-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||     

HOME   ଜିଲ୍ଲା

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

08-Jul-2023



କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ,ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ, ନର୍ଲା

ବିଧାୟକ ପ୍ରତିନିଧି ସୁଧିର ମହାନ୍ତି,ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ ।ଏହା ସହିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ସମସ୍ତ ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ, ଜୁନାଗଡ, କେସିଙ୍ଗା,ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ କଳାହାଣ୍ଡି "ଦିଶା" ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଏବଂ ସଭା ଅଧ୍ୟକ୍ଷ ଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍ ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତା ର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ପାଠ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ।ଅତିରିକ୍ତ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦର୍ୱାନ୍ ଏଯେଣ୍ଡା ଅନୁଯାୟୀ ଅନୁପାଳନ ବିବରଣୀ ପାଠ କରିଥିଲେ।ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା,ଦିନ

ଦୟାଲ ଅନ୍ତୋଦୟ ଯୋଜନା,ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ ଏସ୍ ଏ ପି,ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ ଓ ସହର),ଜାତୀୟ ପାନୀୟ ଜଳ ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା,ସ୍ୱଚ୍ଛ ଭାରତ ମିଶନ, ଦିନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ଆଇ ସି ଡ଼ି ଏସ୍, ମଧ୍ୟାହ୍ନ ଭୋଜନ,ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା,କୃଷି ସ୍ବାସ୍ଥ୍ୟ କାର୍ଡ,କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ , ରେଲୱେ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍ ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍ ର ଅଗ୍ରଗତି,ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ। ବିଧାୟକ ଜୁନାଗଡ ଶ୍ରୀ ମିଶ୍ର ଜିଲ୍ଲାରେ ଏହି ଯୋଜନା ର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ସମ୍ୟନ୍ନୟ ରଖିବାକୁ କହିଥିଲେ । ଜିଲ୍ଲାରେ ମନରେଗା ଯୋଜନାରେ ୧୩ ଟି ବ୍ଲକରେ ୨୦୨୨-୨୩ ରେ ୩୩୮୧ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୬୩୮୦୧ ପରିବାର ତଥା ୨୭୪୧୯୧ ଜଣ ହିତାଧକାରୀ ଲାଭ ପାଇଛନ୍ତି।୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟ ରୁ ଏପର୍ଯ୍ୟନ୍ତ ୧୨ ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି ଏବଂ ୩୫୦୨ ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ ଟି ର କାର୍ଯ୍ୟ ଆରମ୍ଭ ହୋଇଛି।ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗିକରଣ ରେ ୧୪୫୩ ଟି ଅନୁମୋଦିତ ହୋଇ ୧୫୬ ଟି ଶେଷ ହୋଇଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ସହର) ଯୋଜନା ରେ ୮.୬.୨୦୨୩ ସୁଦ୍ଧା ସଂଶୋଧିତ ୪୪୨୮ ଅନୁମୋଦିତ ଗୃହରୁ ୩୨୫୦ଜଣ ଙ୍କୁ ଘର ଯୋଗାଇ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଯୋଜନା ୨୦୧୬ ରୁ ୨୦୨୧ ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ ୧୦୧୯୭୧ ରୁ ୯୨୧୧୫ ଗୃହ ନିର୍ମାଣ ହୋଇ ୯୦.୩୩ ପ୍ରତିଶତ ପୂରଣ ହୋଇଛି ଓ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ରେ ୮.୬.୨୦୨୩ ସୁଦ୍ଧା ୫୮୫୦ ଲକ୍ଷ୍ୟ ଧାର୍ଯ୍ୟରୁ ୫୩୨୩ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଦ୍ଵାରା ୨୦୨୨-୨୩ ସୁଦ୍ଧା ଜଳ ଜୀବନ ମିଶନ ରେ ୧୨୮ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୭୮୫୨୪ ଏବଂ ବସୁଧା ରେ ୫୪ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୫୧୨୭୮ ଜଣ ପାନୀୟ ଜଳ ଯୋଗାଣ ରେ ସହଯୋଗ ପାଇଛନ୍ତି।୨୦୨୨-୨୩ ସୁଦ୍ଧା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇ ୩୨୦୭୩ ବଣ୍ଟନ କରାଯାଇଛି ।ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ୧୩ ଟି ବ୍ଲକର ୨୧୬୬ ଟି ସ୍କୁଲ ର ୧୮୬୭୪୬ ଜଣ ଛାତ୍ର ଛାତ୍ରୀ ଅନ୍ତର୍ଭୁକ୍ତ ହୋଇ ଲାଭ ପାଉଛନ୍ତି। ସେଥିମଧ୍ୟରୁ ୨୦୨୧ ଟି ରନ୍ଧନ ଶାଳ ସ୍କୁଲ କମିଟି ଏବଂ ୧୪୫ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି। ସାଂସଦ ଶ୍ରୀ ପଣ୍ଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଗତ ୨୦୧୪ -୧୫ ରୁ ୨୦୨୨ - ୨୩ ପର୍ଯ୍ୟନ୍ତ କେତେ ଅନୁଦାନ ଅର୍ଥ , କାର୍ଯ୍ୟ ନିର୍ବାହ, ଲକ୍ଷ୍ୟ ପୁରଣ ଉପରେ ସବିଶେଷ ସମୀକ୍ଷା କରିଥିଲେ। ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ କଳାହାଣ୍ଡି ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା ଏବଂ ଉତ୍କଳ ଆଲୁମିନା ପକ୍ଷରୁ କାହିଁକି ଏ ପର୍ଯ୍ୟନ୍ତ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ଙ୍କୁ ନିଯୁକ୍ତି ନ ଦେଇ ଜିଲ୍ଲାର ଖଣି ଉତ୍ତୋଳନ କରିଚାଲିଛି ଏହି ବିଷୟ ନେଇ ସାଂସଦ ଏବଂ ଜୁନାଗଡ଼ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ବୋଲି କହିଥିଲେ।ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର କଳାହାଣ୍ଡି ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସହ ରାଜ୍ୟର ଅନୁଦାନ ଅର୍ଥ ର ସଠିକ୍ ବିନିଯୋଗ ,ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା କୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନା ର ହିତାଧିକାରୀ ନିଶ୍ଚୟ ପାଇପାରିବେ ବୋଲି କହିଥିଲେ।ସାଂସଦ ତଥା ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ , ଆର୍ ଏମ ସି କାର୍ଯ୍ୟଳୟ ଦେଇ ତାରିଣୀ ମନ୍ଦିର ରାସ୍ତା କୁ ଠିକ୍ କରିବା ପାଇଁ ଆର୍ ଡି ନିର୍ବାହୀ ଯନ୍ତ୍ରୀ ଏବଂ ଭବାନୀପାଟଣା ପୌରପାଳିକା ଇ ଓ ଙ୍କୁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଉପସ୍ଥିତ ରେଲୱେ କତୃପକ୍ଷ ଙ୍କୁ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ମାନଙ୍କ ସୁବିଧା ପାଇଁ ବିଶାଖାପାଟଣା- ରାୟଗଡ଼ା ଟ୍ରେନ କୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ,ଭୁବନେଶ୍ୱର ରୁ ବଲାଙ୍ଗୀର ସିଟିଂ ବ୍ୟବସ୍ଥା ଟ୍ରେନ କୁ କେସିଙ୍ଗା ପର୍ଯ୍ୟନ୍ତ, ଏବଂ ସମତା ଏକ୍ସପ୍ରେସ କେସିଙ୍ଗା ରୁ ଗୋଟିଏ ଦିନ ଆହ୍ଲାବାଦ ଦେଇ ଦିଲ୍ଲୀ ଯିବାକୁ ପ୍ରସ୍ତାବ ଗ୍ରହଣ କରି ଚିଠି ଲେଖିବା କୁ କହିବା ସହ ରେଲୱେ ବୋର୍ଡ ରେ ଏହି ବିଷୟ କୁ ଗୁରୁତ୍ଵ ଦେବେ ବୋଲି କହିଥିଲେ।ବୈଠକରେ ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର , ଲାଞ୍ଜିଗଡ ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା,ଫସଲ ବୀମା,କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା,ବିଦ୍ୟୁତିକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026

You Might Also Like