-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜିଲ୍ଲା

ସଂରକ୍ଷିତଜଙ୍ଗଲରେ ବେଆଇନ୍ ରତ୍ନପଥର ଖୋଳା ଘଟଣାରେ ୨ ମୃତ ମାମଲାରେ ଖାଲ ପୋତିଦେବାକୁ ଡିଏଫଓଙ୍କ ନିର୍ଦ୍ଦେଶ  !   ବନବିଭାଗର ଜ୍ଞାତସାରରେ ହେଉଥିଲା ଚୋରା ଖଣିଜଦ୍ରବ୍ୟ ଖନନ  

27-Apr-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ):  ବନବିଭାଗର ଜ୍ଞାତସାରରେ ଟିଟିଲାଗଡ- ମୁରିହାହାଲ ସୀମାନ୍ତବର୍ତ୍ତୀ ତିଖାରୀ ସଂରକ୍ଷିତ ଜଙ୍ଗଲର ଗୁଲୁମୀ ଗ୍ରାମ ନିକଟସ୍ଥ ଭାଲୁଡୁଙ୍ଗୁରୀ ପାହାଡରେ ଦୀର୍ଘଦିନ ଧରି ବେଆଇନ୍ ରତ୍ନପଥର ଖୋଳା ଚାଲିଆସିଥିବା ଓ ଗତ ୨୨ ତାରିଖରେ ପଥର ଚଟାଣ ତଳେ ଖୋଲାଯାଇଥିବା ପ୍ରାୟ ଚାଳିଶଫୁଟ୍ ର ସୁଡଙ୍ଗରେ ବିସ୍ଫୋରକ ବାଷ୍ପରେ ଶ୍ବାସରୁଦ୍ଧ ହୋଇ ଚୋରାବେପାରୀଙ୍କ ଦ୍ବାରା ନିୟୋଜିତ ଆଖପାଖ ଗ୍ରାମର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଛି ।    ଏମାନେ ହେଲେ ଗୁଲମୀର ନବୀନ ଜାନୀ ଓ ନୂଆପଡାର ଉଜ୍ଜ୍ବଳ ଭୋଇ । ଅନ୍ୟ ଦୁଇଜଣ ଶ୍ରମିକ ଆହତହୋଇ ଗୁରୁତର ଅବସ୍ଥାରେ  ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ । ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଇତିମଧ୍ୟରେ ଆଉଜଣଙ୍କର ମଧ୍ୟ ମୃତ୍ୟୁ ଘଟିଯାଇଛି । କଣ୍ଟାବାଞ୍ଜିର କେତେକ ଆନ୍ତଃରାଜ୍ୟ ଚୋରାରତ୍ନବେପାରୀ ପାହାଡ ଉପରେ କ୍ୟାମ୍ପ୍ କରି ସ୍ଥାନୀୟ ଶ୍ରମିକଙ୍କୁ ଦୈନିକ ଦୁଇ / ତିନିଶହ ଟଙ୍କା ମଜୁରୀ ଦେଇ ଏହା ଖୋଳାଉଥିଲେ । ଗୁଲମୀର ରାଜୁ ସାହୁ , ବର୍ଲାର ମହେନ୍ଦ୍ର ବୁଡେକ୍ ଓ ବିଘ୍ନରାଜ ପ୍ରମୁଖ ସାମିଲ ରହିଥିବା ପ୍ରକାଶ ।

ଏହି ଦୁର୍ଘଟଣାରେ ଶ୍ରମିକଙ୍କ ମୃତାହତ ଘଟଣା ପରେ ଟିଟିଲାଗଡ ପୁଲିସ୍ ପହଞ୍ଚି  ଉଦ୍ଧାର କରିଥିଲେ । ଏପରିକି ଲୋକେ ଶବଉଦ୍ଧାରରେ  ସ୍ଥାନୀୟ ଲୋକେ ଅସହଯୋଗ କରିବାରୁ ଥାନାଧିକାରୀ ରଞ୍ଜନ ବରିହା ନିଜେ ମଧ୍ୟ ପୁଲିସ୍ କର୍ମଚାରୀଙ୍କ ସହ ଶବ ବୋହି ଆଣିଥିଲେ । ଏସମ୍ପର୍କରେ ଟିଟିଲାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜିଲ୍ଲା ଯୁବ କନ୍ଧ ସମାଜ ପକ୍ଷରୁ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ । ଏହି ଆଦିବାସୀ ସଂଘ ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୁରିହାହାଲ ରେଞ୍ଜର ଓ ଗୁଲମୀ ଏବଂ ଜଏନ୍ତରା ଫରେଷ୍ଟରଙ୍କ ନିଲମ୍ବନ ଦାବି କରିଛନ୍ତି ।  ଜଙ୍ଗଲରେ ବନକର୍ମଚାରୀଙ୍କ ବିନା ଜ୍ଞାତସାରରେ ଏଭଳି ଖଣିଜଦ୍ରବ୍ୟ ଖନନ ସମ୍ଭବ ନୁହେଁ ବୋଲି ବଲାଙ୍ଗୀର ଡିଏଫଓ ମତପ୍ରକାଶ କରିବା ସହ ଦୁଇଜଣ ଏସିଏଫ୍ ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନକରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଅନୁଯାୟୀ , ପରଦିନ ଦୁଇ ଏସିଏଫ୍ ବି ସି ରାଉଳ ଓ ଅଜିତ କୁମାର ବିଶିଙ୍କ ନେତୃତ୍ବରେ ଗୁଲମୀ ଫରେଷ୍ଟର ରଞ୍ଜିତ ସିଂଦେଓ ଓ ଜଏନ୍ତରା ଫରେଷ୍ଟର ଧ୍ରୁବ ବଗର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବନକର୍ମଚାରୀଙ୍କ ଏହି ଟିମ୍ ଘଟଣାସ୍ଥଳରେ ଯାଇ ତଦନ୍ତ କରିଥିଲେ । ଏହି ଟିମ୍ ସହ ପୁଲିସ୍ ଓ ଗଣମାଧ୍ୟମର ପ୍ରତିନିଧିମାନେ ସେଠାର ପରିସ୍ଥିତି ଦେଖି ତାଜ୍ଜୁବ୍ ହେଇଯାଇଥିଲେ ।  ପାହାଡ ଉପରେ ଅସ୍ଥାୟୀ କ୍ୟାମ୍ପ୍ ପକାଯାଇ ମଦମାଂସର ଭୋଜିଭାତ କରି ଲାଇଟ୍ ଲଗାଇ ବିସ୍ଫୋରଣରେ ସୁଡଙ୍ଗ ଫଟାଇ ରତ୍ନପଥର ଖୋଳା ଯାଉଥିଲା । ସେଠାରୁ ତଦନ୍ତକାରୀଦଳ ତାର ବଣ୍ଡଲ୍ , ପାଣି , ପ୍ଲାଷ୍ଟିକ୍ , ଖାଦ୍ୟଦ୍ରବ୍ୟ , ରଫା କୋଡିକୋଦାଳ ଟାଙ୍ଗିଆ , ରଶି ଆଦି ଜବତ କରାଯାଇଛି । ପାହାଡଜଙ୍ଗଲସାରା ଶହ ଶହ ଖାଲ ଖୋଳାଯାଥିବା ଓ ଗୋଟିଏ ଗୋଟିଏ ସୁଡଙ୍ଗ ଶହେ / ଦେଢଶହ ଫୁଟ୍ ର ଥିବା ଦେଖାଯାଇଛି । 

ଅନୁସନ୍ଧାନରୁ ଜଣାପଡିଛି ଯେ , ବହୁବର୍ଷରୁ ଏଠାରେ ଏଭଳି ଏହା ଚାଲିଛି । ବନକର୍ମଚାରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହା ଚାଲିଥିଲା ଓ ମଝିରେ ମଝିରେ ସେମାନେ ସେଠାକୁ ଯାଇ ମଧ୍ୟ ଆପ୍ୟାୟିତ ହେଉଥିବା ଶୁଣିବାକୁ ମିଳୁଛି । ଅଳ୍ପଦିନତଳେ ଦୁଇଜଣ ସ୍ଥାନୀୟ ଫରେଷ୍ଟରଙ୍କୁ ନିଯୁକ୍ତି କରାଯାଇଛି । ଜଣେ କେନ୍ଦୁପତ୍ର ବିଭାଗରୁ ଓ ଜଣେ ଟିକ୍ରାପଡାର । 

କିଛିବର୍ଷତଳେ ବନ୍ଧପଡା ଅଞ୍ଚଳର କୁଗରିମହୁଲ ନିକଟସ୍ଥ ଜଙ୍ଗଲରେ ମଧ୍ୟ ଏଭଳି ଚୋରାରତ୍ନପଥର ଖୋଳାରେ ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏଣୁ ବଲାଙ୍ଗୀରଜିଲ୍ଲାର ଜଙ୍ଗଲରେ ଏହା ବିଭିନ୍ନସମୟରେ ବିଭିନ୍ନ ସ୍ଥାନରେ ଚାଲିଆସିଥିବା ଜଣାଯାଇଛି । ସଂରକ୍ଷିତଜଙ୍ଗଲରେ ଚୋରାମାଙ୍ଗାନିଜ୍ , ଗ୍ରାଫାଇଟ୍ ଓ ରତ୍ନପଥର ଖନନ ସତ୍ତ୍ୱେ ବିଭାଗ ଉଦାସୀନ ଓ କେତେକ କ୍ଷେତ୍ରରେ  ସାମିଲ୍ ରହୁଥିବା ଅଭିଯୋଗ ହେଉଛି ।
ଏବେ ଏହି ଘଟଣାରେ ଡିଏଫଓ ବନକର୍ମଚାରୀଙ୍କୁ ଖାଲ ଗୁଡିକୁ ପୋତିଦେବାକୁ ଗୁପ୍ତନିର୍ଦ୍ଦେଶ ଦେଇଥିବା କୁହାଯାଉଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like