-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||     

HOME   ଜିଲ୍ଲା

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ

13-Oct-2026



ବାଲିଗୁଡା:(ସୁଶୀଳ କୁମାର ପାଣିଗ୍ରାହୀ ): ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣକୁ ନେଇ ପୋଲିସ ଏବେ ଆକ୍ସନ ମୋଡ୍‌ରେ। ହୋଟେଲରୁ ଆରମ୍ଭ କରି ରିସର୍ଟ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ସିସିଟିଭି କ୍ୟାମେରା ଲଗାଇବା ସହ ରେକର୍ଡିଂ ସଂରକ୍ଷଣ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ମାତ୍ର ୭ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ନିୟମ ପାଳନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପୋଲିସ ସ୍ପଷ୍ଟ କରିଛି।
କନ୍ଧମାଳ ଏସପି ରାମେନ୍ଦ୍ର ପ୍ରସାଦ ଓ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଏହି ପଦକ୍ଷେପ ଆରମ୍ଭ ହୋଇଛି। ପୋଲିସ ପକ୍ଷରୁ ଅଞ୍ଚଳର ବିଭିନ୍ନ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଇ ନିର୍ଦ୍ଦେଶ ପାଳନ କରିବାକୁ ମାଲିକମାନଙ୍କୁ କୁହାଯାଇଛି।
କେବଳ କ୍ୟାମେରା ଲଗାଇଲେ ହେବନି, ଫୁଟେଜ୍‌ ରଖିବା ବି ବାଧ୍ୟତାମୂଳକ ପୋଲିସର ନିର୍ଦ୍ଦେଶ ଅନୁଯାୟୀ, ହୋଟେଲ ଓ ଅନ୍ୟାନ୍ୟ ରହଣି ସ୍ଥଳରେ ସିସିଟିଭି କ୍ୟାମେରା ଲଗାଇବା ସହ ଏହାର ଭିଡିଓ ଫୁଟେଜ୍‌ ଅତିକମରେ ୧୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ହେବ। ଆବଶ୍ୟକ ସମୟରେ ତଦନ୍ତ ପାଇଁ ଏହି ଫୁଟେଜ୍‌ ପୋଲିସକୁ ସହାୟତା କରିବ। ଏଥିସହ ହୋଟେଲରେ ରାତ୍ରିଯାପନ କରୁଥିବା ପର୍ଯ୍ୟଟକଙ୍କ ପରିଚୟ ସମ୍ବନ୍ଧୀୟ ତଥ୍ୟ ଓ ଆଧାରକାର୍ଡ ସମ୍ପର୍କିତ ବିବରଣୀ ଥାନାରେ ଦାଖଲ କରିବାକୁ ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି। ନିର୍ଦ୍ଦେଶ ଅନୁପାଳନର ସ୍ଥିତି ଯାଞ୍ଚ କରିବାକୁ ଆସନ୍ତା ୨୨ ତାରିଖରେ ପୁଣିଥରେ ଯାଞ୍ଚ କରାଯିବ। ଏହି ସମୟରେ ନିୟମ ଉଲ୍ଲଂଘନ ଚିହ୍ନଟ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ପ୍ରାୟ ଦୁଇ ମାସ ମଧ୍ୟରେ ଦାରିଙ୍ଗବାଡ଼ି ଅଞ୍ଚଳରେ ଏକାଧିକ ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ଗୁଡ଼ିକରେ ଅଭିଯୁକ୍ତଙ୍କୁ ଧରିବା ଦିଗରେ ପୋଲିସ ସଫଳ ହୋଇପାରିନଥିବା ଅଭିଯୋଗ ରହିଛି। ଅନ୍ୟପଟେ, ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳର ଜଣେ ଯୁବକ ଦାରିଙ୍ଗବାଡ଼ିର ଏକ ହୋଟେଲରେ ରହିବା ପରେ ରେନବୋ ଜଳପ୍ରପାତ ନିକଟରେ ତାଙ୍କ ମୃତଦେହ ମିଳିବା ଘଟଣା ମଧ୍ୟ ଚର୍ଚ୍ଚାକୁ ଆସିଥିଲା।
ଉକ୍ତ ଘଟଣାର ତଦନ୍ତ ସମୟରେ ପୋଲିସକୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବାରେ ଅସୁବିଧା ହୋଇଥିବା ସୂଚନା ମିଳିଛି। ଏପରି ପରିସ୍ଥିତିରେ ଅପରାଧର ତଦନ୍ତକୁ ଅଧିକ ସୁଦୃଢ଼ କରିବା, ସନ୍ଦିଗ୍ଧଙ୍କ ଗତିବିଧି ଯାଞ୍ଚ କରିବା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସିସିଟିଭି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। କେବଳ ହୋଟେଲ ଓ ରିସର୍ଟରେ ସୀମିତ ରହିବନି ଏହି ସୁରକ୍ଷା ବ୍ୟବସ୍ଥା। ଦାରିଙ୍ଗବାଡ଼ିର ବିଭିନ୍ନ ବଜାର ଓ ଛକରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯୋଜନା ହୋଇଛି। ଏଥି ନିମନ୍ତେ ହୋଟେଲ ସଂଘ, ବଣିକ ସଂଘ ଓ ପ୍ରଶାସନକୁ ନେଇ ଏକ ମିଳିତ ବୈଠକ କରାଯିବ। ସମସ୍ତଙ୍କ ସହଯୋଗରେ ବିଭିନ୍ନ ଛକ ଓ ବଜାରରେ କ୍ୟାମେରା ସ୍ଥାପନ କରିବାର ବ୍ୟବସ୍ଥା କରାଯିବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଦାରିଙ୍ଗବାଡ଼ି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବାରୁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହିଥାଏ। ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ନହେବା ଏବଂ ଅପରାଧ ଘଟିଲେ ତଦନ୍ତ ପାଇଁ ଆବଶ୍ୟକ ତଥ୍ୟ ଉପଲବ୍ଧ ହେବା ଜରୁରୀ। ଏବେ ପୋଲିସର ଏହି ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହେଉଛି, ତାହା ଆସନ୍ତା ୨୨ ତାରିଖର ଯାଞ୍ଚ ପରେ ସ୍ପଷ୍ଟ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026

You Might Also Like