-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
ଡୁଙ୍ଗୁରିପାଲି , ତା ୮/୯(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର "ଭାରତୀୟ ଶକ୍ତି ଭଣ୍ଡାର 2047- ଆହ୍ୱାନ ଓ ସମ୍ଭାବନା "ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଣ୍ଡାକିଟାଲ ଉଚ୍ଚ ପ୍ରାଥମିକ ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ତଥା ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତପସ୍ୱିନୀ ଦାସ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ବିକଶିତ ଭାରତ ଗଠନ ପାଇଁ ଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ କରିଥିଲେ। ଶିକ୍ଷକ ରାଜୁ ମେହେର ସଭା ପରିଚାଳନା କରିଥିବା ବେଳେ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ବିଜ୍ଞାନ ଶିକ୍ଷକ ମନୋଜ କୁମାର ପୂଜାରୀ ଓ କିରଣ କୁମାର ପୁଟେଲ ବିଚାରକ ଭାବରେ ଯୋଗଦେଇ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଡଲି ସାହୁ, ଜୁବୁଲି ଭୋଇ ଓ ଟିକେଶ୍ବରୀ ପ୍ରଧାନଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବରେ ପୁରସ୍କୃତ କରିଥିଲେ |
ଛାତ୍ରୀ ପ୍ରୀତି,ନିବେଦିତା, ଜସ୍ମିନ୍, ରୋଜି, ଝରଣା, ମାନସୀ , ରିୟା , ରୁକୁଣି, ପ୍ରତୀକ୍ଷା, ଲବିତା ନିଜ ନିଜ ପିପିଟି ପ୍ରଦର୍ଶନ ପୂର୍ବକ ଆଲୋଚନା କରିଥିଲେ । ସଂଜୀବ କୁମାର ପୂଜାରୀ, ଲିପି ପ୍ରଧାନ, ବିଭୀଷଣ ଖମାରୀ, ମିନିକେତନ ଦାସ , ସୁରଜ୍ ଖମାରୀ, ସମୀର କଠ।ର ଶୋଭାଗିନୀ ସାହୁ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।