-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
14-Oct-2021
ବଲାଙ୍ଗିର (ପ୍ରେରଣା ଖବର) : ବଲାଙ୍ଗୀର ସହର ମଧ୍ୟରେ ଥିବା ଜେ. ଏସ. ଏମ. ବାଣିଜ୍ୟ ବିଭାଗ କଲେଜର ଜଣେ ଛାତ୍ର ଶ୍ରୀ ସୌରବ ଅଗ୍ରବାଲ, ସି.ଏସ୍ ଫାଉଣ୍ଡେସନ ପରୀକ୍ଷା- ଜୁନ୍ ୨୦୨୧ ରେ ଉତ୍ତୀର୍ଣ୍ଣ ହୋଇ ପିତାମାତା ଓ ଗୁରୁଜନଙ୍କ ନିମନ୍ତେ ଗୌରବ ସାଜିଛନ୍ତି । ଆଗାମୀ ଦିନ ଗୁଡିକରେ ସେ ତାଙ୍କର ସି.ଏସ୍ ଫାଇନାଲ ପରୀକ୍ଷା ସମାପ୍ତ କରି ଏକ ଉତ୍ତମ ସି.ଏସ୍ ହୋଇ ଲୋକଙ୍କ ସେବା କରିପାରିବା ପାଇଁ ତାଙ୍କର ଲକ୍ଷ୍ୟ ରହିଛି ପୁଣି ଏହି ଶିକ୍ଷlନୁଷ୍ଠାନକୁ ମଧ୍ୟ ଅଶେଷ ଧନ୍ୟବାଦ ଜ୍ଞାପନ କରନ୍ତି । ଆଗକୁ ମଧ୍ୟ ଏହି ଶିକ୍ଷlନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ସି.ଏ ଓ ସି.ଏସ୍ ପରୀକ୍ଷା ଦେବା ନିମନ୍ତେ ମନୋନୀତ ହୋଇଛନ୍ତି। ଏହି ଶିକ୍ଷlନୁଷ୍ଠାନ ପାଠପଢା ଓ ସେବା ମନୋବୃତ୍ତି ନେଇ ୬ ବର୍ଷରେ ପଦାର୍ପଣ କରିବା ସହିତ ସମାଜ ନିମନ୍ତେ ଅନେକ ସି.ଏ ଓ ସି.ଏସ୍ ବିଦ୍ୟାର୍ଥିମାନଙ୍କୁ ସଶକ୍ତ କରିଆସିଥିବାରୁ ବଲାଙ୍ଗିରବାସୀ ଖୁସି ଅନୁଭବ କରିଛନ୍ତି ।