-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||      ପଦୋନ୍ନତି ପାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ; - ଶ୍ରମ ବିଭାଗ ର ଯୁଗ୍ମ ସଚିବ ଭାବେ ଯୋଗ ଦେବେ -   (31-Oct-2026)       ||      ବଡପୋଡ଼ାଗୁଡା ଗ୍ରାମପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ ଦାବିନେଇଁ ତେଜିଲେ ମହିଳା   (31-Oct-2026)       ||      ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||     

HOME   ଜିଲ୍ଲା

ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍

19-Apr-2026



ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ଗ୍ରାମ ପଞ୍ଚାୟତରେ ବିଦ୍ୟୁତ ବିଭାଗର ବିଲ୍ ପ୍ରସଙ୍ଗକୁ ନେଇ ଗୁରୁତରଅଭିଯୋଗ ସାମ୍ନାକୁ ଆସିଛି । ଲୋକମାନଙ୍କ ଅଭିଯୋଗ ଅନୁସାରେ, ବିନା ଲାଇଟ୍ କନେକ୍ସନ ଥିଲେ ମଧ୍ୟ ବହୁତ ରାଶିର ବିଦ୍ୟୁତ ବିଲ୍ ଆସୁଛି, ଯାହା ପ୍ରଶାସନ ଓ ବିଦ୍ୟୁତ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, SDO ଓ ESO ସୁରର କିଛି କର୍ମଚାରୀଙ୍କ ମଧ୍ୟରେ “ସେଟିଂ” ହୋଇ ମନମାନି ଭାବରେ ବିଲ୍ ତିଆରି ହେଉଛି । ଗ୍ରାମ ପଞ୍ଚାୟତ ମାନଙ୍କରେ କେତେ ୱାଟ୍‌ର ବଲ୍ବ, କେତେ ଗୋଟି କେତେ ସମୟ ଜଳୁଛି, ସେଥ୍‌ର ଠିକ୍ ହିସାବ ନକରି ମନମାନୀ ବିଲ୍ ଉଠାଯାଉଥ‌ିବା ଅଭିଯୋଗ ମିଳିଛି । ଏହା ସହିତ କେତେ ଯାଗାରେ ୧ ଲକ୍ଷ
ଟଙ୍କାର ବିଲ୍ କେବଳ ୩୦ ହଜାର ଟଙ୍କାରେ ସେଟଲମେଣ୍ଟ ହେଉଥିବା ମଧ୍ୟ ଅଭିଯୋଗ ଉଠିଛି,ଯାହାର ଅନିୟମିତତାର ସନ୍ଦେହ ଆଉ ଗଭୀରତାର ସହ ପ୍ରଶ୍ନ ଉଠୁଛି । ରାବଣ ଛକ୍‌ରେ ପ୍ରାୟଦୁଇ ବର୍ଷ ହେଲା ମିନି ହାଇମାଷ୍ଟ ଲାଇଟ୍ କେବଳ ଖମ୍ବାରେ ଝୁଲି ରହିଛି, ଚାଲୁ ନାହିଁ । ତଥାପି,ସେହି ଲାଇଟ୍ ପାଇଁ ବିଲ୍ ନିୟମିତ ଆସୁଥୁବା ଦେଖାଯାଇଛି । ସେହି ଭଲି ଗାୟତ୍ରୀ ଛକ୍ ଏବଂକାପସୀ ବରଗଛ ଛକ୍, ବ୍ଳକ୍ ଛକ୍ (କଲୋନୀ) ଠାରେ ମଧ୍ଯ ମିନି ହାଇମାଷ୍ଟ ଲାଇଟ୍ ଲାଗିଛି, କିନ୍ତୁ
ବର୍ଷବର୍ଷ ଧରି ଲାଇଟ୍ ଗୁଡାକ ଜଲୁ ନଥ୍‌ବା ସଙ୍ଗେ ଲକ୍ଷ ଲକ୍ଷ ଟଙ୍କାର ସିନାପାଲି ଗ୍ରାମପଞ୍ଚାୟତକୁ ଷ୍ଟ୍ରିଟ ଲାଇଟ ପାଇଁ ବିଲ୍ ଆସୁଥିବାରୁ ଟଙ୍କା ପଇଠ କରିବାରେ ଗ୍ରାମ ପଞ୍ଚାୟତଅସମର୍ଥ । ଗତ ୨୪ ମାସରେ କେବଳ ସିନାପାଲି ପଞ୍ଚାୟତରୁ ପ୍ରାୟ ୧୯ ଲକ୍ଷ ଟଙ୍କା ବିଦ୍ୟୁତବିଲ୍ ଭାବରେ ଦେୟ ହୋଇଥିବା ବେଳେ, ଆଉ ୭ ରୁ ୮ ଲକ୍ଷ ଟଙ୍କା ବକେୟା ରହିଛି । ଏହି
ବକେୟା ଟଙ୍କା ପାଇଁ ବିଦ୍ୟୁତ ବିଭାଗ ଟାଉନର ଅନେକ ସ୍ଟିଟ୍ ଲାଇଟ୍ କାଟି ଦେଇଥିବା
ଅଭିଯୋଗ ମିଳିଛି, ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି । ସିନାପାଲି
ସରପଞ୍ଚ ଏହି ସମସ୍ୟା ନେଇ ପୂର୍ବରୁ ତିନିଥର ଆଲୋଚନା ଓ ଲିଖୂତ ଅଭିଯୋଗ କରିଥିଲେ
ମଧ୍ୟ, ବିଭାଗ ପକ୍ଷରୁ କୌଣସି ସୃଷ୍ଟ ପଦକ୍ଷେପ ନିଆଯାଇନାହିଁ । ୧୨ ମାର୍ଚ୍ଚ ୨୦୨୬ ତାରିଖରେ
ମଧ୍ୟ ବିବାଦୀୟ ପ୍ରସଙ୍ଗଗୁଡ଼ିକର ତାଲିକା ସହିତ ଏକ ଚିଠି ଦିଆଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ
କୌଣସି ସମାଧାନ ମିଳିନାହିଁ । ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସରକାର ତରଫରୁ
ଆର୍ଥିକ ବର୍ଷରେ ସମୁଦାୟ ୩୩/୩୪ ଲକ୍ଷ ଟଙ୍କା ଆସୁଥିବା ବେଳେ ଗ୍ରାମ ପଞ୍ଚାୟତ କିପରିଭାବରେ ସେହି ସିମିତ ସମ୍ବଳରୁ ବିକାଶମୂଳକ କାର୍ଯ୍ୟ ନକରି ୧୨/୧୩ ଲକ୍ଷ କେବଳଇଲେକ୍ଟ୍ରିକ ବିଲ୍ ପଇଠ କରିବଲ ସରପଞ୍ଚଙ୍କ କହିବା ଅନୁସାରେ ଗ୍ରାମ ପଞ୍ଚାୟତରେବ୍ୟବହାରହେଉଥିବାଏତିକି ଇଲେକ୍ଟ୍ରିକ ବିଲ୍ ଯଦି ଆସେ, ତାହେଲେ ସୁରୁଖୁରୁରେ ସମସ୍ତ ଇଲେକ୍ଟ୍ରିକ ବିଲ୍ ଟଙ୍କା ପଇଠ କରାଯିବ । କେବଳ ଏତିକି ନୁହେଁ ଏ ଅଂଚଳରେ ବିଦ୍ୟୁତ ବିଭାଗର ମନାମାନୀ ଏବଂଟାଉଟର କହିଲେ ନ ସରେ । କେଉଁଠି କିଛି ସମସ୍ୟା ଥିଲେ ବର୍ଷବର୍ଷ ଧରି ସମାଧାନ କରା ଯାଉନାହିଁ ଯାହାଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି,ବିଦ୍ୟୁତ ବିଭାଗୀୟ ସମସ୍ୟା ବିଷୟରେ ପୂର୍ବରୁ ଅନେକ ଥର ଖବର କାଗଜରେ ମଧ୍ଯ ପ୍ରସାରିତ ହୋଇଥିଲା । ଅନେକ ଲୋକଙ୍କ ଅଭିଯୋଗ ହେଉଛି ଯେ ଯେତିକି ଲୋକେ ବିଦ୍ୟୁତ ବ୍ୟବହାରକରୁଛନ୍ତି ତାଠାରୁ ଢେର ଅଧୂକ ଗୁଣା ଟଙ୍କା ବିଲ ଆସୁଛି ଏବଂ ବିଭାଗୀୟ କର୍ମଚାରୀ ମାନେ ଟଙ୍କା ଆଦାୟ ସମୟରେ ଧମକ ଦେବାକୁ ମଧ୍ୟ ପଛାଉନାହାନ୍ତି । ସ୍ଥାନୀୟ ଲୋକମାନଙ୍କ ଦାବି ହେଉଛି, ଯେଉଁ ସମସ୍ତ ଲାଇଟ୍ ବାସ୍ତବରେ ଚାଲୁ ଅଛି, ସେଗୁଡ଼ିକୁ ଗଣନା କରି ସଠିକ୍ ଏବଂ ପ୍ରକୃତ ବିଲ୍ ତିଆରି କରାଯାଉ । ଏହା ସହିତ ବିଦ୍ୟୁତ ବିଭାଗ ତରଫରୁ ସୃଷ୍ଟତା ଓ ପ୍ରତିଦାୟିତ୍ଵ ନିଶ୍ଚିତ କରାଯିବାକୁ ମଧ୍ଯ ଦାବି ଉଠିଛି । ବର୍ତ୍ତମାନ ସମୟରେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି, ଏବଂ ସାଧାରଣ ଲୋକ ଏହାର ଶୀଘ୍ର ସମାଧାନ ପାଇଁ ପ୍ରଶାସନଙ୍କ ହସ୍ତକ୍ଷେପ ଆଶା କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026
  ଜିଲ୍ଲା  
ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   31-Oct-2026
  ଜିଲ୍ଲା  
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   31-Oct-2026
  ଜିଲ୍ଲା  
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   31-Oct-2026
  ଜିଲ୍ଲା  
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ   31-Oct-2026
  ଜିଲ୍ଲା  
*ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   31-Oct-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   31-Oct-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   31-Oct-2026

You Might Also Like