-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
14-Oct-2021
ବିନିକା(ହିମାଂଶୁ ଶେଖର ପୁଟେଲ)ପବିତ୍ର ମହାନବମୀ ଅବସରରେ ଗତକାଲି ଅପରାହ୍ନ ସମୟରେ ବିନିକା ଯାଦବ ସମାଜ ତରଫରୁ ସମାଜର ଇଷ୍ଟଦେବୀ ମା ସମଲେଶ୍ୱରୀ ଦେବୀଙ୍କର ବାର୍ଷିକ ପୂଜା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ବିନିକା ପାଳିପଡ଼ା ଠାରେ ମା ଙ୍କ ମନ୍ଦିର ରୁ ଅଷ୍ଟମୀ ଦିନ ମାଙ୍କର ଚଳନ୍ତି ପ୍ରତିମା କୁ ମହାନଦୀ ରେ ଗାଧୋଇ ନଗର ପରିକ୍ରମା କରି ନବମୀ ଦିନ ସକାଳେ ମନ୍ଦିର ପ୍ରବେଶ କରାଯାଇଥିଲା | ପରେ ସମାଜ ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ସୌରଭ ସାଲମା ଏବଂ ରାଜ ଗରିଆ ଙ୍କୁ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମ ରେ ଶୀତଳ ପ୍ରସାଦ ମହାକୁର ସଭାପତିତ୍ୱ କରିଥିବା ବେଳେ ବୃନ୍ଦାବନ ଦୀପ ପରିଚାଳନା କରିଥିଲେ |ଶେଷରେ ଅର୍ଜୁନ ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ | ପରେ ସମାଜ ର ପରମ୍ପରା ଅନୁସାରେ ବାଡ଼ିଖେଳ ହୋଇଥିଲା | କୁମାରୀ ସ୍ୱସ୍ତିକା ନାଏକ, ରିଙ୍କି ବହିଦାର ଓ ପାଳିପଡ଼ା ର ନୃତ୍ୟନିକେତନ ସଦସ୍ୟ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆନୁଷ୍ଠିତ ହୋଇଥିଲା | ଏଥିରେ ଚୈତନ୍ୟ ସାଲମା, ଆଦିତ୍ୟ ବାଘ, ପୁରନ୍ଦର ଗରିଆ, ପ୍ରଶାନ୍ତ ବଗର୍ତ୍ତୀ, ରମେଶ ଭୋଇ ସମେତ ସମସ୍ତ ଯାଦବ ସଦସ୍ୟ ମାନେ ସହଯୋଗ କରିଥିଲେ |