର ଉପ ସଭାପତି ଶଙ୍କର୍ଷଣ ସାହୁ  ଏବଂ ସାଧାରଣ ସଂପାଦକ ଦେବେନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026

You Might Also Like