-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
22-Sep-2022
ବଲାଙ୍ଗୀର: ଆଜି ବଲାଙ୍ଗୀର ଜିଲ୍ଲା ବୌଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଶ୍ରୀମାଲ ଗାଁ ରେ ଘଟି ଯାଇଛି ଏକ ଅଭାନୀୟ ଘଟଣା । ଏହି ଗାଁ ର ଅର୍ଜୁନ ରଣା(୩୫) ଓ ସଦସ୍ୟ ରଣା ଗାଁ ର ବନ୍ଧରୁ ଗାଧୋଇ ସାରି ଆସୁଥିବା ସମୟରେ ବାଟରେ ଏକ ଅଜଣା ଗାଡି ଏହି ଦୁଇ ଭାଇ ଙ୍କୁ ସାମନା ପଟରୁ ଧକ୍କା ଦେଇଥିଲା । ଗାଡି ଧକ୍କା ରେ ସଦସ୍ୟ ରଣା ଗୁରୁତର ଆହାତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଥମେ ଦୁଇ ଭାଇ ଙ୍କୁ କଂଟାମାଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ରଣା ମଧ୍ୟ ଆହାତ ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ।