-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
26-Nov-2022
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା)ପ୍ରାଥମିକ ଶିକ୍ଷା କୁ ଗୁରୁତ୍ଵ ଦେଇ ବିଦ୍ୟାଳୟ ରେ ଶିକ୍ଷାଦାନ ପାଇଁ ସରକାର ଶିକ୍ଷକ ନିଯୁକ୍ତି କରୁଥିବାର ଡିଣ୍ଡିମ ପିଟୁ ଥିବାବେଳେ ସରକାରଙ୍କ ଘୋଷଣା ଏବେ ନାଲି ଫିତା ରେ ବନ୍ଧା ବୋଲି ସାଧାରଣରେ ହେଉଛି ଚର୍ଚ୍ଚା | ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆଗରେ ଧାରଣାରେ ବସି ଅସୁସ୍ଥ ହୋଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡ଼ିକାଲ ଯାଇଛନ୍ତି। ଗଣଶିକ୍ଷା ବିଭାଗ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି। ଶିକ୍ଷକ ଅଭାବ ପୂରଣ ପାଇଁ ଗ୍ରାମବାସୀ ଙ୍କ ସମେତ ବିଦ୍ୟାର୍ଥୀ ମାନେ ସ୍କୁଲ ଆଗରେ ଧାରଣା ଦେବା ଘଟଣା ଦେଖିବାକୁ ମିଳିଛି ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବାଣପୁର ୟୁ ଜି ଏମ ଇ ସ୍କୁଲରେ । ୧୦୦ ବର୍ଷ ର ଏହି ସ୍କୁଲ ଟି ରେ ୩୫୦ରୁ ଉର୍ଦ୍ଧ ପିଲା ପାଠ ପଢ଼ୁଥିବା ବେଳେ ମାତ୍ର ୭ଜଣ ଶିକ୍ଷକ ରହିଛନ୍ତି । ତେବେ କମ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ପାଠ ପଢ଼ାରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ କୁ ବହୁବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ ନ କରିବା ଯୋଗୁଁ ଗ୍ରାମବାସୀ ମାନେ ବାଧ୍ୟ ହୋଇ ସ୍କୁଲ ରେ ତାଲା ପକାଇ ଧାରଣା ଦେଇଥିବା କହିଛନ୍ତି । ଧାରଣାରତ ବିଦ୍ୟାର୍ଥୀ ଙ୍କ ମଧ୍ୟରୁ ୪ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଅସୁସ୍ଥ ହୋଇ ମେଡିକାଲ ରେ ଭର୍ତ୍ତି ହୋଇସାରିଲେଣି କିନ୍ତୁ ପ୍ରଶାସନ ଏଯାବତ୍ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛି ବୋଲି ଶିକ୍ଷାବିତ୍ ମାନେ ୫ଟି କୁ ନିନ୍ଦା କରିଥିଲେ | ଏହାପରେ ପ୍ରଶାସନ ଆଖିରୁ ଅନ୍ଧପୁଟୁଳି ଖୋଲି ଡେପୁଟେଶନ ରେ ଶିକ୍ଷକ ନିଯୁକ୍ତି ଘୋଷଣା ପରେ ଧାରଣା ପ୍ରତ୍ୟାହୃତ ହୋଇଛି |