-+91-9937148622 |
prerana_bgr@rediffmail.com |
Saturday 31st October 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
(ପ୍ରିୟଦର୍ଶିନୀ ପାତ୍ର)
ମହିମା ସମାଜ ତରଫରୁ ଚାରଗାଁ ରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମ ଅବଧୂତ ଡମ୍ବରୁ ବାବା, ସୌଭାଗ୍ୟ ବାବା, ରାମଚନ୍ଦ୍ର ବାବା, ଭଗତରାମ ବାବା, ବିଭୀଷଣ ବାବା, ଯୁଦୁମଣୀ ଦାସ, ରୁଷି ଦାଶ ସମସ୍ତଙ୍କୁ ମାର୍ଗ ଦର୍ଶକ କରିଥିଲେ। ଝରିଗାଁ ବିଧାୟକ ନରସିଂହ ଭତ୍ରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ସୋମନାଥ ପୂଜାରୀ, ଧର୍ମାନନ୍ଦ ନାୟକ ପ୍ରମୁଖ ଧର୍ମ ଆଲୋଚନା ରେ ଭାଗ ନେଇଥିଲେ। ଝରିଗାଁ ବିଧାୟକ, ହିନ୍ଦୁ ମହାସଂଘ ପ୍ରମୁଖ ଏବଂ ସୌଭାଗ୍ୟ ବାବା ନିଜ ବକ୍ତବ୍ୟ ରେ ଗୋ ସୁରକ୍ଷା ଉପରେ ଜର୍ ଦେଇଥିଲେ ଏବଂ ଉପସ୍ଥିତ ହଜାର ହଜାର ଭକ୍ତ ଏହା କୁ ସମର୍ଥନ ମଧ୍ୟ କରିଥିଲେ।