-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବଲାଙ୍ଗିର(ପ୍ରେରଣା ଖବର): ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆରଟି ତରଫରୁ ୨୦୨୨-୨୩ ବର୍ଷ ପାଇଁ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ମେଧାବୃତ୍ତି ଘୋଷଣା କରାଯାଇଛି । ଏହି ବର୍ଷ ସକାଶେ ଲୋକନୃତ୍ୟ ମେଧାବୃତ୍ତି ରେ ରୋଜିତା ବାଗଙ୍କ ମନୋନୀତ ହୋଇଛନ୍ତି । ରୋଜିତା ଲୋଇସିଂହା ବ୍ଲକ ବାନିପାଲି ପଂଚାୟତ ବବଜା ଗ୍ରାମ ନିବାସୀ ମାତା ପଦ୍ମିନୀ ଓ ଶରତ ବାଗଙ୍କ କନ୍ୟା ଅଟନ୍ତି। ରୋଜିତା ବାଲ୍ୟ କାଳରୁ କଳା ଓ ସଂସ୍କୃତିକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ନୃତ୍ୟ ପ୍ରଦର୍ଶନ କରି ସଫଳ ହୋଇଛନ୍ତି । ବର୍ତ୍ତମାନ ରୋଜିତା ନାରାୟଣ ପ୍ଲେ ସ୍କୁଲ ରେ ନୃତ୍ୟ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ମେଧାବୃତ୍ତି ପାଇବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଳ ରୁ ଶୁଭେଚ୍ଛାର ସୁଅ ଛୁଟିଛି ।