-+91-9937148622 |
prerana_bgr@rediffmail.com |
Thursday 19th June 2025 |
R.N.I. Regd No. ODIODI/2010/46693
Breaking News
23-May-2025
ବଲାଙ୍ଗୀର(ପ୍ରେରଣା ଖବର): ଦେଓଗାଁ ବ୍ଲକ ଜରାସିଂହା ଗାଁ ର ଅବସରପ୍ରାପ୍ତ ଶିକ୍ଷକ ଧବଳେଶ୍ଵର ମେହେରଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଆମେରିକାନ ମେରିଟ କାଉନସିଲ୍ , ୱାଲ୍ଡ ଚାରିଟି ୱେଲଫାୟାର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ରେ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଶ୍ରୀଯୁକ୍ତ ମେହେର ଆଗରୁ ଅନେକ ଅନୁଷ୍ଠାନ ତରଫରୁ ସମ୍ମାନ ପ୍ରାପ୍ତ ହୋଇଛନ୍ତି।ସେ ଜଣେ କବି , ଲେଖକ ସାହିତ୍ୟିକ ଓ ଇତିହାସ ଗବେଷକ ଅଟନ୍ତି। ତାଙ୍କ ପ୍ରକାଶିତ ଲେଖା ପୁସ୍ତକ ମାନେ ହେଲା ନାମ ଭାଗବତ, କବିତା ମଞ୍ଜରୀ , ପେନ୍ଥାଏ କବିତା ,ଆତ୍ମ ପାଠ, ଇତ୍ୟାଦି
କୋଶଲ ଅଞ୍ଚଳ ଇତିହାସ ଓ ମହାଲକ୍ଷ୍ମୀ ପୁରାଣ ଗୀତିନାଟ୍ୟ ମୁକ୍ତି ଅପେକ୍ଷାରେ
ସେ ଅନେକ ଅନୁଷ୍ଠାନରୁ ସମ୍ମାନୀତ ହୋଇ
ଉପଢୌକନ ସହ ମାନପତ୍ର ପ୍ରାପ୍ତ ହୋଇ ଅଞ୍ଚଳ ପାଇଁ ଗୌରବ ବହନ କରିଛନ୍ତି ।
ସେ ପାଇଥିବା ସମ୍ମାନ ମଧ୍ୟରୁ ଅନ୍ୟତମ
ସମ୍ମାନ ଗୁଡିକ ହେଲା ପ୍ରଜ୍ଞାପ୍ରାଣ ସମ୍ମାନ କବି ସୌରଭ ସମ୍ମାନ ,ଶିକ୍ଷାରତ୍ନ ସମ୍ମାନ, ସାରସ୍ବତ ସମ୍ମାନ,କବି ପ୍ରତିଭା ଇତ୍ୟାଦି
ଏ ଖବର ପ୍ରଚାରିତ ହେଲା ପରେ ଶ୍ରୀ ମେହେର ଙ୍କୁ ତାଙ୍କ ବନ୍ଧୁ ପରିଜନଙ୍କ ଠାରୁ
ଶୁଭେଚ୍ଛାର ସୁଅ ଛୁଟିଛି