-+91-9937148622 |
prerana_bgr@rediffmail.com |
Friday 23rd October 2026 |
R.N.I. Regd No. ODIODI/2010/46693
Breaking News
08-Sep-2026
ଆଗଲପୁର, (ପ୍ରେରଣା ଖବର) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ବେନ୍ଦ୍ରା ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ମଂଚାସୀନ ଅତିଥି ଭାବେ ଯୋଗଦେଇ ଥିଲେ l ମାାତ୍ର 6 ଗୋଟି ଅଭିଯୋଗ ଉପରେ ଶୁଣାଣି ହୋଇ ଥିଲା । ଏହି କାର୍ଯ୍ୟ କ୍ରମ ଟି ପି ଇ ଓ ଅଲ୍ଲୀ ବାରିକ ଙ୍କ ତତ୍ତ୍ୱ।ବଧାନ ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ପଞ୍ଚାୟତ ରେ ଧାଉର।ଦାଦର୍ , ଵେନ୍ଦ୍ର।, ଦାନିପାଲି , ଝାରବନ୍ଧାଳି , ରାମପୁର ଗ୍ରାମ କୁ ନେଇ ଗଠିତ l ଉକ୍ତ କାର୍ଯ୍ୟକ୍ରମ ରେ ବି ଆର୍ ସି ଅଂଶୁମାନ ଦେବ ବାବୁ , ମଦନ ସାହୁ , ସର୍ବେସ୍ବର ପ ଟେ ଲ , ରୋହିତ ପଧାନ , ହିମାଂଶୁ ପଟେଲ , ବି ଏସ ଏସ ଓ ସୁଶାନ୍ତ ବାଗ , ନରେନ୍ଦ୍ର ପଧାନ , ପରିମଳ ଯନ୍ତ୍ରୀ ବେଣୁଧର ସିଂହ, ଅ ଭି ସାହୁ , ସରପାଞ୍ଚ ରବିଁନ୍ଦ୍ର ସାହୁ , ଏ ଡି ଇ ଓ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ l