-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||     

HOME   ଜିଲ୍ଲା

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ

11-Oct-2026



ବଲାଙ୍ଗୀର(ପ୍ରେରଣା ଖବର): ସାହିତ୍ୟ ସର୍ବଦା ସମାଜର ଦର୍ପଣ।ଏହା ମଣିଷର ଅନୁଭୂତି, ସାମାଜିକ ବାସ୍ତବତା ଓ ଜୀବନର ବିଭିନ୍ନ ଦିଗକୁ ଶବ୍ଦରେ ରୂପ ଦେଇଥାଏ।ଲେଖକଙ୍କ ଜୀବନ, ସାହିତ୍ୟ ସାଧନା ଓ ସୃଜନଶୀଳ ଚିନ୍ତାଧାରାକୁ ନିକଟରୁ ଜାଣିବା ଉଦ୍ଦେଶ୍ୟରେ ‘ଲେଖକଙ୍କ ସହ ଭାବ ବିନିମୟ' କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଏକ ଆକର୍ଷଣୀୟ ଆଲୋଚନା ଓ ଭାବବିନିମୟ ଗାଳ୍ପିକଙ୍କ ବାସଭବନ ‘ସପ୍ତପର୍ଣ୍ଣି’ ଠାରେ ଅନୁଷ୍ଠିତ ହୋଇଥିଲା।ଏହି ସାକ୍ଷାତକାରରେ ପାଠକ ରଞ୍ଜିତ ମିଶ୍ରଙ୍କ ସମେତ ଶିକ୍ଷକ ଚୂଡ଼ାମଣି ସେଠ,ମହେଶ

ମିଶ୍ର,ଦଧିବାବନ ବାଘ,ସବ୍ୟସାଚୀ ସାହୁ,ସୁବ୍ରତ ସାହୁ,ହରି ଖେତୀ ଓ ଉପଦେଷ୍ଟା ଲକ୍ଷ୍ମୀ ଖେତୀ ଲେଖକଙ୍କ ସହ ଆଲୋଚନା କରିଥିଲେ।ଲେଖକଙ୍କ ସାହିତ୍ୟିକ ଯାତ୍ରା,ଲେଖନୀର ପ୍ରେରଣା,ଗଳ୍ପ ରଚନାର ପୃଷ୍ଠଭୂମି ଓ ସାହିତ୍ୟ ସୃଷ୍ଟି ପଛରେ ରହିଥିବା ଅନୁଭୂତି ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ଜାଣିବାର ସୁଯୋଗ ପାଇଥିଲେ।ଏହି ଅବସରରେ ଲେଖକ ପ୍ରଦୀପ ମିଶ୍ର ନିଜର ପ୍ରଥମ ଗଳ୍ପ ‘ଯାହା ଯେମିତି ଘଟୁଥାଏ’ ସମେତ ତାଙ୍କର ଅନ୍ୟାନ୍ୟ ଗଳ୍ପ ‘ଟ୍ରାପ୍’,‘ନାଭିନାଡ଼’,'ଅପାରମ୍ପରିକ' ଓ ‘ମୋ ବାପାଙ୍କ ଛାମୁଦାନ୍ତ’ ଆଦି ସମ୍ପର୍କରେ ଆଲୋଚନା କରିଥିଲେ।ଗଳ୍ପଗୁଡ଼ିକର ରଚନା ପଛରେ ଥିବା ଭାବନା,ଜୀବନର ଅନୁଭବ ଓ ସୃଜନଶୀଳ ଦୃଷ୍ଟିକୋଣ ସମ୍ପର୍କରେ ଲେଖକଙ୍କଠାରୁ ଶୁଣି ସଦସ୍ୟମାନେ ସାହିତ୍ୟର ଅନ୍ତରଙ୍ଗ ଦିଗକୁ ବୁଝିବାର ସୁଯୋଗ ପାଇଥିଲେ।ସାହିତ୍ୟ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ;ଏହା ସମାଜର ବାସ୍ତବ ଚିତ୍ରକୁ ପ୍ରତିଫଳିତ କରିବା ସହ ମାନବୀୟ ମୂଲ୍ୟବୋଧ, ନୈତିକତା ଓ ସାମାଜିକ ଚେତନାର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଲେଖକଙ୍କ ଅନୁଭୂତି ଓ ସୃଜନ ପ୍ରକ୍ରିୟାକୁ ନିକଟରୁ

ଜାଣିବା ଦ୍ୱାରା ପାଠକମାନେ ଗୋଟିଏ ସାହିତ୍ୟକୃତିର ଗଭୀରତା ଓ ତାହା ପଛରେ ଥିବା ଚିନ୍ତାଧାରାକୁ ଅଧିକ ଭଲଭାବେ ଅନୁଭବ କରିପାରନ୍ତି।ଏଭଳି ସାକ୍ଷାତକାର କାର୍ଯ୍ୟକ୍ରମ ଲେଖକ ଓ ପାଠକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ସହ ସାହିତ୍ୟ ଚର୍ଚ୍ଚାକୁ ଅଧିକ ଜୀବନ୍ତ କରିଥାଏ ବୋଲି ଲେଖକ ପ୍ରଦୀପ ମିଶ୍ର ଙ୍କ ଧର୍ମପତ୍ନୀ ତଥା ଲୋଇସିଂହା ଡ଼ିଗ୍ରୀ କଲେଜ ର ଶିକ୍ଷା ବିଭାଗ ର ଅଧ୍ୟାପିକା ଶାନ୍ତି ପ୍ରିୟା ହୋତା ମତବ୍ୟକ୍ତ କରିଥିଲେ।ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ପୁସ୍ତକ ପଠନ,ଗଳ୍ପ ଲେଖନ ଓ ସୃଜନଶୀଳ ଚିନ୍ତାଧାରା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ଏପରି ପ୍ରୟାସ ନିଶ୍ଚିତ ଭାବେ ପ୍ରେରଣାଦାୟକ ହେବ ବୋଲି ଗାଳ୍ପିକ ପ୍ରଦୀପ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026

You Might Also Like