-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଅଜାତି ଭୟରେ ଦୁଇ ପୁଅ ଛୁଇଁଲେ ନାହିଁ ବାପାଙ୍କ ଶବ,ପୋଲିସ ଉପସ୍ଥିତିରେ ସ୍ଵେଚ୍ଛାସେବୀ କଲେ ଶବ ସତ୍କାର

19-Sep-2023



 ବିନିକା(ହିମାଂଶୁ ଶେଖର ପୁଟେଲ): ଦୁଇ,ଦୁଇଟି ପୁଅ ଥିଲେ ମଧ୍ୟ ଅଜାତି ହେବା ଭୟରେ ମୃତ ବାପାଙ୍କ ଶବ ସତ୍କାର ତ ଦୂରର କଥା ଛୁଇଁଲେ ବି ନାହିଁ ।ଶେଷରେ ପୋଲିସ ଉପସ୍ଥିତିରେ ସ୍ଵେଚ୍ଛାସେବୀ ଓ ଗାଁ ର କେତେକ ଭଦ୍ର ଲୋକଙ୍କ ସହାୟତାରେ ଶବ ସତ୍କାର କରାଗଲା ।ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମରେ ।ପ୍ରକାଶ ଯୋଗ୍ୟ ଯେ ବୌଦ୍ଧ ଜିଲ୍ଲା ବଡ଼ ଡୁଙ୍ଗୁରିପାଲି ନିବାସୀ ବିରମଣୀ ଦେହେରୀ ଦୀର୍ଘ ବର୍ଷ ହେଲା ବିନିକା ବ୍ଲକ ଜାମପାଲି ଗ୍ରାମକୁ ଚାଲିଆସି ଗ୍ରାମର ଜଣେ ଭଦ୍ର ବ୍ୟକ୍ତିଙ୍କ ଗୁହାଳ ଘରେ ଆଶ୍ରୟ ନେଇ ଦିନ ମଜୁରିଆ ଭାବରେ କାମ କରି ପେଟ ପୋଷୁଥିଲେ ।ବାୟସସାଧ୍ୟ ଯୋଗୁଁ ସ୍ବାସ୍ଥ୍ୟ ଅସୁସ୍ଥ ହେବାରୁ କାମ କରି ନପାରି ଅଭାବ ଅନାଟନରେ ଜୀବନ ବିତାଉଥିଲେ ।ମଝିରେ ମଝିରେ ଦୁଇ ପୁଅ,ବୋହୂ,ଝିଅ ଆସି ବାପାଙ୍କ ଘରେ କିଛିଦିନ ରହି ଚାଲି ଯାଉଥିଲେ ।ହେଲେ ଅସୁସ୍ଥ ବିରମଣୀଙ୍କ ଗତକାଲି ସୋମବାର ପରଲୋକ ଘଟିଥିଲା।ଗ୍ରାମବାସୀ ପୁଅ ଝିଅଙ୍କୁ ଖବର ଦେବାପରେ ତ୍ୱରିତ ପୁଅ ଲିଙ୍ଗରାଜ ଦେହେରୀ ଓ ତାଙ୍କ ପରିବାର ବାପାଙ୍କ ଶବ ପାଖରେ   ପହଞ୍ଚିଥିଲେ ।କିନ୍ତୁ ତାଙ୍କ ବାପା ବିରମଣୀ ଅନ୍ୟ ଜାତିରେ ବିବାହ ହୋଇଥିବାରୁ ସମାଜ ବାସନ୍ଦ ଭୟରେ ଦୀର୍ଘ ବର୍ଷ ହେଲା ନିଜ ଗ୍ରାମରୁ ଚାଲି ଆସି ଏଠାରେ ରହୁଥିଲେ ।ଫଳରେ ଜାତିୟାଣ ଭୟରେ ଉପସ୍ଥିତ ପୁଅ,ବୋହୂ ବାପାଙ୍କ ଶବ ପାଖକୁ ଗଲେ ନାହିଁ କି ଛୁଇଁଲେ ନାହିଁ।ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଓ ଡୁମାଳ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମସ୍ୟାର ସମାଧାନ ଖୋଜିଥିଲେ ହେଁ ସମାଧାନ ବାହାରି ନଥିଲା ।ପରେ ପୁଅ,ବୋହୂ ନିଜ ଗାଡ଼ିରେ  ଫେରି ଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇ ସମାଧାନ ନହେବା ଯାଏ ବାପାଙ୍କ ଶବ ପଡିଥିବା ସ୍ଥାନରୁ ଯାଇ ପାରିବ ନାହିଁ ବୋଲି କହିଥିଲେ । ଯାହା ଫଳରେ ଦୀର୍ଘ ୫ଘଣ୍ଟା ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା ।ଖବର ପାଇ ବିନିକାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦରସ ର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଥିଲେ ।ପୋଲିସ ମଧ୍ୟ ଖବର ପାଇ ପହଞ୍ଚିଥିଲା ।ମୃତକଙ୍କ ପତ୍ନୀଙ୍କ ସହମତି କ୍ରମେ ପୋଲିସ ଉପସ୍ଥିତିରେ ନିକଟସ୍ଥ ଶ୍ଵସାନ ଘାଟରେ ଶବଦାହ କରାଯାଇଥିଲା।ସ୍ଵେଚ୍ଛାସେବୀ ପ୍ରଦୀପ ମେହେର,ଶେଖର ଶର୍ମା,ସୃଜନ ପଣ୍ଡା,ଜନାର୍ଦ୍ଦନ ଖମାରୀ,ଦେବଦତ୍ତ ପଣ୍ଡା,ହରିଶଙ୍କର ଭୋଇ,ପ୍ରମୁଖଙ୍କ ସହ ଗ୍ରାମର କିଛି ବ୍ୟକ୍ତି ଶବଦାହ ସତ୍କାରରେ ସାମିଲ ହୋଇଥିଲେ । ଏଭଳି ମହତ କାର୍ଯ୍ୟ ସମ୍ପାଦନା କରିଥିବା ସ୍ଵେଚ୍ଛାସେବୀ ମାନଙ୍କୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।ତେବେ ଏଭଳି ଏକ ଶୀର୍ଷ କାତର ପରିସ୍ଥିତି ସମୟରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କରୁଥିବା  ଡୁମାଳ ସମାଜ ଦାୟୀ ନା ମୃତ ବିରମଣୀଙ୍କ ପୁଅ ଦାୟୀ ସେନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ପର୍ଯ୍ୟଲୋଚନା ଚାଲିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like