-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
(ପରମେଶ୍ୱର ମେହେର)
ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରାଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ l ସେମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡ଼ାକୁ କୃଷି ପ୍ରଧାନ ଜିଲ୍ଲାରୁ କୃଷି ଉଦ୍ୟୋଗୀ ଜିଲ୍ଲାରେ ରୂପାନ୍ତରିତ କରିବା ପାଇଁ ବିଭାଗ ପଦକ୍ଷେପ ନେଉ l ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ତାହା ଜିଲ୍ଲାରେ ସଠିକ ଭାବରେ ରୁପାୟନ ହେଉ l ସମନ୍ଵିତ କୃଷି ଉପରେ ଗୁରୁତ୍ଵ ଦେଲେ ଚାଷୀ ମାନେ ଏହାଦ୍ୱାରା ଲାଭବାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ଯ କାମ ଯୋଗାଇ ପାରିବେ l ଏହାଦ୍ୱାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ହୋଇ ପାରିବ l କୃଷି ବିଭାଗ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଓ ସଫଳତାର କାହାଣୀ ପାୱାର୍ ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରା ଯାଇଥିଲା lଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ l