-+91-9937148622 |
prerana_bgr@rediffmail.com |
Wednesday 9th July 2025 |
R.N.I. Regd No. ODIODI/2010/46693
Breaking News
26-Nov-2022
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛି ଶ୍ରଦ୍ଧାଞ୍ଜଳି । ସେହିପରି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ମଧ୍ୟ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଛି । ଶୁକ୍ରବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କରିଥିଲା । ଉଭୟ ଇଡି ଅଫିସରୁ ବାହାରିଥିଲେ କିନ୍ତୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଚନ୍ଦନ କେବଳ କହିଛନ୍ତି, ସେ ଯାହା କହିବା କଥା ଇଡି ଅଧିକାରୀକୁ କହିଛନ୍ତି । କଣ ତଦନ୍ତ ଅଧିକାରୀ ପଚାରିଛନ୍ତି ସେ ଭୁଲି ଯାଇଛନ୍ତି। ଯଦିଓ ତାଙ୍କ ପ୍ରତିକ୍ରିୟା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରତି ରୋକ୍ ଠୋକ୍ ଏବଂ ରାଗିଲା ପରି ରହିଥିଲା । ହେଲେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ ଶ୍ରଦ୍ଧାଞ୍ଜଳି ଇଡି ଅଧିକାରୀଙ୍କ ଆଗରେ ଅନେକ କିଛି କହି ଦେଇଛି। ଯାହା ଡ୍ରାଇଭର ଚନ୍ଦନ ଜାଣିନଥିଲା ବା ଜାଣି ଅଜଣା ହେଉଥିଲା । ଜେରା ସମୟରେ ଶ୍ରଦ୍ଧାଞ୍ଜଳି ଏପରି ଜାଲରେ ଫସିଯିବ ବୋଲି କେବେ ଜାଣିନଥିଲା ବୋଲି କହିଥିବା ସୂଚନା ରହିଛି। ଏବେ ଅପେକ୍ଷା ଇଡି ଅଫିସରେ ଆଉ କିଏ ହାଜର ହୋଇ ପକ୍ଷ ରଖୁଛନ୍ତି। ତେବେ ଉଭୟ ଚନ୍ଦନ ଏବଂ ଶ୍ରଦ୍ଧାଞ୍ଜଳି ପୂର୍ବରୁ ପରସ୍ପରକୁ ଜାଣିଥିଲେ ବୋଲି ସୂଚନା ରହିଛି।
ଅନ୍ୟପଟେ ଇଡି ଅର୍ଚ୍ଚନାକୁ ଜେରା କରିବା ପାଇଁ କୋର୍ଟରେ ପ୍ରଡକ୍ସନ ପିଟିସନ ଦାଖଲ କରିଥିଲା। ଏହାକୁ ଏବେ ଗ୍ରହଣ କରିଛନ୍ତ କୋର୍ଟ। ଆସନ୍ତା ୩୦ ତାରିଖରେ ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ହାଜର ହେବେ । ଏହାପରେ ଉଭୟଙ୍କୁ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିବ ଇଡି।
ଇତି ମଧ୍ୟରେ ଇଡି ଖଗେଶ୍ୱର-ଅକ୍ଷୟ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ଏକାଠି ବସାଇ ଜେରା କରିସାରିଛି। ସେହିପରି ଉଭୟଙ୍କୁ ଅଲଗା ଅଲଗା ମଧ୍ୟ ଜେରା କରିସାରିଛି। ଏବେ ଦୁଇ ସହଯୋଗୀ ଅର୍ଚ୍ଚନା ଏବଂ ଶ୍ରଦ୍ଧାଞ୍ଜଳି ବେହେରାକୁ ଜେରା କରି ଘଟଣାର ମୂଳ ଖିଅ ଖୋଜିବାକୁ ଇଡି ପ୍ରୟାସ କରିବ ବୋଲି ସୂଚନା ରହିଛି।
ପ୍ରଥମ ଦିନର ଜେରା ବେଳେ ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ବେହେରା ଇଡି ଆଗରେ ଅନେକ ଗୁମର ଫିଟାଇଥିବା ସୂଚନା ରହିଛି। କିଭଳି ହାଇପ୍ରୋଫାଇଲ ଲୋକଙ୍କୁ ହନିଟ୍ରାପ୍ କରିବା ପାଇଁ ବ୍ୟବହାର କରୁଥିଲେ ଅର୍ଚ୍ଚନା ଏବଂ କିଭଳି ଡିଲ୍ ଫିକ୍ସିଂ ହେଉଥିଲା ସେ ସମ୍ପର୍କରେ ଶ୍ରଦ୍ଧାଞ୍ଜଳି ଖୁଲାସା କରିଥିବା ଜଣାପଡ଼ିଛି।