-+91-9937148622 |

prerana_bgr@rediffmail.com |

  Thursday 22nd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||      ବାଦପାଲି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ତୁରୁମ ଦଳ ଚାମ୍ପିୟନ ଫାଇନାଲରେ ପତିକାରପାଲି ଦଳକୁ ହରାଇ ହାସଲ କଲା ବିଜୟ   (19-Oct-2026)       ||      ସୁବର୍ଣ୍ଣପୁରରେ ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ, ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ   (19-Oct-2026)       ||     

HOME   ଜିଲ୍ଲା

ଚନ୍ଦନଭାଟିର  ୧୦୮ପ୍ରହରୀ ନାମଯଜ୍ଞ ଉଦଯାପିତ

10-Mar-2023



ବଲାଙ୍ଗୀର (ପ୍ରେରଣା ଖବର ): ଦୀର୍ଘ ୧୩ ଦିନ ଧରି ଚନ୍ଦନ ଭାଟିର ଶୁକତେଲ ନଦୀ କୂଳରେ ଚାଲିଥିବା ୧୦୮ପ୍ରହରୀ ନାମଯଜ୍ଞ ୮ତାରିଖ ବୁଧବାର ସକାଳ ୬.୦୦ ଘଣ୍ଟା ସମୟରେ ଉଦଯାପିତ ହୋଇ ଯାଇଛି l ଏହି ଧର୍ମଯଜ୍ଞରେ ସତ୍ୟ ନାରାୟଣ ମେହେର ସସ୍ତ୍ରୀକ ନିଷ୍ଠାର ସହିତ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ l ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟତଃ ୮୪ ଟି ସଂକୀର୍ତ୍ତନ ଦଳ ଏହି ଆଧ୍ୟାତ୍ମିକ ଯଜ୍ଞରେ ସାମିଲ ହୋଇଥିଲେ l ମୀନାଵଜାର ଏବଂ ଓଡିଶାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ସାଧୁସନ୍ଥ ତଥା

ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଅନ୍ୟତମ ଆକର୍ଷଣ ଥିଲା l ବଡ଼ ଉତ୍ସାହପ୍ରଦ ଥିଲା ଭକ୍ତଗଣଙ୍କ ପ୍ରସାଦ ସେବନ l ଶେଷ ଆଡକୁ ପ୍ରତିଦିନ ପ୍ରାୟତଃ ୨୦ ରୁ ୨୨ ହଜାର ଭକ୍ତ ଅନ୍ନ ପ୍ରସାଦ ସେବନ କରି ନିଜକୁ ଧନ୍ୟ ମଣିବା ଜଣା ଯାଇଛି l ଏହି ପବିତ୍ର ଯଜ୍ଞ ସକାଶେ ଚନ୍ଦନ ଭାଟି, ଜାମୁଟିଆ,ଫଟା ବାହାଲ, ଖଲିଆପାଲି, ବଘାପାଲି, ଛତାବାହାଲ, କୁଶମେଲ, ବଘଲା, ସାଲେପାଲି, ବାଦୀଘୋର, ସିନ୍ଦୁର ବାହାଲ, କଅଗାଁ, ମିର୍ଦ୍ଧାପାଲି, ଧାମଣାସର, ପିପିଲି, ବ୍ରାହ୍ମଣି ପାଲି, କଟାପାଲି ଇତ୍ୟାଦି ୪୨ ଟି ଗ୍ରାମର ଜନତାଙ୍କ ପ୍ରତ୍ୟକ୍ଷ ସହଯୋଗ ଥିଲା l ପ୍ରତିଦିନ ପାଲି କରି ଦୁଇ ତିନୋଟି ଗ୍ରାମରୁ ଶତାଧିକ ସ୍ବେଛାସେବୀ ଆସି ସେବା ଯୋଗାଉ ଥିଲେ l ଏହାର ସଫଳତା ସକାଶେ ଚନ୍ଦନ ଭାଟିର ପ୍ରତ୍ୟେକ ଗୃହ ତଥା ବଲାଙ୍ଗିର ଏପରିକି ଜିଲ୍ଲା ବାହାରୁ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉଭୟ ଆର୍ଥିକ ଓ ମାନସିକ ସହଯୋଗ ଥିଲା l ଶେଷ ପର୍ଯ୍ୟାୟରେ ତିନୋଟି ସଂକୀର୍ତ୍ତନ ଦଳକୁ ନେଇ ବୈଠକୀ ହେବା ସହିତ ବିରାଟ ଥାଟ ମେଳରେ ନଗର ପରିକ୍ରମା ଏବଂ ରଙ୍ଗ ଖେଳ ଅନୁଷ୍ଠିତ ହୋଇଥିଲା l

ନାମଯଜ୍ଞର ସଫଳ ପରିଚାଳନା କ୍ଷେତ୍ରରେ ମେଘନାଦ ମେହେର, ଲିଙ୍ଗରାଜ ମେହେର, ଭକ୍ତରାମ ମେହେର, ପ୍ରଭୁଦତ୍ତ ପ୍ରଧାନ, ମନୋରଞ୍ଜନ ମେହେର, କୃଷ୍ଣଚନ୍ଦ୍ର ମେହେର, ସଂକୀର୍ତ୍ତନ ମେହେର, ଅର୍ଜୁନ ମେହେର, ବିଜୟ ମେହେର, ଦୁର୍ବାଦଳ ମେହେର, ନରେନ୍ଦ୍ର ମେହେର ଇତ୍ୟାଦି ପ୍ରମୁଖ ବ୍ୟକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା l ଚନ୍ଦନଭାଟି ପ୍ରହରୀ କମିଟିର ସଭାପତି ବଲାଙ୍ଗିରିଆ ମେହେର ଏବଂ ଆଞ୍ଚଳିକ ସଭାପତି ତ୍ରିଲୋଚନ ମହାପାତ୍ରଙ୍କ ବଳିଷ୍ଠ ନେତୃତ୍ୱରେ ଏହା ଶୃଙ୍ଖଳାର ସହିତ ସମାପନ ହେଲା l ଏହି ପବିତ୍ର ନାମଯଜ୍ଞ ଅବସରରେ ସଭାପତି ଦ୍ବୟ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ନିଜ ବକ୍ତବ୍ୟରେ ବିଶ୍ୱର କଲ୍ୟାଣ କାମନା କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026
  ଜିଲ୍ଲା  
ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   20-Oct-2026
  ଜିଲ୍ଲା  
ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   20-Oct-2026

You Might Also Like