-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||     

HOME   ଜିଲ୍ଲା

ନକଲି ସାର୍ଟିଫିକେଟ ମାମଲା.... ୪ଦିନ ହେଲା ଗୋଲଗୋଲ ଘୁରୁଛି କ୍ରାଇମବ୍ରାଞ୍ଚ,ତଦନ୍ତ ବିପଥଗାମୀ ହେଉଥିବା ସନ୍ଦେହ

05-Apr-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀରର ନକଲି ସାର୍ଟିଫିକେଟ କାରବାରର ଚେର ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ଲମ୍ବିଥିବା ସନ୍ଦେହ କରାଯାଉଛି । ଯେହେତୁ ଏକ ବଡ ର‌୍ୟାକେଟ ଦ୍ୱାରା ଏହା ପରିଚାଳିତ ହେଉଛି ଓ ଅନେକ ଚାକିରିରେ ଏହି ନକଲି ସାଟିଫିକେଟ ବ୍ୟବହାର ହୋଇସାରିଛି । ତେଣୁ କିଛି ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଇଛି । ସେଥିପାଇଁ ରାଜ୍ୟସରକାର ଏହି ମାମଲାର ତଦନ୍ତ ଜ଼ିଲ୍ଲା ପୋଲିସ ଠାରୁ ନେଇ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ ଆସି ମାମଲାକୁ ତଦନ୍ତ କରୁଛନ୍ତି । କିନ୍ତୁ ୫ଦିନ ପୂର୍ବରୁ ପୋଲିସ ଯେତେ ପର୍ଯ୍ୟନ୍ତ ତଦନ୍ତ କରିଥିଲା ଆଜି ମଧ୍ୟ ସେହି ଅବସ୍ଥାରେ ରହିଛି । ଗତ ୫ ଦିନ ହେଲା ପୋଲିସ କେବଳ ଫର୍ମାଲିଟି ମେନଟେନ କରି ପୋଲିସ ଯେତେ ପର୍ଯ୍ୟନ୍ତ ତଦନ୍ତ କରିଥିଲା ସେହି ଭିତରେ ହିଁ ଗୋଲ ଗୋଲ ଘୁରୁଛି । ସେହି ପୋଷ୍ଟଅଫିସ, ରିଲାଏନ୍ସ କୋଚିଂ ସେଣ୍ଟର, ଥାନା ଓ ଅଭିଯୁକ୍ତ ମନୋଜ, ଆଲୋକରେ ତଦନ୍ତକୁ ସୀମିତ  ରଖିଛି । କ୍ରାଇମବ୍ରାଞ୍ଚକୁ ମାମଲା ଯିବା ପୂର୍ବରୁ ପୋଲିସ ରାଜ୍ୟବାହାରକୁ ଯାଇ ନକଲି ସାର୍ଟିଫିକେଟର ଲିଙ୍କ ଖୋଜିବାର ବ୍ୟବସ୍ଥା କରିଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ସେଦିଗକୁ ଯୁବାକୁ ଚିନ୍ତା ମଧ୍ୟ କରିନାହିଁ । ଗତକାଲି ମନୋଜ ମିଶ୍ର, ଅଲୋକ ଉଦଗାତା, ତ୍ରୀବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରୁ ଅନୁମତି ପାଇଛି । ଆଜି ଅପରାହ୍ନ ୪ଟାରେ ଅଭିଯୁକ୍ତମାନଙ୍କୁ ଜେଲରୁ କ୍ରାଇମବ୍ରାଞ୍ଚ ଆଣିବ ବୋଲି କୁହାଯାଉଛି । ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିଲେ ହେଁ ବଲାଙ୍ଗୀର ଗଣମାଧ୍ୟମକୁ କିଛି ମଧ୍ୟ ସୂଚନା ଦିଆଯାଉ ନାହିଁ । ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତଦନ୍ତର ଗତିକୁ ନେଇ ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି । ଯେହେତୁ ଗତ ୪ଦିନ ହେଲା କେବଳ କିଛି ଅଂଶକୁ ନେଇ ତଦନ୍ତ କରୁଥିବା ଆଳରେ ଦିନ ଗଡାଇ ଚାଲିଛନ୍ତି । ଆଜି କ୍ରାଇମବ୍ରାଞ୍ଚ ଟିମ ଦିନ ୧୧ଟା ବେଳେ ବଲାଙ୍ଗୀର ମୁଖ୍ୟ ଡାକଘରକୁ ଯାଇ ଡାକ ଡିଭିଜନର ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ସହିତ ଜାଲ ନଥିପତ୍ର ଦେଇ କିଭଳି ଚାକିରି ହାତେଇଥାନ୍ତେ ସେ ବିଷୟରେ ଆଲୋଚନା କରିଥିଲେ । ଆଜି ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ସାରିଲା ପରେ ନକଲି ସାର୍ଟିଫିକେଟ କିଣିଥିବା ଯୁବକମାନଙ୍କ ସହିତ ମୁହାଁମୁହିଁ କରାଇ ତଦନ୍ତ କରିପାରନ୍ତି ବୋଲି କୁହାଯାଉଛି । ନକଲି ସାର୍ଟିଫିକେଟର କ୍ରେତା ଓ ବିକ୍ରେତା ଉଭୟ ମୁହାଁମୁହିଁ ହେଲେ ଅନେକ ରହସ୍ୟ ଫିଟିବ ବୋଲି କୁହାଯାଉଛି । 
   କ୍ରାଇମବ୍ରାଞ୍ଚ ବଲାଙ୍ଗୀର ଏସଡିଜେଏମ କୋର୍ଟରେ  ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହିତ ଆଉ ଦୁଇଜଣ ସାର୍ଟିଫିକେଟଧାରୀ ତ୍ରୀବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲେ । ଅଧିକ ତଦନ୍ତ ପାଇଁ ଏହି ଚାରିଜଣଙ୍କୁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲେ ହେଁ କୋର୍ଟ ମାତ୍ର ୩ଦିନିଆଁ ରିମାଣ୍ଡ ପାଇଁ ଅନୁମୋଦନ କରିଛନ୍ତି । ମାନ୍ୟବର କୋର୍ଟଙ୍କ ଅନୁମତି ପରେ ଆସନ୍ତାକାଲି ୪ଜଣଙ୍କୁ ରିମାଣ୍ଡରେ ଆଣି ତଦନ୍ତକୁ ବଢାଇବ । ଅଭିଯୁକ୍ତ ମନୋଜ ମିଶ୍ର, ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ଘରକୁ ମଧ୍ୟ ସର୍ଚ୍ଚ କରାଯାଇଛି । ଏମାନଙ୍କ କଳାକାରନାମା ତଥା ବେଆଇନ ଆର୍ଥିକ କାରବାରରେ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ କରାଯାଉଛି । ଏହା ସହିତ ଏମାନଙ୍କ ଘନିଷ୍ଠ କିଛି ପରିବାର ବର୍ଗଙ୍କୁ ତଦନ୍ତ ପାଇଁ ନୋଟିସ କରାଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରକାଶ୍ୟ ଯେ, ପୋଷ୍ଟାଲ ନିଯୁକ୍ତିରେ ଜାଲସାର୍ଟିଫିକେଟ ଦେଇ ୩୭ଜଣ ପ୍ରାର୍ଥୀ ଆବେଦନ କରିଥିବା ନେଇ ଗତ ମାର୍ଚ୍ଚ ୨୪ ତାରିଖରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ମାମଲା ନମ୍ବର ୧୪୧/୨୦୨୩ ଦଫା ୪୬୭/୪୬୮/୪୭୧/୩୪ ଆଇପିସି ଓ ମାର୍ଚ୍ଚ ୨୬ରେ ମାମଲା ନମ୍ବର-୧୪୩/୨୦୨୩ ଦଫା ୪୨୦/ ୪୬୫/ ୪୬୭/ ୪୬୮/ ୪୭୧/ ୩୪ ଆଇପିସିରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ତଦନ୍ତ କରିବାକୁ ରାଜ୍ୟସରକାର କ୍ରାଇମବ୍ରାଞ୍ଚକୁ ଦାୟୀତ୍ୱ ଦେଲେ । ଫଳରେ କ୍ରାଇମବ୍ରାଞ୍‌ଚ ଥାନା କେସ ନମ୍ବର-୫/୨୦୨୩ ଓ କେସ ନମ୍ବର-୬/୨୦୨୩ ରୁଜୁ କରି କ୍ରାଇମବ୍ରାଞ୍ଚ ଡିଏସପି ଦେବବ୍ରତ ଚକ୍ରଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି । ବଲାଙ୍ଗୀର ପୋଲିସ ଏହି ମାମଲାରେ ମୋଟ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଅଭିଯୁକ୍ତ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର କଳାଧନରେ ଅନେକଗୁଡିଏ ପ୍ଲଟ, ସୁନା ଇତ୍ୟାଦି କିଣିଥିବା ବିଷୟରେ ତଦନ୍ତକାରୀ ସଂସ୍ଥା ସୂଚନା ପାଇଛି । ସେହି ସବୁ ସମ୍ପତ୍ତି ଆଟାଚ କରାଯାଇପାରେ ବୋଲି ଆଲୋଚନା ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026
  ଜିଲ୍ଲା  
ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   31-Oct-2026

You Might Also Like