-+91-9937148622 |
prerana_bgr@rediffmail.com |
Saturday 9th December 2023 |
R.N.I. Regd No. ODIODI/2010/46693
Breaking News
21-Nov-2022
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର) - କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟି ତରଫରୁ କୋଶଳ କ୍ରାନ୍ତି ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ଶିକ୍ଷାବିତ୍ ବେଣୁଧର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ମହାପାତ୍ର ଜଣେ ନିଷ୍ଠାବାନ ତଥା ଆଦର୍ଶ ପରାୟଣ ବ୍ୟକ୍ତି ଥିଲେ ଏବଂ କୋଶଳ ମୁକ୍ତି ଆନ୍ଦୋଳନକୁ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମହାପାତ୍ର କୋଶଳ ରାଜ୍ୟ ସମନ୍ୱୟ ସମିତିର ଜଣେ ଆଗ ଧାଡିର ସଙ୍ଗଠକ ଥିଲେ ତଥା ବରଗଡ ଜିଲ୍ଲାର ଗାଁ କୁ ଗାଁ ବୁଲି ଦଶନ୍ଧି ଦଶନ୍ଧି ଧରି ସେ କୋଶଳ ସଙ୍ଗଠନ କରୁଥିଲେ । ଏଭଳିକି କୋଶଳ ଆନ୍ଦୋଳନକୁ ଅଧିକ ଜନପ୍ରିୟ କରିବା ପାଇଁ ଶ୍ରୀ ମହାପାତ୍ର କୋଶଳ କ୍ରାନ୍ତି ଦଳ ତରଫରୁ ବରଗଡ ବିଧାନସଭାରେ ନିର୍ବାଚନ ମଧ୍ୟ ଲଢିଥିଲେ । ସ୍ୱର୍ଗତ ମହାପାତ୍ର ତାଙ୍କ ଅବସର ଅନ୍ତେ ମିଳିଥିବା ପ୍ରାପ୍ୟକୁ କୋଶଳ ଆନ୍ଦୋଳନ ପାଇଁ ଖର୍ଚ୍ଚ କରି କୋଶଳ ଜନଜାଗରଣ କାର୍ଯର୍୍ୟକ୍ରମ କରୁଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ରେ କୋଶଳ ଆନ୍ଦୋଳନ ଏକ ନିଷ୍ଠାପର କୋଶଳବାଦୀ ସଙ୍ଗଠକକୁ ହରାଇଲା ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁନିଲ କୁମାର ପୁରୋହିତ ଓ ମୁଖ୍ୟ ସଂଯୋଜକ ପ୍ରଶାନ୍ତ ମାଝି ତଥା ଅନ୍ୟମାନେ ମତବ୍ୟକ୍ତ କରିବା ସହ ଶୋକ ସମ୍ବାଦ ଦେଇଛନ୍ତି ।