-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||     

HOME   ଜିଲ୍ଲା

ଗରିବ ସେନା ତରଫରୁ ହେବ ବ୍ଲକ୍ ଘେରାଉ

21-Oct-2022




ଟିଟିଲାଗଡ, (ପ୍ରେରଣା ଖବର):ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗଙ୍କ ସଭାପତିତ୍ବରେ ସ୍ଥାନୀୟ ଆଦିବାସୀ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଏହି ସମ୍ମୀଳନୀରେ ଟିଟିଲାଗଡ଼ ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ୨୦ ଟି ସମସ୍ୟାକୁ ନେଇ ବ୍ଲକ ଘେରାଉ କରାଯିବା ନେଇ ସୁଚନା ଦିଆଯାଇଛି। ଏଠାରେ ଗୋଟିଏ ପ୍ରଶ୍ନ ଉଠେ ଯେ ରାଜ୍ୟ ସରକାରଙ୍କ ଫାଇଭ ଟି ଯାହାକି ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜାଣି ମଧ୍ଯ ଟିଟିଲାଗଡ଼ ବ୍ଲକରେ ଏହା କରୁଛି କିଏ ? ତା ସହିତ ଇୟେ ହେଉଛି ଖୁଦ୍ କେବିନେଟ୍ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ନିଜ ସହର, ନିଜ ନିର୍ବାଚନ ମଣ୍ଡଳୀ ଏବଂ ନିଜ ବ୍ଲକରେ ଏତେ ଦୁର୍ନୀତି ହେଉଛି ଯେ ଏଠାକାର ସ୍ଥାନୀୟ ସଂଗଠନ ଗରିବ ସେନା ବ୍ଲକରେ ହେଉଥିବା ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ କରିବାକୁ ଅଣ୍ଟା ଭିଡ଼ି ଜନସାଧାରଣଙ୍କୁ ତାଙ୍କର ହକ ଦେବା ପାଇଁ ସଜବାଜ ହେଉଛନ୍ତି।

ଗରିବ ସେନାର ଅଭିଯୋଗ ଅନୁସାରେ ଯଦି ରାଜ୍ଯ ସରକାରଙ୍କ ଦ୍ଵାରା ଫାଇବ ଟି ର ନଗ୍ନ ରୂପ ଏହି ବ୍ଲକର ଦୁର୍ନୀତିର ପର୍ଦ୍ଦାଫାଶ କଲେ ହିଁ ଜଣାପଡ଼ିବ। ଏହି ସାମ୍ୱାଦିକ ସମ୍ମିଳନୀରେ ବ୍ଲକରେ ଦୁର୍ନୀତି ବିରୋଧରେ ଉଲ୍ଲେଖ କରାଯାଇଛି – ଏଥିରେ ଦୁଇଟି ଦିଗ ରହିଛି ଯାହାକି ଦୁଇ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି, ଗୋଟିଏ ହେଲା ବ୍ଲକ କର୍ମଚାରୀ ଓ ଅନ୍ୟଟି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା। ପ୍ରତି କାମରେ ୧୮ ପ୍ରତିଶତ କାରବାରର ସହରରେ ଚର୍ଚ୍ଚା ହେଉଥିବା ବେଳେ ଯଦି ଏହା ସତ ତାହେଲେ ବ୍ଲକରେ ପିସି ନେଉଛି କିଏ ? କେତେ ପ୍ରତିଶତ କିଏ କିଏ ନେଉଛନ୍ତି ? ଏହି ପିଶି କାରବାରରେ କିଏ କିଏ ସଂପୃକ୍ତ ? ବ୍ଲକ ଅଧିକାରି ଓ କର୍ମଚାରୀଙ୍କ ସହ ନିର୍ବାଚିତ ପ୍ରତିନିଧିଙ୍କ ଉପରେ ଇୟେ ସିଧା ସଳଖ ଆକ୍ଷେପ ଗରିବ ସେନାର। ଯଦି ସରକାରୀ ଯୋଜନାରେ ସରକାରୀ କର୍ମଚାରୀ ମୋଟା ଅଙ୍କର ଦରମା ପାଇ ମଧ୍ଯ ଲାଞ୍ଚ ନେଉଛନ୍ତି ତାହେଲେ ସରକାରଙ୍କ ଫାଇବ ଟି କାହା ପାଇଁ ?

ଜିରୋ ଟୋଲରେନ୍ସ୍ ନାମରେ ହରିଲୁଟ ତଥା ଅସହାୟ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠାଇଛନ୍ତି ଗରିବ ସେନା ସଦସ୍ୟ ମାନେ, ଉଦାହରଣ ସ୍ୱରୂପ ଆଠ ବର୍ଷ ହେଲାଣି ଜଣେ ମହିଳା ଆଜି ଯାଏଁ ବିଧବା ଭତ୍ତା ପାଇବାରୁ ବଞ୍ଚିତ, ତାହେଲେ ସରକାର କାହା ପାଇଁ ଯୋଜନା ଆଣୁଛନ୍ତି, ସେହିପରି ଜଣେ ସମିତି ସଭ୍ୟ ମଧ୍ୟ ଆକ୍ଷେପ କରି କହିଥିଲେ ଯେ ଯେତେବଳେ ବି କିଛି କାମ ପାଇଁ ଗଲେ ସରକାରୀ ସାଇଟ ବନ୍ଦ ଥିବା ନ ଖୋଲିବା ଉତ୍ତର ପାଉଛନ୍ତି କି ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଉ ନାହିଁ କହିବା ସହ ବ୍ଲକ ଉପାଧ୍ଧକ୍ଷା ଜଗତ ରାମ ରଣ।ଙ୍କୁ ନିଜ ପଞ୍ଚାୟତରେ କି ବ୍ଲକରେ ବି ଚଉକି ଖଣ୍ଡେ ମିଳେ ନାହିଁ ବୋଲି କହିଥିଲେ। ତେବେ ପଞ୍ଚାୟତ ପ୍ରତିନିଧି, ସମିତି ସଭ୍ୟ ମାନଙ୍କୁ ମନ୍ତ୍ରୀ ନିଜେ ଚୟନ କରିବା ସହ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ଧକ୍ଷାଙ୍କୁ ଗାଦିରେ ବସାଇଲେ, ଏବେ ଯାହା ବି ବ୍ଲକରେ ଦୁର୍ନିତି କୁହାଯାଉଛି ତାହା କଣ ତାଙ୍କ ଦ୍ଵାରା ଚୟନ ହୋଇଥିବା ପ୍ରତିନିଧିଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ ହେଉନି କି ?

ସରକାରୀ ସ୍ତରରେ ବ୍ଲକ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସଂଶ୍ଳିଷ୍ଟ ବୋଲି ଅଭିଯୋଗ କରିଛନ୍ତି, ଏହାର ତଦନ୍ତ ଜରୁରି ଅଟେ, ରାଜ୍ୟ ସରକାରଙ୍କ ସ୍ୱଚ୍ଛଳ ଭାବମୂର୍ତ୍ତିରେ କଳଙ୍କିତ କରୁଥିବା ଅଧିକାରୀ/ ନବ ନିର୍ବାଚିତ ପ୍ରତିନିଧି ମାନଙ୍କ ଉପରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ରହିଲା, ଆସନ୍ତା ୨୮ ତାରିଖରେ ବ୍ଲକ ଘେରାଉ କରିବା ସହ ଯିଏ ଯିଏ ଦୁର୍ନୀତିରେ ସଂପୃକ୍ତ ସେହିଦିନ ଏହାର ଖୁଲାସା କରିବେ ବୋଲି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ସୁଚନା ଦେଇଛନ୍ତି। ପ୍ରତି ଦୁଇ ମାସରେ ଥରେ ବୈଠକ ଡାକି ସମିତି ମାନଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବା କଥା କିନ୍ତୁ ତାହା ହେଉନି, ଯଦ୍ୱାରା ଏହି ଦୁର୍ନିତୀ ହେଉଥିବା ନେଇ ଏବେ ସହରରେ ଚର୍ଚ୍ଚା ଜୋର ଧରିଛି। ତେବେ ସେ ଯାହା ବି ହେଉ ଗରିବ ସେନା ବ୍ଲକ ଘେରାଉ କରିବାକୁ ଆହ୍ବାନ ଦେଇଥିବା ବେଳେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର ଦେଖିବାକୁ ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026
  ଜିଲ୍ଲା  
ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ   23-Oct-2026
  ରାଜ୍ୟ  
ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   23-Oct-2026
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026

You Might Also Like