-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
21-Jan-2026
ଲୋଇସିଂହା, (ବିନୋଦ ଦୀପ) ଲୋଇସିଂହା ବ୍ଲକ ପରିସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡ୍ଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲୋଇସିଂହା ତହସିଲଦାର ଟିକନୁ ପୁଟା, ଏବିଡ଼ିଓ କିଶୋରଚନ୍ଦ୍ର ମାନସିଂହ, ବୋଟନି ଅଧ୍ୟାପକ ଇନ୍ଦିରା ପ୍ରିୟଦର୍ଶିନୀ ତ୍ରିପାଠୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଲୋଇସିଂହା ବ୍ଲକ ର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ଥିବାସହ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ l
ଯାହାକି ରଚନା, ଚିତ୍ରାଙ୍କନ, କୁଇଜ ସାଧାରଣ ଜ୍ଞାନ, ସଂଗୀତ ରେ ହାରାହାରି ଶତାଧିକ ପାର୍ଟିସିପେଟ କରିଥିଲେ l ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ଜିଲ୍ଲାସ୍ତରକୁ ମନୋନ୍ୱିତ କରାଗଲା l ଉକ୍ତ କାର୍ଯ୍ୟକ୍ରମ ରେ ଏ ଇ ଇ ସିଦ୍ଧlର୍ଥ ପାଢ଼ୀ, ଜିପିଡିଓ ସଞ୍ଜୟ କୁମାର ମାଝୀ, ପିଇଓ ସମାରୁ ଦଣ୍ଡସେନା ଉପସ୍ଥିତ ରହି ସହଯୋଗ କରିଥିଲେ l ଏହାସହ ଲୋଇସିଂହା ବ୍ଲକ ବିଭିନ୍ନ ପଂଚାୟତ ର ପିଇଓ, ସରପଞ୍ଚ, ଏଡିଈଓ ଓ ବ୍ଲକ ଷ୍ଟାଫ ଉପସ୍ଥିତ ଥିବାବେଳେ ପରିଶେଷରେ ପିଇଓ ଭିକାରିଚରଣ କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ l