-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||     

HOME   ଜିଲ୍ଲା

ଜାମଗାଁ ପେକ୍ସରେ ଫଲ୍ସଏଣ୍ଟ୍ରି ଧରାପଡିଥିବା ଦଲାଲ ଧାନଗାଡି ଛାଡିଦେଲେ ଏସିଏସଓ

21-Jan-2026



ବଲାଙ୍ଗୀର-ବଲାଙ୍ଗୀର ଜିଲ୍ଲାରେ ଅଭାବୀ ଧାନବିକ୍ରୀ ହେଉଥିବା ସହ ପେକ୍ସମାନଙ୍କରେ ଫଲ୍ସଏଣ୍ଟ୍ରି ହେଉଥିବା ଅଭିଯୋଗ ହେଉଛି । ଏପରିକି ଦଲାଲଙ୍କ ଧାନଗାଡି ସିଧାସଳଖ ମିଲକୁ ଯାଉଥିବା ଓ ସେହି ଧାନକୁ ପେକ୍ସରେ ଫଲ୍ସ ଏଣ୍ଟ୍ରି କରାଯାଉଥିବା ସ୍ପଷ୍ଟ ହୋଇଛି । ତେବେ ବଲାଙ୍ଗୀର ସୋନପୁର ରାସ୍ତାର ଭଦ୍ରାପାଲିଠାରେ ଥିବା ଏକ ରାଇସମିଲକୁ ଗତକାଲି ସିଧାସଳଖ ଧାନଗାଡି ପଶୁଥିବା ବେଳେ ଧରାପଡି ଥିଲା । କିନ୍ତୁ ଜଣେ ଚାଷି ଟୋକନ ଦେଖାଇବାରୁ ସେହିଗାଡିକୁ ବଲାଙ୍ଗୀର ଏସିଏସଓ ଶରତ ରାଉତ ଛାଡିଦେଇଥିବା ଜଣାପଡିଛି । ତେବେ ସିଧାସଳଖ ଧାନଗାଡି ମିଲକୁ ପଶୁଥିବା ଓ ଏହାକୁ ଯାଞ୍ଚ ବାହାନାରେ ଏସିଏସଓ ଏକ ବଡଧରଣର ବ୍ଲାକଡିଲ କରି ଗାଡିକୁ ଛାଡିଦେଇଥିବା ଅଭିଯୋଗ ହେଉଛି । ଚାଷିମାନେ ଅଭିଯୋଗ କରିଛନ୍ତି ଯେ,ତାଙ୍କର ଟୋକନ ଆସିଥିଲେ ହେଁ ତାହାକୁ ଜାମଗାଁ ପେକ୍ସରେ କିଣାଯାଉନାହିଁ । କିନ୍ତୁ କେତେକ ଦଲାଲ କମଦରରେ ଧାନ କିଣି ତାକୁ ଜାମାଗାଁ ପେକ୍ସରେ ଫଲ୍ସ ଏଣ୍ଟ୍ରି କରାଉଛନ୍ତି । ମିଲର୍ସ-ଦଲାଲ ଓ ପେକ୍ସ ସଂପାଦକ ଙ୍କ ମଧୁଚନ୍ଦ୍ରିକାରେ ଚାଷିମାନେ ହଇରାଣ ହରକତ ହେଉଛନ୍ତି । ପେକ୍ସ ପଏଣ୍ଟରେ ଚାଷି ଧାନ ପହଞ୍ଚାଇଲେ ହେଁ ତାଙ୍କ ଧାନ କିଣାନଯାଇ ଦଲାଲଙ୍କ ଧାନକୁ ମିଲ ପର୍ଯ୍ୟନ୍ତ ପହଞ୍ଚାଇ ପରେ ତାକୁ ଫଲ୍ସ ଏଣ୍ଟ୍ରି କରାଯାଉଛି । ଜେମାଗାଁ,ସାଉନ୍ତପୁର ଓ ବଲେଇସର୍ଡା ପେକ୍ସ ଏପରି ତନିଟି ପେକ୍ସର ପରିଚାଳନା ଦାୟିତ୍ୱ ଜଣେ ମାତ୍ର ସଂପାଦକ କରୁଛନ୍ତି । ସୁଦର୍ଶନ ଭୋଇ ନାମକ ଜଣେ ପେକ୍ସସଂପାଦକ ଏହି ତନିଟି ପେକ୍ସ ଦାୟିତ୍ୱରେ ରହିଛନ୍ତି । ଜଣେ ମାତ୍ର ପେକ୍ସସଂପାଦକ କିଭଳି ତିନିଟି ପେକ୍ସକୁ ପରିଚାଳନା କରୁଛନ୍ତି ଓ ସମବାୟ ବିଭାଗ କିଭଳି ଜଣେ ସଂପାସକଙ୍କୁ ତିନିଟି ପେକ୍ସର ଦାୟିତ୍ୱ ଦେଇଛନ୍ତି ତାହା ତଦନ୍ତ ସାପେକ୍ଷା । ତେବେ ମଙ୍ଗଳବାର ଧରାପଡିଥିବା ଗାଡିର ଟ୍ରାନ୍‌ଜିଟପାସ ନଥିବା ବେଳେ ଧରାପଡିଲା ପରେ ମଙ୍ଗଳାମୁଣ୍ଡାର ଜଣେ ଚାଷିଙ୍କର କହି ତାହାର ଟୋନ ଥିବା କହି ଗାଡିକୁ ଛାଡିଦେଇଥିଲେ । ମିଲର ସହିତ ଏକ ବଡଡିଲ କରି ଏସିଏସଓ ଶରତ ରାଉତ ଏହି କାରନାମା କରିଥିବା ଅଭିଯୋଗ ହୋଇଛି । ତେବେ ଏଠି ପ୍ରଶ୍ନଉଠୁଛି ଯେ,ଚାଷିଙ୍କର ଟୋକନ ଥିଲେ ସେ ସିଧାସଳଖ ମିଲକୁ ଧାନ ପକାଇପାରିବ କି? ଯଦି ନାହିଁ ତାହେଲେ ଏହି ଧାନଗାଡିକୁ ଛଡାଗଲା କାହିଁକି? ଏନେଇ ଜାମଗାଁ ପେକ୍ସ ଦାୟିତ୍ୱରେ ଥିବା ସୁଦର୍ଶନ ଭୋଇଙ୍କୁ ପଚାରିବାରୁ ଆମେ ପେକ୍ସକୁ ଧାନ ନଆଣି ଜଣେ ଚାଷି ନେଉଥିବା ଶୁଣିଛୁ । କିନ୍ତୁ ଆମେ ବିଷୟରେ ବିଶେଷ କିଛି ଜାଣିନାହୁଁ ବୋଲି କହିଛନ୍ତି । କିନ୍ତୁ ସେପଟେ ଏସିଏସଓ ଶରତ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମଙ୍ଗଳମୁଣ୍ଡାର ଚାଷି ପିତାମ୍ବର ପଧାନଙ୍କ ସେହି ଧାନ ଥିଲା । ତାଙ୍କର ଦୁଇଟି ଟୋକନରେ ୧୭୫କ୍ୱିଣ୍ଟାଲ ଓ ୩୮ କ୍ୱିଣ୍ଟାଲ ଧାନ ବିକିବାର ଥିଲା । ସେ ଟୋକନ ଦେଖାଇଲା ପରେ ଆମେ ଗାଡିକୁ ଛାଡିଦେଇଥିଲୁ ବୋଲି କହିଛନ୍ତି । ତେବେ ଗାଡିରେ କେବଳ ଏତକି ଧାନ ନୁହେଁ ମୋଟ ୩୦୦ ପେକେଟ ଧାନ ଥିବା କୁହାଯାଉଛି । ଦଲାଲ ଧାନ ଆଣି ମିଲକୁ ପଏଣ୍ଟକୁ ପକାଉ ଥିଲା ଓ ପରେ ସଲାସୁତୁରାରେ ପେକ୍ସରେ ତାହା ଫଲ୍ସଏଣ୍ଟ୍ରି ହୋଇଥାନ୍ତା ବୋଲି କୁହାଯାଉଛି । ଜିଲ୍ଲାପାଳ ତୁରନ୍ତ ଏହାର ଏକ ପ୍ରଶାସନିକ ତଦନ୍ତ କରାଇବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ   23-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   23-Oct-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   23-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026

You Might Also Like