-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

୨୬ରୁ ଭିଏସ୍‌ଏସ୍‌ରେ କୁଚବେ​ହାର ଟ୍ରଫି I

24-Nov-2022



ସମ୍ବଲପୁର: ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିଆଣା ମଧ୍ୟରେ ୧୯ ବର୍ଷରୁ କମ୍ କୁଚବେହାର ଟ୍ରଫି ମ୍ୟାଚ୍ ଖେଳାଯିବ I ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ବିହାର ବିପକ୍ଷରେ ପାଳି ଆଗୁଆ ହୋଇଥିଲାବେଳେ ଦ୍ବିତୀୟ ମ୍ୟାଚ୍‌ରେ ମଣିପୁର ବିପକ୍ଷରେ ପାଳି ବିଜୟ ଲାଭ କରିଥିଲା I କିନ୍ତୁ, ଗତ ସପ୍ତାହରେ ଅନୁଷ୍ଠିତ ନିଜ ତୃତୀୟ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶଠାରୁ ଗୋଟିଏ ପାଳି  ଓ ୬୪ ରନ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା I ତେଣୁ ପ୍ରତିଯୋଗିତାରେ ତିଷ୍ଟି ରହିବା ନିମନ୍ତେ ଘରୋଇ ଦଳ ପାଇଁ ସମ୍ବଲପୁର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ I ବୁଧବାର ରାତିରେ ଓଡ଼ିଶା ଦଳ ସମ୍ବଲପୁର ପହଞ୍ଚିଥିବାବେଳେ ଗୁରୁବାର ହରିଆଣା ଦଳ ଆସିବ।  ଓଡ଼ିଶା ଦଳ ହୋଟେଲ୍‌ ଗ୍ରାଣ୍ଡ ଶିବା ଓ ହରିଆଣା ଦଳ ହୋଟେଲ୍‌ ରିଜେଣ୍ଟା ଇନ୍‌ରେ ଅବସ୍ଥାନ କରିବେ I କରୋନା ପାଇଁ ୨ ବର୍ଷ ଧରି କୌଣସି ବଡ଼ ଖେଳ ହୋଇ ନଥିବା ସମ୍ବଲପୁରରେ ଏହି ମ୍ୟାଚ୍‌ ପାଇଁ ଉତ୍ସାହ ଦେଖାଦେଇଛି I ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି I ବୁଧବାର ସଂଧ୍ୟାରେ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ମ୍ୟାଚ୍ ସଂପର୍କରେ ସୂଚନା ଦେଇ ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ କହିଲେ,  ଝାରସୁଗୁଡ଼ାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଥର ସମ୍ବଲପୁରକୁ ରଣଜୀ ସମେତ ସବୁ ବୟସ ବର୍ଗର ମ୍ୟାଚ୍ ଦେବାକୁ ଆମେ ଓଡ଼ିଶା କ୍ରିକେଟ୍ ସଂଘକୁ ଅନୁରୋଧ କରିଥିଲୁ I ଆମ ଅନୁରୋଧ ରକ୍ଷା କରି ଓସିଏ ପ୍ରଥମେ ହରିଆଣା ବିପକ୍ଷ କୁଚବେହାର ଟ୍ରଫି ମ୍ୟାଚ୍ ଆୟୋଜନର ସୁଯୋଗ ଦେଇଛି। ମ୍ୟାଚ୍‌ ପାଇଁ ପିଚ୍‌, ପଡ଼ିଆ ଓ ପ୍ୟାଭିଲିୟନ୍‌ର ଆବଶ୍ୟକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି I ଏହି ମ୍ୟାଚ୍‌ ପାଇଁ ସମ୍ବଲପୁରର ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିନବ ନନ୍ଦ ପ୍ରଥମ ଥର ଓଡ଼ିଶା ଦଳରେ ସାମିଲ ହୋଇଥିବାବେଳେ ସମ୍ବଲପୁରର ବରିଷ୍ଠ ଖେଳାଳି ତଥା ଅମ୍ପାୟାର୍‌ ଅବିନାଶ ନନ୍ଦ ମ୍ୟାନେଜର୍‌ ଭାବେ ସୁଯୋଗ ପାଇଛନ୍ତି। ଝାରସୁଗୁଡ଼ାର ପୂର୍ବତନ ରଣଜୀ ତାରକା ଶୋଭନ ଦେବ ଓଡ଼ିଶା ଦଳର କୋଚ୍ ଅଛନ୍ତି। ପିଚ୍‌, ପଡ଼ିଆ ସହ ବର୍ତ୍ତମାନ ପାଗ ଭଲ ଥିବାରୁ ୪ ଦିନ ଧରି ଭଲ କ୍ରିକେଟ୍ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ I ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ସୁନୀଲ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା‌େ‌ବଳେ ଉପସଭାପତି ସାବିର ଅହମ୍ମଦ ଧନ୍ୟବାଦ ଦେଇଥିଲେ I ସାମ୍ବାଦିକ ସମ୍ମିଳନୀରେ କ୍ରିକେଟ୍ ସଂପାଦକ ଅବିନାଶ ନନ୍ଦ, ଦୌଡ଼କୁଦ ସଂପାଦକ ବିକାଶ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ମହାନ୍ତି, ଶାନ୍ତନୁ ନନ୍ଦ, ବିଭୂତି ମିଶ୍ର, ମହମ୍ମଦ ଇସାକ୍ ଏବଂ ପଦ୍ମନାଭ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବଲପୁରରୁ ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ 


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like